Get Updates
Get notified of breaking news, exclusive insights, and must-see stories!

ବିଜୟ ଉତ୍ସବ ନେଇ ନୂତନ ନିୟମ ଜାରି କଲା ବିସିସିଆଇ

ବିଜୟ ଉତ୍ସବ ନେଇ ନୂତନ ନିୟମ ଜାରୀ କଲା ବିସିସିଆଇ । ୧୧ ଜଣଙ୍କ ମୃତ୍ୟୁ ପରେ ବିସିସିଆଇ ଏହି ନିୟମ ଜାରି କରିଛି।

ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚାମ୍ପିୟନ ହୋଇଥିଲା । ଦୀର୍ଘଦିନ ପରେ ଆରସିବି ଟ୍ରଫି ଜିତିଥିବାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ଥିଲେ । ଆରସିବି ଭିକ୍ଟ୍ରି ପ୍ୟାରେଡ କରିବା ପାଇଁ ନିଷ୍ପତି ନେଇଥିଲା । ଏଥିରେ ଏତେ ଲୋକ ସାମିଲ ହେଲେ ଯେ, ଶେଷରେ ଦଳା ଚକଟାରେ ୧୧ଜଣଙ୍କ ପ୍ରାଣ ଯାଇଥିଲା । ବିସିସିଆଇ ଏବେ ଏ ନେଇ କଠୋର ନିୟମ ଜାରୀ କରିଛି । ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ରବିବାର ଏହାର ଘୋଷଣା କରିଛନ୍ତି । ନୂତନ ନିୟମାବଳୀ ଏହିପରି ରହିଛି।

BCCI issues new rules regarding victory celebrations

ବିସିସିଆଇ ନିୟମ
୧. ଯଦି କୌଣସି ଟିମ ବିଜୟ ହାସଲ କରେ ତେବେ ୩/୪ ଦିନ ପର୍ଯ୍ୟନ୍ତ ବିଜୟ ଉତ୍ସବ ପାଳନ କରିପାରିବ ନାହିଁ ।
୨. ବୋର୍ଡ ନିକଟରୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ସେମାନେ କୌଣସି ପ୍ରକାରରେ ଏହାକୁ ଆୟୋଜନ କରିପାରିବେ ନାହିଁ ।
୩. ସୁରକ୍ଷା ବ୍ୟବସ୍ଥା କଡା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
୪. ପ୍ରତ୍ୟେକ ଭେନ୍ୟୁରେ ମଲ୍ଟି ଲେୟାର ସୁରକ୍ଷା ଉପଲବ୍ଧ ରହିବ । ମ୍ୟାଚ ପରେ ମଧ୍ୟ ଏହା ବଳବତର ରହିବ ।
୫.ତରବରିଆ ଭାବେ କୌଣସି ଇଭେଂଟ ଆୟୋଜନ କରାଯାଇ ପାରିବ ନାହିଁ ।
୬. ଇଭେଂଟ କେବେ ହେବ ସ୍ଥିର ହେବା ପରେ ଖେଳାଳି ଓ ଷ୍ଟାଫଙ୍କ ସୁରକ୍ଷା ବ୍ୟବସ୍ଥା ଜରୁରୀ ।
୭. ସରକାର ଓ ରାଜ୍ୟର ପୋଲିସ ଅନୁମତି ନ ଦେବା ପର୍ଯ୍ୟନ୍ତ ଏହାକୁ ଆୟୋଜନ କରାଯାଇ ପାରିବ ନାହିଁ ।
୮. ବିଜୟ ଉତ୍ସବ ସୁରକ୍ଷିତ ଓ ନିୟମ ମୁତାବକ ହେବ । ଏଥିରେ ସାଧାରଣ ନାଗରିକ ଯେପରି ଅସୁବିଧାର ସମ୍ମୁଖୀନ ଯେପରି ନ ହୁଅନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+