ରୋହିତ ଶର୍ମାଙ୍କୁ BCCIର ନିର୍ଦ୍ଦେଶ: ଭବିଷ୍ୟତ ଯୋଜନା ସ୍ପଷ୍ଟ କର

ଭାରତର ଏକ ଦିବସୀୟ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ତାଙ୍କର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଥିବା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ବିସିସିଆଇ ପାକିସ୍ତାନ ଏବଂ ଦୁବାଇରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ଭାରତୀୟ ଅଧିନାୟକଙ୍କୁ ତାଙ୍କର ଭବିଷ୍ୟତ ଯୋଜନା ସ୍ପଷ୍ଟ କରିବାକୁ ଅନୁରୋଧ କରିଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିସିସିଆଇ ୨୦୨୭ ଏକଦିବସୀୟ ବିଶ୍ୱକପ୍ ପାଇଁ ଏକ ଦଳ ଗଠନ କରିବାକୁ ଚାହୁଁଛି ଏବଂ ଉଭୟ ଫର୍ମାଟରେ ଦୀର୍ଘକାଳୀନ ଅଧିନାୟକ ନିଯୁକ୍ତି କରିବାକୁ ଚାହୁଁଛି।

BCCI instructions to Rohit Sharma

ବର୍ଡର ଗାଭାସ୍କର ଟ୍ରଫି ସମୟରେ ରେଡ୍-ବଲ୍ ଫର୍ମାଟରୁ ପ୍ରାୟ ବିଦାୟ ନେଇଥିବା ରୋହିତ ଶର୍ମା ପରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ଆଣି କହିଥିଲେ ଯେ, ଖରାପ ଫର୍ମ ଯୋଗୁଁ ସେ ଖେଳିବାକୁ ଚାହିଁ ନ ଥିଲେ। ତେବେ ଆକର୍ଷଣୀୟ କଥା ହେଉଛି ଯେ ରୋହିତ ଗତ ବର୍ଷ ଜୁଲାଇରେ ବିଜୟୀ ବିଶ୍ୱକପ୍ ଅଭିଯାନ ପରେ ଟି୨୦ ଫର୍ମାଟରୁ ବିଦାୟ ନେଇଥିଲେ। ଦିନିକିଆ ଫର୍ମାଟରୁ ବିଦାୟ ନେବା ପାଇଁ ସମାନ ଯୋଜନା ହେବ କି, ଏହା କେବଳ ସମୟ ହିଁ ଉତ୍ତର ଦେଇପାରିବ।

ତେବେ ସୂଚନା ଅନୁଯାୟୀ ବୋର୍ଡ ତିନି/ଚାରିଟି ସମ୍ଭାବ୍ୟ ନାମ ଖୋଜୁଛି। ଟେଷ୍ଟ ଅଧିନାୟକ ପାଇଁ ଜସପ୍ରିତ ବୁମରାହ ସର୍ବାଗ୍ରେ ଅଛନ୍ତି। ଯେତେବେଳେ ଦିନିକିଆ ନେତୃତ୍ୱ ଭୂମିକା ପାଇଁ ଶୁଭମନ ଗିଲ, ରିଷଭ ପନ୍ତ ଏବଂ ଜୈସ୍ଵଲଙ୍କ ନାମ ଖୋଜାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+