ବିସିସିଆଇର ଐତିହାସିକ ଘୋଷଣା: ପୁରୁଷ ଓ ମହିଳା ଟିମଙ୍କୁ ମିଳିବ ସମାନ ମ୍ୟାଚ୍ ଫି
ଏଣିକି ମହିଳା ଓ ପୁରୁଷ କ୍ରିକେଟରଙ୍କ ମଧ୍ୟରେ ରହିବନି ଭେଦଭାବ। ସମସ୍ତଙ୍କୁ ମିଳିବ ସମାନ ଫି । ପୁରୁଷ କ୍ରିକେଟରଙ୍କ ସହ ସମାନ ପାଉଣା ପାଇବେ ମହିଳା କ୍ରିକେଟର । ଏନେଇ ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବଡ ଘୋଷଣା କରିଛି ।
ନୂଆଦିଲ୍ଲୀ: ଏଣିକି ମହିଳା ଓ ପୁରୁଷ କ୍ରିକେଟରଙ୍କ ମଧ୍ୟରେ ରହିବନି ଭେଦଭାବ । ସମସ୍ତଙ୍କୁ ମିଳିବ ସମାନ ଫି । ପୁରୁଷ କ୍ରିକେଟରଙ୍କ ସହ ସମାନ ପାଉଣା ପାଇବେ ମହିଳା କ୍ରିକେଟର । ଏନେଇ ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବଡ ଘୋଷଣା କରିଛି । ବିସିସିଆଇ ସଚିବ ଜୟ ଶାହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ପୁରୁଷ ଖେଳାଳିଙ୍କ ତୁଳନାରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି କମ୍ ଥିବାର ଅଭିଯୋଗ ହେଉଥିଲା ।

ସୂଚନା ଅନୁଯାୟା, ପୁରୁଷ ଟିମ୍ ଭଳି ମହିଳା ଟିମର ଖେଳାଳିମାନେ ମଧ୍ୟ ଟେଷ୍ଟ ପାଇଁ(୧୫ ଲକ୍ଷ) ଦିନିକିଆ ପାଇଁ(୩ ଲକ୍ଷ) ଦିଆଯିବ । ଭାରତୀୟ କ୍ରିକେଟରେ ମହିଳା ଓ ପୁରୁଷ ଟିମ୍ ମଧ୍ୟରେ ଭେଦଭାବ ଦୂର ହେବ ବୋଲି ଜୟ ଶାହ କହିଛନ୍ତି। ଆମେ ଆମର ବିସିସିଆଇ ଚୁକ୍ତିଭିତ୍ତିକ ମହିଳା କ୍ରିକେଟରଙ୍କ ସମାନ ଫି ପଲିସି ଆପଣାଇଛୁ। କ୍ରିକେଟରେ ଲିଙ୍ଗଗତ ସମାନତାକୁ ଦୃଷ୍ଟିରେ ରଖି ଉଭୟ ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ସମାନ ଫି ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଜୟ ଶାହ କହିଛନ୍ତି ।
I’m pleased to announce @BCCI’s first step towards tackling discrimination. We are implementing pay equity policy for our contracted @BCCIWomen cricketers. The match fee for both Men and Women Cricketers will be same as we move into a new era of gender equality in 🇮🇳 Cricket. pic.twitter.com/xJLn1hCAtl
— Jay Shah (@JayShah) October 27, 2022
ଉଲ୍ଲେଖଯୋଗ୍ୟ, ଭାରତୀୟ ପୁରୁଷ କ୍ରିକେଟ୍ ଟିମର ଖେଳାଳିଙ୍କୁ ବାର୍ଷିକ 'ଏ +' ବର୍ଗରେ ସାତ କୋଟି, 'ଏ' ବର୍ଗରେ ପାଞ୍ଚ କୋଟି ଏବଂ ଗ୍ରେଡ୍ 'ବି' ଅଧୀନରେ ୩ କୋଟି ଏବଂ 'ସି' ଗ୍ରେଡ୍ ଅଧୀନରେ ବର୍ଷକୁ ଏକ କୋଟି ମିଳିଥାଏ । କିନ୍ତୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଏହି ଫି' ବେଶ୍ କମ୍ ରହିଛି । ମହିଳା ଖେଳାଳିଙ୍କୁ ୩ଟି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । 'ଏ'-କ୍ୟାଟେଗୋରୀରେ ଖୋଳାଳିଙ୍କୁ ବାର୍ଷିକ ୫୦ ଲକ୍ଷ, 'ବି'-କ୍ୟାଟେଗୋରୀରେ ୩୦ ଲକ୍ଷ ଓ 'ସି'- କ୍ୟାଟେଗୋରୀରେ ୧୦ ଲକ୍ଷ ଟଙ୍କା ଦିଆଯାଉଥିଲା । ଏବେ କିନ୍ତୁ ଉଭୟ ସମାନ ଟଙ୍କା ପାଇବେ।
କ୍ରିକେଟରେ ପୁରୁଷ ମହିଳାଙ୍କୁ ସମାନ ବେତନ ଲାଗୁ କରିବା ପାଇଁ ଚଳିତ ବର୍ଷ ପ୍ରଥମେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ନିଷ୍ପତ୍ତି ନେଇଥିଲା । ଏଥିଯୋଗୁଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଓ ୬ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହୋଇଥିଲା । ୫ ବର୍ଷ ପାଇଁ ଅନ୍ତର୍ଜାତୀୟ ସମେତ ଘରୋଇ କ୍ରିକେଟରଙ୍କୁ ସମସ୍ତ ଟୁର୍ଣ୍ଣାମେଣ୍ଟରେ ସମାନ ଦରମା ମିଳିବ ବୋଲି ସ୍ଥିର କରାଯାଇଛି ।












Click it and Unblock the Notifications