For Quick Alerts
Turn On Notification  
For Daily Alerts
Oneindia App Download

ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଆଇପିଏଲ 2021

ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଆଇପିଏଲ 2021 । ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ବିସିସିଆଇ ।

|

ନୂଆଦିଲ୍ଲୀ: ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଆଇପିଏଲ 2021। ଟୁର୍ଣ୍ଣାମେଣ୍ଟ ସହ ଜଡିତ ଏକାଧିକ ଖେଳାଳି ଓ ସହକାରୀ ସଦସ୍ୟଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ବିସିସିଆଇ । ଆଇପିଏଲ ଗଭର୍ଣ୍ଣିଂ ବୋର୍ଡର ଅଧକ୍ଷ୍ୟ ବ୍ରିଜେସ ପଟେଲ ଆଇପିଏଲ ସ୍ଥଗିତ ହେବା ନେଇ ସୂଚନା ଦେଇଛନ୍ତି ।

ଆମେ ବର୍ତ୍ତମାନ ଆଇପିଏଲ୍ ସ୍ଥଗିତ ରଖିଛୁ। ପରେ ନୂତନ ଖେଳସୂଚୀ ନିର୍ଦ୍ଧାରିତ କରାଯାଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ବିସିସିଆଇ ଅଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି ।

IPL 2021

ତେବେ ଗତକାଲି (ସୋମବାର) କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବାକୁ ଥିବା ମ୍ୟାଚ ବନ୍ଦ ହେବା ପରେ ଏହି ନିଷ୍ପତ୍ତି ନେବା ପାଇଁ ବିସିସିଆଇ ଚିନ୍ତା କରିଥିଲା । ନାଇଟ୍ ରାଇଡର୍ସ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିଅର୍ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଆଜି ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ର ଏବଂ ରିଦ୍ଧିମାନ ସାହା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଟୁର୍ଣ୍ଣାମେଣ୍ଟ ସହ ଜଡିତ ଏତେ ସଂଖ୍ୟକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣକୁ ଏଡାଇବା ପାଇଁ ବିସିସିଆଇ ଆଇପିଏଲ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BCCI has indefinitely suspended IPL 2021
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X