ସିରିଜ୍‌ ହ୍ବାଇଟ୍‌ ଓ୍ବାଶ୍‌ ପରେ ବିସିସିଆଇର ନଜର ସିନିୟର ଖେଳାଳିଙ୍କ ଉପରେ; କିଏ ପଡିବ ବାଦ ?

ସିରିଜ୍‌ ହ୍ବାଇଟ୍‌ ଓ୍ବାଶ୍‌ ପରେ ବିସିସିଆଇର ନଜର କିଛି ସିନିୟର ଖେଳାଳିଙ୍କ ଉପରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଶେଷ ହେବା ପରେ ସିନିୟର ଖେଳାଳି ଦଳରୁ ବାହାର ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ବିସିସିଆଇ ରାଡାରରେ ବିରାଟ କୋହଲି, ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଅନୁନ୍ୟ ୨ ଜଣ ଖେଳାଳିଙ୍କୁ ଅବସର ଦେବାର ଯୋଜନା ରହିଛି ।

ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଏକ ବୈଠକ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ହ୍ବାଇଟ ଓ୍ବାଶ୍‌ ପରେ ବ୍ୟାଟରଙ୍କ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପୂର୍ବରୁ ଏହା ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇଛି ବୋଲି ରୋହିତ କହିଛନ୍ତି।

BCCI eyes senior player

ତେବେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରୋହିତ ଶର୍ମା ନିଜେ ଏହି ସିରିଜ୍‌ରେ ୯୧ ରନ୍‌ କରିଥିବା ବେଳେ ବିରାଟ କୋହଲି ମାତ୍ର ୯୩ ରନ୍‌ କରିଥିଲେ। ଦୁଇ ସିନିୟର ବ୍ୟାଟର ଖରାପ ପ୍ରଦର୍ଶନ କରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ରୋହିତ କହିଛନ୍ତି, ଯାହା ହେବା କଥା ହୋଇ ସାରିଲାଣି। ବର୍ତ୍ତମାନ ଏହାକୁ ଚିନ୍ତା ନ କରି କିଭଳି ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ହେବ ତା' ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ । ବର୍ତ୍ତମାନ ଭାରତ ଡବ୍ଲ୍ୟୁଟିସି ଫାଇନାଲ ଉପରେ ଧ୍ୟାନ ନ ଦେଇ ଅଷ୍ଟ୍ରେଲିଆ ସିରିଜ୍‌ ଉପରେ ଫୋକସ୍‌ କରିବା ଉଚିତ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରେ ଟେଷ୍ଟ କ୍ରିକେଟ ଖେଳିବା ଆଦୌ ସହଜ ହୋଇ ନ ଥାଏ। ତେଣୁ ଏହି ସିରିଜ୍‌ ଉପରେ ଧ୍ୟାନ ଦେବାର ସମୟ ଆସି ଯାଇଛି ବୋଲି ରୋହିତ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+