ଦ୍ୱିତୀୟ ଟେଷ୍ଟ ଚାଲିଥିବାବେଳେ ୩ ଖେଳାଳିଙ୍କୁ ଦଳରୁ ବିଦା କଲା ବିସିସିଆଇ

କାନପୁରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ମ୍ୟାଚର ଚାରି ଦିନ ସମାପ୍ତ ହୋଇଛି ଏବଂ ଆଜି ହେଉଛି ପଞ୍ଚମ ଦିନ। ଟିମ ଇଣ୍ଡିଆ ବିସ୍ଫୋରକ ବ୍ୟାଟିଂ ସହ କାନପୁର ଟେଷ୍ଟକୁ ରୋମାଞ୍ଚକର କରିଛି। ଗୋଟିଏ ପଟେ ଭାରତୀୟ ଦଳ ଚମତ୍କାର ବ୍ୟାଟିଂ ସହ ପ୍ରଶଂସକଙ୍କୁ ମନୋରଞ୍ଜନ କରିଥିବାବେଳେ ଅନ୍ୟ ପଟେ ବିସିସିଆଇ ହଠାତ୍‌ ଏକ ବଡ ନିଷ୍ପତ୍ତି ନେଇ କାନପୁରରେ ଟେଷ୍ଟ ମ୍ୟାଚ ଖେଳୁଥିବା ଟିମ ଇଣ୍ଡିଆର ତିନି ଖେଳାଳିଙ୍କୁ ବିଦା କରିଛି।

ଏହି ତିନି ଖେଳାଳିଙ୍କ ତାଲିକାରେ ବ୍ୟାଟ୍ସମ୍ୟାନ ସରଫରାଜ ଖାନ, ଧ୍ରୁବ ଜୁରେଲ ଏବଂ ଦ୍ରୁତ ବୋଲର ୟଶ ଦୟାଲ ଅଛନ୍ତି। ଇରାନ କପ ମ୍ୟାଚ ମୁମ୍ବାଇ ଏବଂ ଅବଶିଷ୍ଟ ଭାରତ ମଧ୍ୟରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୧ ରୁ ୫ ଅକ୍ଟୋବର ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଅଂଶଗ୍ରହଣ ହେତୁ ବୋର୍ଡ ଏହି ତିନି ଖେଳାଳିଙ୍କୁ ଭାରତୀୟ ଦଳରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

ବିସିସିଆଇ ସୋମବାର ସୋସିଆଲ ମିଡିଆ ଜରିଆରେ ଏକ ଅପଡେଟ୍‌ ଜାରି କରି କହିଛି, ଆସନ୍ତାକାଲିଠାରୁ ଲକ୍ଷ୍ନୌରେ ଆୟୋଜିତ ହେବାକୁ ଥିବା ଇରାନ କପ୍‌ରେ ଭାଗ ନେବାକୁ ଭାରତୀୟ ଟେଷ୍ଟ ଦଳରୁ ସରଫରାଜ ଖାନ, ଧ୍ରୁବ ଜୁରେଲ ଏବଂ ୟଶ ଦୟାଲଙ୍କୁ ମୁକ୍ତ କରାଯାଇଛି।

BCCI dropped 3 players from the team

ଉଇକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଏବଂ ଦ୍ରୁତ ବୋଲର ୟଶ ଦିନଲ ଇରାନ କପ ମ୍ୟାଚରେ ରେଷ୍ଟ ଅଫ୍‌ ଇଣ୍ଡିଆ ଦଳର ଅଂଶ ଅଟନ୍ତି। ସରଫରାଜ ଖାନ ମୁମ୍ବାଇର ଏକ ଅଂଶ। ସର୍ଫରାଜ ଇରାନୀ କପରେ ମୁମ୍ବାଇ ଟିମ ପକ୍ଷରେ ଖେଳିବେ। ସେହିପରି ଜୁରେଲ ଓ ଦୟାଲ ରେଷ୍ଟ ଅଫ ଇଣ୍ତିଆ ସ୍କ୍ୱାଡରେ ରହିଛନ୍ତି। ପୂର୍ବରୁ ମଧ୍ୟ ବିସିସିଆଇ ଏକଥା ସ୍ପଷ୍ଟ କରିଥିଲା।

ଯଦି ଇରାନୀ କପ ସ୍କ୍ୱାଡରେ ଥିବା ଖେଳାଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ପାଇବେ, ତା'ହେଲେ ସେମାନଙ୍କୁ ୩୦ ତାରିଖରେ ରିଲିଜ କରାଯିବ। ଆଜି ସେହି ଅନୁସାରେ ୩ ଖେଳାଳିଙ୍କୁ ଭାରତୀୟ ସ୍କ୍ୱାଡରୁ ରିଲିଜ କରାଯାଇଛି।

ଆସନ୍ତକାଲି ଭାରତୀୟ ଟିମ ପାଖରେ ଚୂଡ଼ାନ୍ତ ଏକାଦଶ ବ୍ୟତୀତ ଅତିରକ୍ତ ଭାବେ କେବଳ ଦୁଇ ଜଣ ଖେଳାଳି ରହିବେ। ସେମାନେ ହେଲେ ଅକ୍ଷର ପଟେଲ ଓ କୁଲଦୀପ ଯାଦବ। ଏମାନଙ୍କ ସହ ସର୍ପୋଟ ଷ୍ଟାଫ ମଧ୍ୟ ଡ୍ରିଙ୍କ୍ସ ବ୍ରେକ ବେଳେ ଖେଳାଳିଙ୍କ ସହାୟତା କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+