Get Updates
Get notified of breaking news, exclusive insights, and must-see stories!

୨୪ ରୁ ଆରମ୍ଭ ହେବ ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସୌରାଷ୍ଟ୍ର ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡ଼ିଶା

ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି । ଏଥିରେ ଭାଗ ନେବା ପାଇଁ ବିପ୍ଳବ ସାମନ୍ତରାୟଙ୍କ ନେତୃତ୍ୱାଧିନ ଓଡ଼ିଶା ଦଳ ଆଜି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଛି । ଦଳ ତା'ର ପ୍ରଥମ ୩ଟି ଯାକ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳିବ । ଓଡ଼ିଶା ଦଳ ଗ୍ରୁପ୍-ଡି'ରେ ସାମିଲ ରହିଛି ।

BCCI domestic one-day cricket

ଦଳ ସୌରାଷ୍ଟ୍ର ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହାପରେ ଦଳ ୨୬ ତାରିଖରେ ସର୍ଭିସେସ୍କୁ ଓ ୨୯ ତାରିଖରେ ଆନ୍ଧ୍ରକୁ ଭେଟିବ । ଉଭୟ ମ୍ୟାଚ୍ ଆଲୁର କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଓଡ଼ିଶା ଦଳ ସହ ମୁଖ୍ୟ କୋଚ୍ ସୁରେନ୍ଦ୍ର ଭାବେ, ସହକାରୀ କୋଚ୍ ସୌରଭ ସେହଗଲ, ମ୍ୟାନେଜର ବିଜୟ କୁମାର ଦାସ, ଆଡମିନ ମ୍ୟାନେଜର ସଂଗ୍ରାମ କେଶରୀ ଗୁମାନସିଂ, ଫିଜିଓ ରୋନି ଚାଟ୍ଟାର୍ଜୀ, ଏସ୍ ଏଣ୍ଡ ସି କୋଚ୍ ଗୌରବ କୌଶିକ, ଭିଡିଓ ଆନାଲିଷ୍ଟ ଶ୍ରଦ୍ଧା ବିଶ୍ୱାଳ, ସାଇଡ୍ଆର୍ମ ଥ୍ରୋୟର ସତ୍ୟବାନ ପ୍ରଧାନ ଓ ମସାଜର କପିଳ ବୁଣ୍ଡେଲା ମଧ୍ୟ ଯାତ୍ରା କରିଛନ୍ତି । ପୂର୍ବତନ ଓଡ଼ିଶା କ୍ରିକେଟର ତଥା ବିସିସିଆଇ ମ୍ୟାଚ୍ ରେଫରୀ ପି. ଜୟଚନ୍ଦ୍ର ମଧ୍ୟ ଦଳ ସହ ଗସ୍ତ କରିଛନ୍ତି । ସେ ମ୍ୟାଚ୍ ରେଫରୀ ନିଯୁକ୍ତ ହୋଇଛନ୍ତି ।

ଓଡ଼ିଶା ଦଳ: ଶାନ୍ତନୁ ମିଶ୍ର, ସ୍ୱସ୍ତିକ ସାମଲ, ଓମ୍ ଟି. ମୁଣ୍ଡେ, ଦିନେଶ କୁମାର ମାଝୀ, ଆଶୀର୍ବାଦ ସ୍ୱାଇଁ, ବିପ୍ଳବ ସାମନ୍ତରାୟ (ଅଧିନାୟକ), ପ୍ରୟାସ କୁମାର ସିଂହ, ସମ୍ବିତ ବରାଳ, ରାଜେଶ ମହାନ୍ତି (ଉପଅଧିନାୟକ), ଦେବବ୍ରତ ପ୍ରଧାନ, ସୌମ୍ୟ ଆର୍. ଲେଙ୍କା, ଅନିଲ ପରିଡ଼ା, ସନ୍ଦୀପ ପଟ୍ଟନାୟକ, ବାଦଲ ବିଶ୍ୱାଳ, ଗୋବିନ୍ଦ ପୋଦ୍ଦାର, ସୟଦ ତୌଫେଲ ଅହମ୍ମଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+