ବଡ ନିଷ୍ପତ୍ତି ବଦଳିଲା ବିସିସିଆଇ; ପରିବାର ସହ ଦୁବାଇ ଯିବା ପାଇଁ ମିଳିଲା ଅନୁମତି କିନ୍ତୁ ରହିଛି ଏହି ସବୁ ସର୍ତ୍ତ
ଚାମ୍ପିଅନ୍ସ ଟ୍ରଫିରେ ନିଜ ପତ୍ନୀଙ୍କୁ ସାଙ୍ଗରେ ନେଇ ପାରିବେ ଖେଳାଳି । ପରିବାର ସହ ଦୁବାଇ ଯିବା ପାଇଁ ଅନୁମତି ମିଳିଛି। ବର୍ଡର ଗାଭାସ୍କର ଟ୍ରଫିରେ ପରାଜୟ ପରେ ଖେଳାଳିଙ୍କ ପାଇଁ କଠୋର ହୋଇଥିଲା ବିସିସିଆଇ । ଖେଳାଳିଙ୍କ ପାଇଁ ଥିବା ଅନେକ ସୁବିଧା ଉପରେ ରୋକ ଲାଗିଥିଲା । ବିଦେଶ ଯାତ୍ରା ବେଳେ ପରିବାର ଲୋକ କିମ୍ବା ପତ୍ନୀଙ୍କୁ ସାଙ୍ଗରେ ନେବା ଉପରେ ପ୍ରତିବନ୍ଧକ ଲଗାଇଥିଲା ବିସିସିଆଇ । ଏବେ କିନ୍ତୁ ଖେଳାଳିଙ୍କ ପାଇଁ ବିସିସିଆଇର ହୃଦୟ ତରଳିଛି ।

ଏହି ନିୟମକୁ କୋହଳ କରାଯାଇଛି । ତେବେ ପୂର୍ବରୁ ବିସିସିଆଇ ପକ୍ଷରୁ ଏକ ନିମୟ ଜାରି ହୋଇଥିଲା । ଯେଉଁଥିରେ ୪୫ ଦିନରୁ ଅଧିକ ବିଦେଶ ଯାତ୍ରା ସମୟରେ ଖେଳାଳିଙ୍କୁ ଦୁଇ ସପ୍ତାହ ପାଇଁ ପରିବାର ଲୋକଙ୍କୁ ସାଙ୍ଗରେ ନେବାର ଅନୁମତି ଥିଲା ।
କୋହଳ ହେଲା ବିସିସିଆଇ
ଗୋଟିଏ ମ୍ୟାଚ୍ ଦେଖିବାକୁ ଦୁବାଇ ଯାଇପାରିବେ ପରିବାର
ବିସିସିଆଇର ଅନୁମତି ନେଇ ଯାଇପାରିବେ ପତ୍ନୀ ଓ ପରିବାର
ଅନୁମତି ପାଇଁ ଚୟନ ସମିତି ଅଧ୍ୟକ୍ଷ ଓ ମୁଖ୍ୟ କୋଚଙ୍କ ମଞ୍ଜୁରୀ ଆବଶ୍ୟକ
ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ
ଟୁର୍ଣ୍ଣାମେଣ୍ଟ ଖେଳିବାରେ ପ୍ରତିବନ୍ଧକ ଲାଗିପାରେ
ବିଶୃଙ୍ଖଳା କଲେ ଖେଳାଳିଙ୍କ ମ୍ୟାଚ୍ ଫି ମଧ୍ୟ କଟିପାରେ












Click it and Unblock the Notifications