Get Updates
Get notified of breaking news, exclusive insights, and must-see stories!

୩ରେ BCCI ଡାକିଲା ଜରୁରୀ ବୈଠକ, ରୋହିତ-ବିରାଟଙ୍କ ଦିନିକିଆ ଭବିଷ୍ୟତ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି

BCCI ହଠାତ୍ ଡାକିଲା ଜରୁରୀ ବୈଠକ। ଅନୁମାନ କରାଯାଉଛି, ରୋହିତ, ବିରାଟଙ୍କ ଦିନିକିଆ ଭବିଷ୍ୟତ ଉପରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି। ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମ‌ନୋନୟନ କମିଟି ଅଧ୍ୟକ୍ଷ ଅଜିତ ଆଗରକରଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ହଠାତ୍‌ ଜରୁରୀ ବୈଠକକୁ ଡାକିଛି BCCI। ବୁଧବାର ରାୟପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦ୍ୱିତୀୟ ଦିନିକିଆ ଖେଳିବ। ଏହାପୂର୍ବରୁ ଏହି ଜରୁରୀ ବୈଠକ ଡକାଯାଇଛି। କୌଣସି ଜରୁରୀ ପ୍ରସଙ୍ଗକୁ ତତ୍କାଳ ଆଲୋଚନା ଲକ୍ଷ୍ୟରେ ଏପରି ବୈଠକ ବିସିସିଆଇ ଡାକିଥିବା ଖବର ପ୍ରକାଶ ପାଇଛି। ଭାରତୀୟ କ୍ରିକେଟ ଦଳର ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ କ୍ରମାଗତ ଦିନିକିଆରେ ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି।

BCCI calls

ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିବା ବେଳେ ବିରାଟ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଥିଲେ। ସମ୍ଭବତଃ ବିରାଟ ଓ ରୋହିତଙ୍କ ପ୍ରସଙ୍ଗରେ କିଛି ନିଷ୍ପତ୍ତି ନେବାକୁ ବିସିସିଆଇ ଚାହୁଁଥିବାରୁ ଗମ୍ଭୀର ଓ ଅାଗରକରଙ୍କୁ ନେଇ ବୈଠକ ଡାକିଛି। ସ୍ପୋର୍ଟସ ଷ୍ଟାରରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜରୁରୀ ବୈଠକରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ, ଯୁଗ୍ମ ସମ୍ପାଦକ ପ୍ରଭତେଜ ସିଂହ ଭାଟିଆ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଜାତୀୟ ମନୋନୟନ କମିଟି ଅଧ୍ୟକ୍ଷ ଅଜିତ ଆଗରକର ସାମିଲ ହେବେ। ନୂଆ କରି ବିସିସିଆଇର ସଭାପତି ହୋଇଥିବା ମିଥୁନ ମନହାସ ବୈଠକରେ ଯୋଗଦେବେ କି ନାହିଁ ସେକଥା ସ୍ପଷ୍ଟ ହୋଇନାହିଁ। ମ୍ୟାଚ ଦିନ ବୈଠକ ଡକାଯାଇଥିବାରୁ ରୋହିତ ଓ ବିରାଟଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବୈଠକକୁ ଡକା ଯିବାର ସମ୍ଭାବନା କମ ରହିଛି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ରିପୋର୍ଟରେ ଦାବି କରାଯାଇଛି ଯେ ଦଳରେ ଖେଳାଳି ମନୋନୟନରେ ସ୍ଥିରତା ରଖିବା ସହ ଭବିଷ୍ୟତ ଓ ପ୍ରଦର୍ଶନକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏପରି ବୈଠକ ଡକାଯାଇଛି। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଟିମର ନୈରାଶ୍ୟଜନକ ପ୍ରଦର୍ଶନର ମାନସମନ୍ଥନ ମଧ୍ୟ ବୈଠକରେ ହେବ। ଉଭୟ ଗମ୍ଭୀର ଓ ଅାଗରକର ବୈଠକରେ ଯୋଗ ଦେବାର ଥିବାରୁ ବିସିସିଆଇ ସେମାନଙ୍କ ଉଦ୍ଦେଶ୍ୟ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ଜାଣିବାକୁ ଲକ୍ଷ୍ୟ ରଖିଛି।

୨୦୨୬ରେ ଭାରତରେ ଟି-୨୦ ବିଶ୍ୱକପ ଖେଳାଯିବ। ସେହିପରି ୨୦୨୭ରେ ଦିନିକିଆ ବିଶ୍ୱକପ ରହିଛି। ତେଣୁ ଦଳରେ ଥିବା ସବୁ ପ୍ରକାରର ଦ୍ୱନ୍ଦ୍ୱକୁ ବିସିସିଆଇ ତୁରନ୍ତ ସମାଧାନ କରିବାକୁ ଚାହୁଁଥିବାରୁ ବୈଠକ ଡକାଯାଇଥିବା ଏହି ସୂତ୍ରରେ ଦାବି କରାଯାଇଛି। ୩୭ ବର୍ଷୀୟ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ଉପରେ ପୁଣି ବିଚାର କରିବାକୁ ବିସିସିଆଇ ବିରାଟଙ୍କ ସହ କଥା ହେଉଥିବା ଖବର ପ୍ରକାଶ ପାଇଥିଲା। ତେବେ ଏହି ବୈଠକରେ କଣ ଆଲୋଚନା ହେଉଛି ଓ କଣ ନିଷ୍ପତ୍ତି ହେଉଛି, ତା ଉପରେ ସମସ୍ତଙ୍କର ନଜର ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+