ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇର ବଡ ଫୈସଲା, କଟିବ ଏହି ସବୁ ଖେଳାଳିଙ୍କ ପତ୍ତା...

ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ 2023କୁ ଦୃଷ୍ଟିରେ ରଖି ବିସିସିଆଇ ପ୍ରସ୍ତୁତି ଶେଷ କରିଛି । ସଚିବ ଜୟ ଶାହା ଦିନିକିଆ ବିଶ୍ୱକପ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅନୁଯାଇ ଦିନିକିଆ ଫର୍ମାଟରେ 20 ଖେଳାଳିଙ୍କ ପୁଲ୍ ପ୍ରସ୍ତୁତ କର

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ 2023କୁ ଦୃଷ୍ଟିରେ ରଖି ବିସିସିଆଇ ପ୍ରସ୍ତୁତି ଶେଷ କରିଛି । ସଚିବ ଜୟ ଶାହା ଦିନିକିଆ ବିଶ୍ୱକପ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅନୁଯାଇ ଦିନିକିଆ ଫର୍ମାଟରେ 20 ଖେଳାଳିଙ୍କ ପୁଲ୍ ପ୍ରସ୍ତୁତ କରିବାକୁ ଯାଉଛି । ସେମାନଙ୍କୁ ବିଶ୍ୱକପ ଟିମ୍‌ରେ ସାମିଲ କରାଯିବ। ତେବେ ଏହା ପୂର୍ବରୁ ଏହି ଖେଳାଳିଙ୍କୁ ପର୍ଯ୍ୟାୟ କ୍ରମେ ଭାରତୀୟ ଟିମ୍‌ରେ ଖେଳିବାର ସୁଯୋଗ ଦିଆଯିବ। ଭଲ ଖେଳିଲେ ଅଗ୍ରାଧିକାର ଦିଆଯିବ ।

ODI World Cup 2023

ବିସିସିଆଇ ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ପୁରୁଷ ଦଳର ଭବିଷ୍ୟତ ଯୋଜନା ଏବଂ ବିଶ୍ୱକପ 2023 କୁ ଦୃଷ୍ଟିରେ ରଖି ନ୍ୟାସନାଲ କ୍ରିକେଟ୍ ଏକାଡେମୀ ସମସ୍ତ ଆଇପିଏଲ୍ ଫ୍ରାଞ୍ଚାଇଜ୍ ସହିତ କାର୍ଯ୍ୟ କରିବ । ଆଇପିଏଲ 2023 ରେ ଖେଳୁଥିବା କୋର କ୍ରିକେଟରଙ୍କ ଉପରେ ନଜର ରଖାଯିବ । ଆହତ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଖେଳାଳିମାନଙ୍କୁ ଆସନ୍ତା ଆଇପିଏଲ୍‌ ଖେଳିବାରୁ ଦୂରେଇ ରହିବାକୁ କୁହାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ଏହି ବୈଠକରେ କୋଚ୍ ରହୁଲ ଦ୍ରାବିଡ୍, କ୍ୟାପଟେନ ରୋହିତ ଶର୍ମା, ଏନ୍‌ସିଏ ଅଧ୍ୟକ୍ଷ ଭିଭିଏସ୍ ଲକ୍ଷ୍ମଣ, ପୂର୍ବତନ ଚୟନକର୍ତ୍ତା ଚେତନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ବିସିସିଆଇ ଅଧ୍ୟକ୍ଷ ରୋଜର ବିନି ଭିସି ଜରିଆରେ ବୈଠକରେ ଯୋଗ ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ କେବଳ ସେହି କ୍ରିକେଟର ଯେଉଁମାନେ ୟୋ-ୟୋ ଟେଷ୍ଟ ଏବଂ ଡେକ୍ସା ଟେଷ୍ଟରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ଅଧିକ ସୁଯୋଗ ଦିଆଯିବ। ତାଙ୍କୁ ବିସିସିଆଇର ବାର୍ଷିକ ଚୁକ୍ତିରେ ଅନ୍ତର୍ଭୁକ୍ତ କରାଯିବ।

ଭାରତୀୟ ଦଳ ସେମିଫାଇନାଲରେ ହାରି ଟି-20 ବିଶ୍ୱକପ 2022ରେ ଯାତ୍ରା ଶେଷ କରିଥିଲା । ରୋହିତ ଆଣ୍ଡ କୋ ଭାରତର ବିଶ୍ୱକପ ମରୁଡ଼ିକୁ ସମାପ୍ତ କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ତାହା ହୋଇପାରିଲା ନାହିଁ। ବିଶ୍ୱକପ ପରେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଗତ ଦୁଇ ମାସ ଧରି ଟି-20 ବିଶ୍ୱକପ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇପାରି ନାହିଁ।

ତେବେ ବିସିସିଆଇ ପକ୍ଷରୁ ୩ଟି ପ୍ରମୁଖ ସୁପାରିଶ କରାଯାଇଛି। ପ୍ରଥମତଃ ଖେଳାଳିମାନେ ଘରୋଇ କ୍ରିକେଟରେ ଉନ୍ନତ ପ୍ରଦର୍ଶନ କରିବା ପରେ ଜାତୀୟ ଟିମରେ ସ୍ଥାନ ପାଇବା, ଦ୍ୱିତୀୟତଃ ଚୟନ ପର୍ଯ୍ୟାୟରେ ୟୋ ୟୋ ଟେଷ୍ଟ ବାଧ୍ୟତାମୂଳକ କରିବା, ତୃତୀୟରେ ଭାରତୀୟ କ୍ରିକେଟ ଟିମ୍‌ର ଭବିଷ୍ୟତ ଟୁର ପୋଗ୍ରାମ ଓ ୨୦୨୩ ବିଶ୍ୱକପକୁ ଦୃଷ୍ଟିରେ ରଖି ଆପିଏଲରେ ଭାରତୀୟ ଖେଳାଳିଙ୍କୁ ଟାର୍ଗେଟ କରିବା ଉପରେ ନିୟନ୍ତ୍ରଣ ଜାରି କରିବା। ୨୦୨୩ରେ ଭାରତୀୟ ଟିମ୍ ୩୫ ମ୍ୟାଚ୍‌ ଖେଳିବ। ଯାହା ଭିତରେ ଆଗକୁ ଶ୍ରୀଲଙ୍କା ବିରୋଧରେ ନିଜ ମାଟିରେ ୩ଟି ମ୍ୟାଚ୍ ଖେଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+