ଟାଇଟଲ ସ୍ପନସରଶିପ୍‌ ଲାଗି ବିଡ୍ସ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ଏହି ସବୁ କମ୍ପାନୀ ପଡିବେ ବାଦ୍‌

ଫାଣ୍ଟାସି ସ୍ପୋଟର୍‌ସ କମ୍ପାନୀ ଡ୍ରିମ୍‌ ୧୧ ଓହରିବା ପରେ ଭାରତୀୟ କ୍ରିକେଟ୍‌ ଦଳର ଟାଇଟଲ ସ୍ପନସରଶିପ୍‌ ଅଧିକାର ଲାଗି ବିସିସିଆଇ ମଙ୍ଗଳବାର ବିଡ୍ସ ଆମନ୍ତ୍ରଣ କରିଛି। ସରକାରଙ୍କ ପକ୍ଷରୁ ବ୍ୟାନ୍‌ କରାଯିବା ପରେ ଏହି ବିଡ୍ସ ପ୍ରକ୍ରିୟାରୁ ରିୟଲ ମନି ଗେମିଂ ଓ କ୍ରିପ୍ଟୋ କରେନ୍ସି କମ୍ପାନୀକୁ ବାଦ୍‌ କରାଯାଇଛି।

ଆସନ୍ତା ୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁଥିବା ଏସିଆ କପ୍‌ରେ ଭାରତୀୟ ଦଳ ବିନା ଟାଇଟଲ ସ୍ପନସର୍‌ରେ ଖେଳିବ। ବୋର୍ଡ ପକ୍ଷରୁ ଆସନ୍ତା ୧୬ ତାରିଖକୁ ବିଡ୍ସ ଦାଖଲର ଅନ୍ତିମ ଦିନ ଧାର୍ଯ୍ୟ କରାଯାଇଛି। ପ୍ରମୋଶନ ଓ ରେଗୁଲେଶନ ଅଫ୍‌ ଅନ୍‌ଲାଇନ୍‌ ଗେମିଂ ୨୦୨୫ ଆଇନ କାରଣରୁ ଡ୍ରିମ୍‌ ୧୧ ଭଳି ରିୟଲ ମନି ଗେମିଂ ଦେଶରେ ବ୍ୟାନ୍‌ ହୋଇଯାଇଛି। ଡ୍ରିମ୍‌ ୧୧ ଓ ମାଈଁ ୧୧ ସର୍କଲ ଭଳି କମ୍ପାନୀଠାରୁ ବିସିସିଆଇକୁ ପ୍ରାୟ ୧୦୦୦ କୋଟି ଟଙ୍କା ମିଳୁଥିଲା। ଦୁହେଁ ଯଥାକ୍ରମେ ଭାରତୀୟ କ୍ରିକେଟ୍‌ ଦଳ ଓ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ର ଟାଇଟଲ ସ୍ପନସର ଥିଲେ।

bcci Bidding process
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+