କୋଟାକ ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂ ପ୍ରଶିକ୍ଷକ

ପୂର୍ବତନ ରଣଜୀ ତାରକା ସୀତାଂଶୁ କୋଟାକଙ୍କୁ ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂ ପ୍ରଶିକ୍ଷକ । କୋଟାକ ସଂପ୍ରତି ଭାରତୀୟ 'ଏ' ଦଳର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି ।

ତେବେ ଇଂଲଣ୍ଡ ବିପକ୍ଷ ୫ ଟ୍ବେଣ୍ଟି-୨୦, ୩ ଦିନିକିଆରେ ସେ ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ଦାୟିତ୍ବ ନିର୍ବାହ କରିବେ। ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ଶୃଙ୍ଖଳାରେ ଭାରତୀୟ ବ୍ୟାଟର୍‌ମାନେ ଦୁର୍ବଳ ପ୍ରଦର୍ଶନ କରିବା ପରେ ଜଣେ ନିୟମିତ ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତ କରିବାକୁ ବିସିସିଆଇକୁ ଗମ୍ଭୀର ଅନୁରୋଧ କରିଥିଲେ। ବିସିସିଆଇ ଶେଷରେ ତାଙ୍କର ଏହି ଅନୁରୋଧକୁ ରଖିଛି। କୋଟାକ ଭାରତୀୟ 'ଏ' ଦଳ ସହ କାର୍ଯ୍ୟ କରିବା ସହ ତାଙ୍କର ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ କାର୍ଯ୍ୟ କରିବାର ଢେର ଅଭିଜ୍ଞତା ରହିଛି।

Sitanshu Kotak

ସେହିଭଳି ୨୦୨୩ ଅଗଷ୍ଟ ମାସରେ ଯଶପ୍ରୀତ୍ ବୁମ୍‌ରାଙ୍କ ନେତୃତ୍ବରେ ଆୟର୍ଲାଣ୍ଡ ଗସ୍ତ କରିଥିବା ଭାରତୀୟ ଦଳର ମଧ୍ୟ ସେ ପ୍ରଶିକ୍ଷକ ଥିଲେ। ୫୨ବର୍ଷୀୟ ବାମହାତୀ ପ୍ରଥମଶ୍ରେଣୀ କ୍ରିକେଟର୍ ସୀତାଂଶୁ ରଣଜୀ ସହ ଏକାଧିକ ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ସୌରାଷ୍ଟ୍ରର ନେତୃତ୍ବ ନେଇଛନ୍ତି। ଘରୋଇ କ୍ରିକେଟ୍‌ର ଅନ୍ୟତମ ସଫଳ ବ୍ୟାଟର୍ ଭାବେ ପରିଚିତ ସେ। ୧୯୯୨-୯୩ରୁ ୨୦୧୩ ପର୍ଯ୍ୟନ୍ତ ଦୁଇ ଦଶନ୍ଧି ଧରି ଘରୋଇ କ୍ରିକେଟ୍‌ରେ ସକ୍ରିୟ ଥିଲେ। ଏହି ସମୟ ମଧ୍ୟରେ ୧୩୦ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୪୧.୭୬ ହାରରେ ୮୦୬୧ ରନ୍ କରିଛନ୍ତି।

ଅବସର ପରେ ପ୍ରଶିକ୍ଷଣ ଜଗତରେ ପାଦ ଥାପିଥିବା ଏହି ଅଭିଜ୍ଞ କ୍ରିକେଟର୍ ନିଜ ଘରୋଇ ଦଳ ସୌରାଷ୍ଟ୍ରରୁ ପ୍ରଶିକ୍ଷକ ଜୀବନ ଆରମ୍ଭ କରିଥିଲେ। ଗତ ଚାରିବର୍ଷ ଧରି କିନ୍ତୁ ଏନ୍‌ସିଏର ବ୍ୟାଟିଂ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି। ଭାରତୀୟ 'ଏ' ଦଳର ପ୍ରଶିକ୍ଷକ ଭାବେ ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ୨୦୧୭ ମସିହାରେ ସେ ଗୁଜରାଟ ଲାୟନ୍ସ ଆଇପିଏଲ୍ (ଭାଙ୍ଗି ସାରିଥିବା) ଦଳର ସହକାରୀ ପ୍ରଶିକ୍ଷକ ମଧ୍ୟ ଥିଲେ।

କୋଟାକଙ୍କ ନିଯୁକ୍ତି ପରେ ଭାରତୀୟ ପ୍ରଶିକ୍ଷକ ମଣ୍ଡଳି ଏକପ୍ରକାର ପୂର୍ଣ୍ଣ ହୋଇଛି। ଏଥିରେ ମୁଖ୍ୟପ୍ରଶିକ୍ଷକ ଗମ୍ଭୀରଙ୍କ ସହ ଦକ୍ଷିଣ ଆଫ୍ରିକାର ମର୍ଣ୍ଣି ମର୍କେଲ (ବୋଲିଂ ପ୍ରଶିକ୍ଷକ), ଅଭିଷେକ ନାୟର (ବ୍ୟାଟିଂ ପ୍ରଶିକ୍ଷକ), ରିୟାନ ଟେନ୍ ଡସଜେଟ୍ (ସହକାରୀ ପ୍ରଶିକ୍ଷକ), ଟି. ଦିଲୀପ (ଫିଲ୍ଡିଂ ପ୍ରଶିକ୍ଷକ) ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+