ଆଇପିଏଲ 2021: ଏପ୍ରିଲ 9ରେ ଆରମ୍ଭ ହେବ ଘରୋଇ କ୍ରିକେଟ ପର୍ବ, ମୁମ୍ବାଇ ବିପକ୍ଷରେ ବେଙ୍ଗାଲୁରୁ କରିବ ବଇନି
ବିସିସିଆଇ ଘୋଷଣା କରିଛି ଯେ ଆଇପିଏଲ୍ 2021 ଚେନ୍ନାଇରେ 9 ଏପ୍ରିଲରେ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ 30 ମେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।
SCHEDULE FOR VIVO IPL 2021: ଆଇପିଏଲ୍ 2021 ପାଇଁ ବହୁ ପ୍ରତୀକ୍ଷିତ ଖେଳସୂଚୀ ଘୋଷଣା କରାଯାଇଛି। ସମସ୍ତ କଳ୍ପନାଜଳ୍ପନକୁ ଅତିକ୍ରମ କରି ଏହି ଋତୁ କେବଳ ଭାରତରେ ଅନୁଷ୍ଠିତ ହେବ । ବିସିସିଆଇ ଘୋଷଣା କରିଛି ଯେ ଆଇପିଏଲ୍ 2021 ଚେନ୍ନାଇରେ 9 ଏପ୍ରିଲରେ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ 30 ମେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।
🚨 BCCI announces schedule for VIVO IPL 2021 🚨
The season will kickstart on 9th April in Chennai and the final will take place on May 30th at the Narendra Modi Stadium, Ahmedabad.
More details here - https://t.co/yKxJujGGcD #VIVOIPL pic.twitter.com/qfaKS6prAJ
— IndianPremierLeague (@IPL) March 7, 2021
ଏହି ପ୍ରତିଯୋଗିତାର କାର୍ଯ୍ୟସୂଚୀ ପୂର୍ବରୁ ଦେଶରେ କେଉଁ ମ୍ୟାଚ ଗୁଡିକ ଆୟୋଜନ ହେବ ସେନେଇ ଅନେକ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ପ୍ରାୟ 2 ବର୍ଷ ପରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ଆଇପିଏଲ୍ ଫେରିଛି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଯାହା ଚେନ୍ନାଇରେ 9 ଏପ୍ରିଲରେ ଖେଳାଯିବ। ଗତ ସିଜିନର ରନର୍ ଅପ୍ ଦିଲ୍ଲୀ କ୍ୟାପିଟାଲ୍ସ ଦଳ 10 ଏପ୍ରିଲରେ ମୁମ୍ବାଇରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।

ଲିଗ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ 6ଟି ସ୍ଥାନରେ ପ୍ରତେକ ଦଳ ଖେଳିବେ । ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳାଯିବ ଏବଂ କୌଣସି ଦଳ ନିଜ ଘରୋଇ ଷ୍ଟାଡିୟମରେ ଖେଳିବାର ସୁବିଧା ପାଇବେ ନାହିଁ । ସମସ୍ତ ନକ୍ଆଉଟ୍ ଷ୍ଟେଜ୍ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । ଚେନ୍ନାଇ ମୁମ୍ବାଇ କୋଲକାତା ଏବଂ ବେଙ୍ଗାଲୁରୁ 10 ଟି ମ୍ୟାଚ୍ ଆୟୋଜନ କରୁଥିବାବେଳେ ଅହମ୍ମଦାବାଦ ଏବଂ ଦିଲ୍ଲୀ ଲିଗ୍ ପର୍ଯ୍ୟାୟର 8ଟି ମ୍ୟାଚ୍ ଆୟୋଜନ କରିବ । ନକ୍ଆଉଟ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ଅହମ୍ମଦାବାଦରେ ଖେଳାଯିବ।
ଦର୍ଶକ ବିନା ଖେଳାଯିବ ଲିଗ ପର୍ଯ୍ୟାୟ ମ୍ୟାଚ:
କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟୋଜକମାନେ ଏହି କାର୍ଯ୍ୟକ୍ରମକୁ ଏପରି କରିଛନ୍ତି ଯେ ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳକୁ ମାତ୍ର 3 ଥର ଯାତ୍ରା କରିବାକୁ ପଡିବ । ଏହି ପ୍ରତିଯୋଗିତାରେ 11 ଟି ଡବଲ୍ ହେଡର୍ ରହିବ । ଚଳିତ ବର୍ଷ ଭିଭୋ ଆଇପିଏଲ୍ ବନ୍ଦ ଦ୍ୱାର ପଛରେ ଖେଳାଯିବ ଏବଂ ଟୁର୍ଣ୍ଣମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟରେ ଦର୍ଶକଙ୍କୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯିବ । ସିଙ୍ଗଲ ହେର୍ଡର ମ୍ୟାଚ ସନ୍ଧ୍ୟା 7.30ରୁ ଆରମ୍ଭ ହେବ । ସେହିପରି ଡବଲ ହେର୍ଡର ପ୍ରଥମ ମ୍ୟାଚ 3.30ରେ ଖେଳାଯିବ ।












Click it and Unblock the Notifications