T20 World Cup Winner: ବିଶ୍ଵକପ ବିଜୟୀ ଭାରତୀୟ ଦଳକୁ ବିସିସିଆଇର ୧୨୫ କୋଟି ପୁରସ୍କାର
ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟୀ ଭାରତୀୟ ଦଳ ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପୁରାସ୍କାର ରାଶି ଅଜାଡ଼ି ଦେଇଛି । ସମ୍ପୂର୍ଣ୍ଣ ଦଳକୁ ୧୨୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ପ୍ରକାଶ କରିଛନ୍ତି ।
ବିଶ୍ବକପ୍ ସାରା ଭାରତୀୟ ଖେଳାଳି ଦକ୍ଷତା, ପ୍ରତିଭା, ସଙ୍କଳ୍ପ ଓ ଖେଳଭାବନା ଦେଖାଇ ଏହି ଉଲ୍ଲେଖନୀୟ ବିଜୟ ପାଇଥିବାରୁ ସାହା ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର ରାତିରେ ବାର୍ବାଡସ୍ର କେନସିଙ୍ଗଟନ୍ ଓଭାଲରେ ଭାରତୀୟ ଦଳ ରୋମାଞ୍ଚକ ଭାବେ ୭ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।

ରୋହିତ ଶର୍ମାଙ୍କ ନେତୃତ୍ବକୁ ମଧ୍ୟ ଜୟ ଶାହ ଉଚ୍ଚ ପ୍ରଶଂସା କରିଥିଲେ। ସମାଲୋଚକଙ୍କ ମୁହଁକୁ ସେମାନେ ବନ୍ଦ କରି ଦେଇଛନ୍ତି। ରାହୁଲ ଦ୍ରାବିଡ଼ଙ୍କ ଦିଗ୍ଦର୍ଶନରେ ରୋହିତ ସେନାଙ୍କ ଯାତ୍ରା କୌଣସି ପ୍ରେରଣାଦାୟୀ କାହାଣୀଠାରୁ ଭିନ୍ନ ନୁହେଁ। ଏବେ ଏମାନେ ମହାନ ଖେଳାଳିଙ୍କ ମଧ୍ୟରେ ଗଣାଯିବେ।
ରୋହିତଙ୍କ ନେତୃତ୍ବ ସହିତ ବିରାଟ କୋହଲି, ଯଶପ୍ରୀତ୍ ବୁମରା ଓ ଅନ୍ୟମାନେ ୧୪୦ କୋଟି ଭାରତୀୟଙ୍କ ଆଶା ଓ ସ୍ବପ୍ନକୁ ବାସ୍ତବ ରୂପ ଦେଇଛନ୍ତି ବୋଲି ଶାହ ପ୍ରକାଶ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭାରତୀୟ କ୍ରିକେଟ୍ ଦଳ ସହ ଫୋନ୍ରେ କଥା ହୋଇ ସମଗ୍ର ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ରୋହିତ ଶର୍ମାଙ୍କୁ ଉତ୍କୃଷ୍ଟ ଅଧିନାୟକତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଟି-୨୦ କ୍ୟାରିୟରକୁ ବହୁତ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଫାଇନାଲରେ ବିରାଟ କୋହଲିଙ୍କ ଇନିଂସ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶେଷ ଓଭର ପାଇଁ ଏବଂ ସୂର୍ୟ୍ୟକୁମାର ଯାଦବଙ୍କୁ ତାଙ୍କର କ୍ୟାଚ୍ ଧରିବା ପାଇଁ ପ୍ରଶଂସା କରିଛନ୍ତି ମୋଦୀ ।
ମୋଦୀ ସୂର୍ଯ୍ୟ କୁମାର ଯାଦବଙ୍କ ଚମତ୍କାର କ୍ୟାଚ ସହ ଜସପ୍ରୀତ ବୁମ୍ରାଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି । ଭାରତୀୟ କ୍ରିକେଟରେ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି












Click it and Unblock the Notifications