ବିସିସିଆଇ ବଡ଼ ଘୋଷଣା: ଏଣିକି ପୁରୁଷ କ୍ରିକେଟରେ ରହିବେ ମହିଳା ଅମ୍ପାୟାର
ବିସିସିଆଇ ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମହିଳା ଅମ୍ପାୟାର୍ସଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନଠାରୁ ମହିଳା ଅମ୍ପାୟାରମାନେ ମଧ୍ୟ ରଣଜୀ ଟ୍ରଫିରେ ଅଫିସିଆଲ୍ ହେବାର ସୁଯୋଗ ପାଇବେ ।
ନୂଆଦିଲ୍ଲୀ: ବିସିସିଆଇ ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମହିଳା ଅମ୍ପାୟାର୍ସଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନଠାରୁ ମହିଳା ଅମ୍ପାୟାରମାନେ ମଧ୍ୟ ରଣଜୀ ଟ୍ରଫିରେ ଅଫିସିଆଲ୍ ହେବାର ସୁଯୋଗ ପାଇବେ ।

ଗତ ଏକ ବର୍ଷ ମଧ୍ୟରେ ବିସିସିଆଇ ଏଭଳି ଅନେକ ବଡ ନିଷ୍ପତ୍ତି ନେଇଛି ଯାହା ଭାରତୀୟ କ୍ରିକେଟରେ ପରିବର୍ତ୍ତନ ଆଣିଛି। ବିଶେଷକରି ମହିଳା କ୍ରିକେଟ୍ ରେ ମହିଳା ଏବଂ ପୁରୁଷ ଖେଳାଳିଙ୍କ ପ୍ରଥମ ମ୍ୟାଚ୍ ଫି ସମାନ କରାଯାଇଥିଲା । ଏହା ପରେ ମହିଳା ଆଇପିଏଲ୍ ଘୋଷଣା କରାଯାଇଥିଲା ଏବଂ ବର୍ତ୍ତମାନ ପୁଣି ଥରେ ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି।
ବିସିସିଆଇର ଜଣେ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ମହିଳା ଅମ୍ପାୟାର୍ସଙ୍କୁ ଆଗାମୀ ରଣଜୀ ଟ୍ରଫିରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିବ । ଏନେଇ ବୃନ୍ଦା ରାଠୀ ଜନନୀ ନାରାୟଣନ ଓ ଗାୟତ୍ରୀ ବେଣୁଗୋପାଳନଙ୍କୁ ଚୟନ କରାଯାଇଛି । ମହିଳା ଆଇପିଏଲ ପାଇଁ ଘୋଷଣା ପରେ ବିସିସିଆଇ ମହିଳାଙ୍କୁ ନେଇ ଏହି ବଡ ନିଷ୍ପତ୍ତି ନେଇଛି । ଏହି ତିନି ଜଣ ରଣଜୀ ଟ୍ରଫିର ଏହି ସିଜନରେ ଅଫିସିଆଲ୍ ହେବେ । ଖୁବଶୀଘ୍ର ରଣଜୀ ଟ୍ରଫିରେ ମହିଳା ଅମ୍ପାୟାରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପରବର୍ତ୍ତୀ ସିଜିନ ପାଇଁ ସେ ମହିଳା ଅମ୍ପାୟାରମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବେ, ଯେଉଁଥିରେ ମହିଳାମାନେ ଅମ୍ପାୟାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଘରୋଇ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବେ।
ଅନେକ ରାଜ୍ୟର କ୍ରିକେଟ ସଂଘ ଏବେ ମହିଳା କ୍ରିକେଟ ବ୍ୟତୀତ ସ୍ଥାନୀୟ ସ୍ତରରେ ପୁରୁଷ କ୍ରିକେଟରେ ବି ମହିଳା ଅମ୍ପାୟାର୍ସମାନଙ୍କୁ ସୁଯୋଗ ଦେଇଛି । ହେଲେ ଏପର୍ଯ୍ୟନ୍ତ ବିସିସିଆଇ ତରଫରୁ କେବେ ବି ମହିଳା ଅମ୍ପାୟାର୍ସ ମାନଙ୍କୁ ପୁରୁଷଙ୍କ ସିନିୟର୍ସ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାରିଂ କରିବାକୁ ନିଯୁକ୍ତି ଦେଇ ନଥିଲା ।
ତେବେ ପୂର୍ବରୁ ବୃନ୍ଦା ରାଠୀ ଓ ଜନନୀ ନାରାୟଣନ ଅଣ୍ଡର-୨୩ ପୁରୁଷ ସିକେ ନାଇଡୁ ଟ୍ରଫିରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିଥିଲା । ମୁମ୍ବାଇର ୩୨ ବର୍ଷିୟା ବୃନ୍ଦା ରାଠୀ ଜଣେ ମିଡିୟମ ସ୍ପେଶ ବୋଲର ଭାବେ ମୁମ୍ବାଇ ୟୁନିଭରସିଟି ପାଇଁ ପ୍ରତିନିଧିତ୍ୱ କରୁଥିଲେ । ସେ ୨୦୧୦ ରେ ବିସିସିଆଇର ସ୍କୋରିଂ ପରୀକ୍ଷା ପାସ୍ କରିଛନ୍ତି । ୨୦୧୩ ମସିହାରେ ହୋଇଥିବା ମହିଳା ବିଶ୍ୱକପରେ ସେ ସ୍କୋରର ଭାବେ ଦାୟିତ୍ୱ ତୁଲାଇଥିଲେ ।
ସେପଟେ ୩୬ ବର୍ଷିୟା ଜନନୀ ନାରାୟଣନ କେବେ ବି ଉଚ୍ଚସ୍ତରର କ୍ରିକେଟ ମ୍ୟାଚ ଖେଳି ନାହାଁନ୍ତି । ସେ ୨୦୦୯ ଓ ୨୦୧୨ ମସିହାରେ ତାମିଲନାଡୁ କ୍ରିକେଟ ଆସୋସିଏସନ ସହ ଯୋଗାଯୋଗ କରି ଅମ୍ପାୟାର ହେବାକୁ ଚେଷ୍ଟା କରିଥିଲେ । ୨୦୧୫ ମସିହାରେ ଜନନୀଙ୍କ କଥାରଖି ତାମିଲନାଡୁ କ୍ରିକେଟ ଆସୋସିଏସନ ତରଫରୁ ତାଙ୍କୁ ଏକ ଫର୍ମ ଦିଆଯାଇଥିଲା । ଏହାପରେ ଜନନୀ ବିସିସିଆଇର ଲେବଲ ୨ ଅମ୍ପାୟାରିଂ ପରୀକ୍ଷା ଦେଇ ପାସ୍ କରିଥିଲେ ।












Click it and Unblock the Notifications