୨୦୨୨ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ

ଚଳିତ ବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ମିତାଲି ରାଜ ବିଶ୍ୱକପରେ ଦଳର କମାଣ ସମ୍ଭାଳିବେ।

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ମିତାଲି ରାଜ ବିଶ୍ୱକପରେ ଦଳର କମାଣ ସମ୍ଭାଳିବେ। ଟି-୨୦ ଅଧିନାୟକ ହରମନପ୍ରୀତ କୌର ତାଙ୍କ ଡେପୁଟି ଭାବେ ଦାୟିତ୍ୱ ପାଇଛନ୍ତି।

ICC Womens World Cup 2022

ନିଉଜିଲାଣ୍ଡ୍‌ ଗସ୍ତ ନିମନ୍ତେ 'ଅଲ୍‌ଇଣ୍ଡିଆ ୱିମିନ୍‌ସ୍‌ ସିନିୟର୍‌ ସିଲେକ୍ସନ୍‌ କମିଟି' ବୁଧବାର ଦିନ 'ସୋପିସ୍‌ ଇଭେଣ୍ଟ୍‌' ଖେଳାଳିମାନଙ୍କୁ ଚୟନ କରିଛି ବୋଲି ବିବୃତି ଦେଇ 'ବିସିସିଆଇ' କହିଛି । ମାର୍ଚ୍ଚ ୪ରୁ ଏପ୍ରିଲ ୩ ତାରିଖ ଯାଏ ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ମହିଳା ବିଶ୍ୱକପ ସ୍କ୍ୱାଡରେ ଯୁବ ତାରକା ଜେମିମା ଓ ଶିଖା ପାଣ୍ଡେଙ୍କୁ ସ୍ଥାନ ମିଳିନାହିଁ।

ବିଶ୍ୱକପ ସ୍କ୍ୱାଡରେ ଥିବା ଖେଳାଳିମାନେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ଟି ଦିନିକିଆ ମ୍ୟାଚ୍‌ ଖେଳିବେ। ଏହି ସିରିଜ ବିଶ୍ୱକପର ଠିକ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ଖେଳାଯିବ। ସେହିପରି ଦୁଇ ଦଳ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ ଦଳ ନେତୃତ୍ୱ ହରମନପ୍ରୀତ କୌର ନେବେ।

ଟୁର୍ଣ୍ଣାମେଣ୍ଟ ଇତିହାସରେ ଦୁଇଥର ରନର୍ସଅପ୍ ହେବା ପରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଟାଇଟଲ୍‌ ଜିତିବା ପାଇଁ ଚେଷ୍ଟା କରିବ । ୨୦୧୭ ବିଶ୍ୱକପ୍‌ ସଂସ୍କରଣର ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ହର୍ମାନପ୍ରୀତ କୌର ୧୭୫ ରନ୍‌ର ପାଳି ଖେଳିଥିବା ବେଳେ ଉପଅଧିନାୟକ ଭାବରେ ରହିଆସିଥିବା ସ୍ମ୍ରିତି ମାନ୍ଧନ ମଧ୍ୟ ତାଙ୍କ ଅଭିଜ୍ଞତା ସହିତ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ବିସିସିଆଇ ।

ବିଶ୍ୱକପରେ ଭାରତୀୟ ମହିଳା ଦଳ ତା'ର ଅଭିଯାନ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ଏହି ମ୍ୟାଚ୍‌ ମାର୍ଚ୍ଚ ୬ରେ ଖେଳାଯିବ। ନକ ଆଉଟ ପର୍ଯ୍ୟାୟକୁ ଯିବା ପୂର୍ବରୁ ଭାରତ ରାଉଣ୍ଡ ରବିନରେ ମୋଟ ୭ଟି ମ୍ୟାଚ ଖେଳିବ। ମାର୍ଚ୍ଚ ୧୦ରେ ଦଳ ନ୍ୟୁଜିଲ୍ୟାଣ୍ଡ, ୧୨ରେ ୱେଷ୍ଟଇଣ୍ଡିଜ, ମାର୍ଚ୍ଚ ୧୬ରେ ଇଂଲଣ୍ଡ, ୧୯ରେ ଅଷ୍ଟ୍ରେଲିଆ, ୨୨ରେ ବାଂଲାଦେଶ ଓ ମାର୍ଚ୍ଚ ୨୭ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

ଭାରତୀୟ ସ୍କ୍ୱାଡ

  • ମିତାଲି ରାଜ(ଅଧିନାୟକ), ହରମନପ୍ରୀତ କୌର(ଉପ ଅଧିନାୟକ), ସ୍ମୃତି ମନ୍ଧାନା, ଶେଫାଲି ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ(ୱିକେଟ କିପର), ସ୍ନେହା ରାଣା, ଝୁଲଣ ଗୋସ୍ୱାମୀ, ପୂଜା ଭାସ୍ତରକର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ( ୱିକେଟ କିପର), ରାଜେଶ୍ୱରୀ ଗାଏକ୍ୱାଡ ଓ ପୁନମ ଯାଦବ।
  • ଷ୍ଟାଣ୍ଡବାଇ ଖେଳାଳି- ଏସ୍‌ ମେଘନା, ଏକତା ବିଷ୍ଟ, ସିମରନ ଦିଲ ବାହାଦୂର।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+