ଚଳିତ ବର୍ଷର ଘରୋଇ ଋତୁ ପାଇଁ ଖେଳସୂଚୀ ଘୋଷଣା କଲା ବିସିସିଆଇ, ଜାଣନ୍ତୁ, କେଉଁଠି କେଉଁଦିନ ଅଛି କାହାର ମ୍ୟାଚ ?
Ranji Trophy 2023: ବିସିସିଆଇ ଆଗାମୀ ଘରୋଇ କ୍ରିକେଟ୍ ଋତୁ (2023-24) ପାଇଁ ଖେଳସୂଚୀ ପ୍ରକାଶ କରିଛି । ଘରୋଇ ଋତୁ ଜୁନ୍ 28 ରୁ ଜୁଲାଇ 16 ପର୍ଯ୍ୟନ୍ତ ଦଲୀପ ଟ୍ରଫି ସହିତ ଆରମ୍ଭ ହେବ ଏବଂ ଜୁଲାଇ 24 ରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଦେଓଧର ଟ୍ରଫି ।

ଘରୋଇ ସିଜିନରେ ସବୁଠୁ ଅଧିକ ଗୁରୁତ୍ୱ ବହନ କରୁଥିବା ରଣଜୀ ଟ୍ରଫି ଜାନୁଆରୀ 5 ରୁ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ 70 ଦିନ ଧରି ରଣଜୀ ଟ୍ରଫି ଖେଳାଯିବ । ଯାହାର ଫାଇନାଲ ମ୍ୟାଚ୍ ମାର୍ଚ୍ଚ 14 ତାରିଖରେ ଖେଳାଯିବ । ଖାଲି ସେତିକି ନୁହେଁ, ଏଥର ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ଦଲୀପ ଟ୍ରଫିରୁ ଆରମ୍ଭ ହେବ । ଯାହାକି ଜୁନ୍ 28ରୁ ଆରମ୍ଭ ହେବାକୁ ଯାଉଛି ।
ସେହିପରି ସୟଦ ମୁଶ୍ଟାକ ଅଲି ଟି-20 ଟୁର୍ନାମେଣ୍ଟ 16 ଅକ୍ଟୋବରରୁ 6 ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ପରେ ବିଜୟ ହଜାରେ ଟ୍ରଫି 23 ନଭେମ୍ବରରୁ 15 ଡିସେମ୍ବର ମଧ୍ୟରେ 50 ଓଭର ଚାମ୍ପିଅନସିପ୍ ହେବ । ଉଭୟ ହ୍ୱାଇଟ-ବଲ୍ ଟୁର୍ନାମେଣ୍ଟରେ ଦୁଇଟି ବିଭାଗ ହେବ - ଏଲିଟ୍ ଏବଂ ପ୍ଲେଟ୍ ।












Click it and Unblock the Notifications