ବିସିସିଆଇ ଘୋଷଣା କଲା ଆନୁଆଲ କଣ୍ଟ୍ରାକ୍ଟ, ଏହି ଖେଳାଳିଙ୍କୁ ମିଳିଲା ସବୁଠାରୁ ବଡ଼ ପ୍ରମୋସନ୍

BCCI Annual Contract List: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ୨୦୨୨-୨୩ ସିଜିନ୍ ପାଇଁ ଟିମ୍ ଇଣ୍ଡିଆ ପ୍ଲେୟାରଙ୍କ ଆନୁଆଲ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିଛି । ଏଥିରେ ୩ ଖେଳାଳିଙ୍କୁ ବଡ଼ ପ୍ରମୋସନ ମିଳିଛି ।
ବିସିସିଆଇ ଦ୍ୱାରା ପ୍ରକାଶିତ ଚୁକ୍ତି ତାଲିକାରେ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ଲାଭ ମିଳିଛି । ସେ ବର୍ତ୍ତମାନ A+ ବର୍ଗରେ ପହଞ୍ଚିଛନ୍ତି । ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା , ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଆହତ ପେସର ଜସପ୍ରୀତ ବୁମରା ଏହି ବର୍ଗରେ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ଚାରି ଖେଳାଳିଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱାରା ବାର୍ଷିକ ୭ କୋଟି ଟଙ୍କା ଦିଆଯିବ ।
ଉଲ୍ଲେଖଥାଉ କି, ବୋର୍ଡ ଦ୍ୱାରା ବାର୍ଷିକ A+ ବର୍ଗରେ ୭ କୋଟି, ଏ ବର୍ଗରେ ୫ କୋଟି, ବି ବର୍ଗରେ ୩ କୋଟି ଏବଂ ସି ବର୍ଗରେ ୧ କୋଟି ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ବିସିସିଆଇ ଏହି କଣ୍ଟ୍ରାକ୍ଟ ଲିଷ୍ଟରେ ୨୬ ଖେଳାଳି ରହିଛନ୍ତି ।
ଅନ୍ୟପଟେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ମହମ୍ମଦ ଶାମି, ରିଷଭ ପନ୍ତ, ଆଉ ଅକ୍ଷର ପଟେଲଙ୍କ ଭଳି ଖେଳାଳି ଏ ଗ୍ରେଡରେ ରହିଛନ୍ତି । ଯେଉଁମାନଙ୍କୁ ଏବେ ବାର୍ଷିକ ୫ କୋଟି ଲେଖାଏଁ ଟଙ୍କା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ତେବେ ପୂର୍ବରୁ ଅକ୍ଷର ପଟେଲ ବି ଗ୍ରେଡ୍ ଆଉ ପାଣ୍ଡ୍ୟା ସି ଗ୍ରେଡରେ ଥିଲେ । ତେଣୁ ଏହି ଦୁଇ ଖେଳାଳିଙ୍କର ଗ୍ରେଡରେ ପ୍ରୋମସନ୍ ହେବା ସହିତ, ଏହି ଦୁଇ ଖେଳାଳି ଗ୍ରେଡ୍ ଏ-କୁ ପଦୋନ୍ନତି ପାଇଛନ୍ତି ।
ଦେଖନ୍ତୁ ପୁରା ତାଲିକ:
- ଏ + ଗ୍ରେଡ୍- ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା ।
- ଗ୍ରେଡ୍-ଏ- ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ୍, ପେସର୍ ମହମ୍ମଦ ଶାମି, ଋଷଭ ପନ୍ତ ଏବଂ ଅକ୍ସର ପଟେଲ ।
- ବି ଗ୍ରେଡ-ଚେତେଶ୍ୱର ପୂଜାରା, କେ.ଏଲ୍ ରାହୁଲ, ଶ୍ରେୟସ୍ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମାନ ଗିଲ ।
- ଗ୍ରେଡ୍ ସି- ଉମେଶ ଯାଦବ, ଶିଖର ଧାୱନ, ଶାର୍ଦ୍ଦୁଲ ଠାକୁର, ଇଶାନ କିଶନ, ଦୀପକ ହୁଡା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ଏବଂ କେ.ଏସ୍ ଭରତ ।












Click it and Unblock the Notifications