ବାରବାଟୀ ଟ୍ବେଣ୍ଟି-୨୦: ଡିସେମ୍ବର ୧ରୁ ଅନ୍ଲାଇନ୍ ଟିକଟ୍, ୫ରୁ କାଉଣ୍ଟର୍ରେ ବିକ୍ରି
ଡିସେମ୍ବର ୯ ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ପାଇଁ ସୋମବାର କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଡିସେମ୍ବର ୧ ତାରିଖରୁ ଅନ୍ଲାଇନ୍ ଟିକଟ ବିକ୍ରି କରାଯିବ । ଡିଷ୍ଟ୍ରିକ୍ଟ ବାଏ ଜୋମୋଟା ଆପ୍ଲିକେସନ୍ ଓ ୱେବ୍ସାଇଟ୍ରେ ଅନ୍ଲାଇନ୍ ଟିକଟ୍ ଉପଲବ୍ଧ ହେବ ।
ଅନ୍ଲାଇନ୍ରେ କେତେ ସଂଖ୍ୟକ ଟିକଟ ବିକ୍ରି ହେବ ତାହା ଘୋଷଣା କରାଯାଇନି । ସେହିପରି ଡିସେମ୍ବର ୫ରୁ କାଉଣ୍ଟର୍ରେ ଜନସାଧାରଣଙ୍କୁ ଟିକଟ ମିଳିବ। ସେହିପରି ଡିସେମ୍ବର ୩ ଓ ୪ ତାରିଖ ଦୁଇଦିନ ଓସିଏ ସହ ଅନୁବନ୍ଧିତ ସଂଘଙ୍କୁ ଟିକଟ୍ ବିକ୍ରି କରାଯିବ ।
ଗତ ଫେବ୍ରୁଆରି ୯ରେ ବାରବାଟୀରେ ମ୍ୟାଚ୍ ସମୟରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ଏଡ଼ାଇବା ସହ ଆସନ୍ତା ମ୍ୟାଚକୁ ଶୃଙ୍ଖଳିତ କରାଯିବା ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ପୌରୋହିତ୍ୟରେ ଅନୁ୍ଷ୍ଠିତ ବୈଠକରେ ଆଲୋଚନା ହେଇଛି।
ଗତ ଭାରତ-ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ମ୍ୟାଚ୍ ଚାଲିଥିବା ବେଳେ ଜେନେରେଟର ଅଚଳ ପାଇଁ ଫ୍ଲଡ୍ଲାଇଟ୍ ଲିଭିଯିବା ଯୋଗୁଁ ମ୍ୟାଚ୍ ପାଖାପାଖି ଅଧଘଣ୍ଟା ବାଧାପ୍ରାପ୍ତ ହୋଇଥିଲା। ଏହା ପୂର୍ବରୁ କାଉଣ୍ଟର ଟିକଟ୍ ବିକ୍ରି ବେଳେ କ୍ରିକେଟପ୍ରେମୀ ଦଳଚକଟା ହୋଇଥିଲେ। ଏଭଳି ସମସ୍ୟାର କିପରି ପୁନରାବୃତ୍ତି ନଘଟିବ ସେ ଦିଗରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସିନ୍ଦେ କହିଛନ୍ତି ଯେ, ଷ୍ଟାଡିୟମ୍ରେ ବିଦ୍ୟୁତ ବିଭ୍ରାଟ କିପରି ନ ଘଟିବ ସେଥି ପାଇଁ ସମସ୍ତ ପ୍ରସ୍ତୁତି କରାଯିବ।

ଦର୍ଶକଙ୍କ ପାଇଁ ଖାଦ୍ୟ, ମେଡିକାଲ୍ ସୁବିଧା, ସାନିଟାଇଜେସନ ଆଦି ଉପରେ ନଜର ରଖାଯିବ। ଟିକେଟ କାଉଣ୍ଟର୍ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ଭାବେ କରାଯିବ। ମୁଖ୍ୟତଃ ପିଇବା ପାଣିର ବ୍ୟବସ୍ଥା ହେବ। ଗତ ମ୍ୟାଚ୍ ସମୟରେ ଯେପରି ବିଦ୍ୟୁତ ସମସ୍ୟା ହୋଇଥିଲା ତାହାକୁ ନଜରରେ ରଖି ପାୱାର ବ୍ୟାକ୍ଅପ ଓ ଅଧିକ ଡିଜି ସେଟ୍ ମହଜୁଦ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ, ଦର୍ଶକଙ୍କୁ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ। ଚଳିତଥର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋର୍ଟର ବ୍ୟବସ୍ଥା କରାଯିବ। ଯଦ୍ୱାରା ସେମାନେ ସୁରୁଖୁରୁରେ ଗ୍ୟାଲେରୀକୁ ଯାଇ ପାରିବେ। ପୂର୍ବ ରାତିରୁ ଧାଡ଼ିରେ ରହୁଥିବା ଟିକେଟ୍ କ୍ରେତାଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯିବ। ଚଳିତଥର ବାଉଁଶ ବ୍ୟାରିକେଡ ନୁହେଁ ବରଂ ଲୁହା ବ୍ୟାରିକେଡ୍ ବନ୍ଧାହେବ।
-
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ








Click it and Unblock the Notifications