ବାରବାଟୀ ଟି-20: ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମରେ ମକଡ୍ରିଲ୍
ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଓସିଏ ସମେତ ଜିଲ୍ଲା ପ୍ରଶାସନ ଓ କମିଶନରେଟ୍ ପୋଲିସର ଜୋରଦାର ପ୍ରସ୍ତୁତି । ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଆଜି ଏକ ମକଡ୍ରିଲ କାର୍ଯ୍ୟକ୍ରମ କରାଯାଇଛି ।
କଟକ: ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଓସିଏ ସମେତ ଜିଲ୍ଲା ପ୍ରଶାସନ ଓ କମିଶନରେଟ୍ ପୋଲିସର ଜୋରଦାର ପ୍ରସ୍ତୁତି । ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଆଜି ଏକ ମକଡ୍ରିଲ କାର୍ଯ୍ୟକ୍ରମ କରାଯାଇଛି ।

ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ମକଡ୍ରିଲ ହୋଇଛି । ମକଡ୍ରିଲରେ ପୋଲିସ, ଅଗ୍ନିଶମ କର୍ମଚାରୀ ଓ ସୁରକ୍ଷାକର୍ମୀ ସାମିଲ ଅଛନ୍ତି । କଟକ ଡିସିପି ପିନାକ ମିଶ୍ର ଉପସ୍ଥିତ ରହି ନିଜେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଗ୍ୟାଲେରୀରୁ ଆରମ୍ଭ କରି ଖେଳାଳିଙ୍କ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ଯାଞ୍ଚ କରାଯାଉଛି । ତେବେ ଜୁନ୍ ୧୨ରେ ଭାରତ ଓ ଦକ୍ଷିଣ ଆଫିକ୍ରା ମଧ୍ୟରେ ମ୍ୟାଚ୍ ଖେଳାଯିବ ।
ସେହିପରି ଆଜି ଷ୍ଟାଡିୟମ ବୁଲି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ଆରଡିସି, ଜିଲ୍ଲାପାଳ ଓ ଡିସିପି । ଏଥର ଓସିଏର ପ୍ରବେଶପଥ, ପ୍ଲେୟାର ଡେସିଂ ରୁମ ସମେତ କ୍ଳକ ଟାଓ୍ବାରର କିଛି ଅଂଶକୁ ଉଡେନ ଲୁକ ଦିଆଯାଇଛି । ୬, ୭ ନମ୍ବର ଗ୍ୟାଲେରୀ ଦର୍ଶକଙ୍କ ପାଇଁ ଏଥର ଖୋଲା ଯାଉଥିବା ବେଳେ ଆଇଆଇଟି ଖଡଗପୁର ଏକ୍ସପର୍ଟଙ୍କ ଦ୍ବାରା ଏହି କାର୍ଯ୍ୟକୁ ସମ୍ପାଦନ କରାଯାଇଛି ।
ସେପଟେ ଗତକାଲିଠୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ୯ ତାରିଖରୁ ଅଫଲାଇନରେ ଟିକେଟ ବିକ୍ରି ହେବ । ପ୍ରାୟ ୪୪ ହଜାରରୁ ଅଧିକ ଦର୍ଶକ ମ୍ୟାଚ ଦେଖିବେ । ଏହାକୁ ଦୃଷ୍ଟିରେ ରଖି, ପାର୍କିଂ ପାଇଁ ପ୍ରଶାସନ ପକ୍ଷରୁ ତଳ ଓ ଉପର ବାଲିଯାତ୍ରା ପଡିଆକୁ ପ୍ରସ୍ତୁତ କରାଯାଉଛି । ତେବେ ଜୁନ୍ ୧୨ରେ ଭାରତ ଓ ଦକ୍ଷିଣ ଆଫିକ୍ରା ଟି-20ର ଶେଷ ମ୍ୟାଚ କଟକ ବାରବାଟୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications