Get Updates
Get notified of breaking news, exclusive insights, and must-see stories!

ବାରବାଟୀରେ ଟି-୨୦: ମେ' ଫେୟାର ମେନ୍ୟୁରେ ଖେଳାଳିଙ୍କ ପାଇଁ ଅଛି ଏହି ସବୁ ଖାଇବା

ମେ ଫେୟାର ହୋଟେଲରେ ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ରହିବେ ୨ ଦେଶର ଖେଳାଳି । ତେଣୁ ଖେଳାଳିଙ୍କ ଖାଦ୍ୟପେୟ ଉପରେ ହୋଟେଲ୍ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି ।

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଛନ୍ତି ଉଭୟ ଦେଶର ଖେଳାଳି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟ ଦଳର ଖେଳାଳିଙ୍କୁ କଡ଼ା ସୁରକ୍ଷା ଭିତରେ ହୋଟେଲ ମେ' ଫେୟାରକୁ ପାଛୋଟି ନିଆଯାଇଛି । ମେ ଫେୟାର ହୋଟେଲରେ ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ରହିବେ ୨ ଦେଶର ଖେଳାଳି । ତେଣୁ ଖେଳାଳିଙ୍କ ଖାଦ୍ୟପେୟ ଉପରେ ହୋଟେଲ୍ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି ।

Barabati T20

ମିଳିଥିବା ସୂଚନା ଅନୁସାରେ, ଭାରତୀୟ ଖେଳାଳିଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହେବ । ସବୁ ଖେଳାଳିଙ୍କ ପାଇଁ ଡାଲମା ରହିବ । ଏହା ସହ ଖେଳାଳିଙ୍କ ଖାଦ୍ୟରେ ଛେନାପୋଡ ଦିଆଯିବ । ଆଗକୁ ରଜ ଥିବାରୁ ହୋଟେଲ ପକ୍ଷରୁ ୧୨ ପ୍ରକାର ପିଠା ପ୍ରସ୍ତୁତ ହେବ । ଖେଳାଳିମାନଙ୍କ ପାଇଁ କାକେରା, ଆରିସା, ଚକୁଳି ଓ ମଣ୍ଡା ପରି ପିଠା ଦିଆଯିବ ।

ହୋଟେଲର ମୁଖ୍ୟ ସେଫଙ୍କ ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିଙ୍କ ମେନ୍ୟୁରେ ରହିବ ଅଧିକାଂଶ ନନଭେଜ୍ ଖାଦ୍ୟ । ସମସ୍ତ ଖାଦ୍ୟ କମ୍ ମସଲା ଓ କମ୍ ତେଲରେ ତିଆରି ହେବ । ହୋଟେଲ୍ ସେଫଙ୍କ ଅନୁସାରେ ଉଭୟ ଦେଶର ଖେଳାଳିଙ୍କ ମେନୁରେ ରୋଷ୍ଟ ଚିକେନ, ଦେଶୀ ଚିକେନ ଝୋଳ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ ଭଳି ଆମିଷ ଖାଦ୍ୟ ରହିବ । ସେହପିରି ନିରାମିଷରେ ଡାଲମା, ବଟର ପନିର, ବଡ଼ିଚୁରା, ଛତୁ ବେସର ଓ ଶାଗ ସ୍ୱତନ୍ତ୍ର ଭାବେ ପରଷାଯିବ । ଏଥିସହ ଓଡ଼ିଶାର ପାରମ୍ପରିକ କଂସା ଓ ପିତ୍ତଳ ଥାଳି, ଗ୍ଲାସ ସାଙ୍ଗକୁ ଚାମଚରେ ଖାଦ୍ୟ ପରଷା ଯିବାର ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+