Get Updates
Get notified of breaking news, exclusive insights, and must-see stories!

ବାରବାଟୀରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, OCAକୁ ନୋଟିସ ଜାରି କଲେ OHRC

ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପଦକ୍ଷେପ ଅଭାବରୁ OHRC କଟକ ଡିସିପି ଏବଂ ଓଡିଶା କ୍ରିକେଟ୍ ଆସୋସିଏସନ୍ (OCA) ସମ୍ପାଦକଙ୍କୁ ନୋଟିସ୍ ଜାରି କରିଛନ୍ତି । ମେ 26 ସୁଦ୍ଧା ଆୟୋଗ ଏହାର ଉତ୍ତର ମାଗିଛନ୍ତି।

କଟକ: ଆଗକୁ ବାରବାଟୀ ଟି-20 । ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ଇଣ୍ଟରନ୍ୟାସନାଲ ମ୍ୟାଚ ଜୁନ୍ 12 ରେ ଅନୁଷ୍ଠିତ ହେବାକୁ ଯାଉଛି । ଦୀର୍ଘଦିନ ପରେ ଓଡିଶାକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବାରୁ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରି ରହିଛି ।

Barabati Stadium

ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ବାରବାଟୀ ଷ୍ଟାଡିୟମ ଅସୁରକ୍ଷିତ ବୋଲି ଓଡିଶା ମାନବ ଅଧିକାର ଆୟୋଗ (ଓଏଚଆରସି) ଦର୍ଶାଇଛନ୍ତି । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପଦକ୍ଷେପ ଅଭାବରୁ OHRC କଟକ ଡିସିପି ଏବଂ ଓଡିଶା କ୍ରିକେଟ୍ ଆସୋସିଏସନ୍ (OCA) ସମ୍ପାଦକଙ୍କୁ ନୋଟିସ୍ ଜାରି କରିଛନ୍ତି । ମେ 26 ସୁଦ୍ଧା ଆୟୋଗ ଏହାର ଉତ୍ତର ମାଗିଛନ୍ତି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଜୁନ୍ 12 ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଟି-20 ଆନ୍ତର୍ଜାତୀୟ ମ୍ୟାଚକୁ ଏକ ମାସରୁ କମ୍ ସମୟ ଥିବା ବେଳେ ଏହି ଖବର ଫ୍ୟାନ୍ସଙ୍କ ମନରେ ଏବେ ଆଲୋଡନ ସୃଷ୍ଟି କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି (ସୋମବାର) ଡିସିପି ପିନାକ ମିଶ୍ର ଆଗାମୀ ମ୍ୟାଚ୍ ପାଇଁ ଷ୍ଟାଡିୟମ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଯଦି ସବୁ ଠିକ୍ ହୁଏ, ତେବେ ଅଢେଇ ବର୍ଷର ବ୍ୟବଧାନ ପରେ ବାରବାଟୀ ଏକ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+