For Quick Alerts
Turn On Notification  
For Daily Alerts
Oneindia App Download

ବାରବାଟୀରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, OCAକୁ ନୋଟିସ ଜାରି କଲେ OHRC

ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପଦକ୍ଷେପ ଅଭାବରୁ OHRC କଟକ ଡିସିପି ଏବଂ ଓଡିଶା କ୍ରିକେଟ୍ ଆସୋସିଏସନ୍ (OCA) ସମ୍ପାଦକଙ୍କୁ ନୋଟିସ୍ ଜାରି କରିଛନ୍ତି । ମେ 26 ସୁଦ୍ଧା ଆୟୋଗ ଏହାର ଉତ୍ତର ମାଗିଛନ୍ତି।

|

କଟକ: ଆଗକୁ ବାରବାଟୀ ଟି-20 । ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ଇଣ୍ଟରନ୍ୟାସନାଲ ମ୍ୟାଚ ଜୁନ୍ 12 ରେ ଅନୁଷ୍ଠିତ ହେବାକୁ ଯାଉଛି । ଦୀର୍ଘଦିନ ପରେ ଓଡିଶାକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବାରୁ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରି ରହିଛି ।

Barabati Stadium

ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ବାରବାଟୀ ଷ୍ଟାଡିୟମ ଅସୁରକ୍ଷିତ ବୋଲି ଓଡିଶା ମାନବ ଅଧିକାର ଆୟୋଗ (ଓଏଚଆରସି) ଦର୍ଶାଇଛନ୍ତି । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପଦକ୍ଷେପ ଅଭାବରୁ OHRC କଟକ ଡିସିପି ଏବଂ ଓଡିଶା କ୍ରିକେଟ୍ ଆସୋସିଏସନ୍ (OCA) ସମ୍ପାଦକଙ୍କୁ ନୋଟିସ୍ ଜାରି କରିଛନ୍ତି । ମେ 26 ସୁଦ୍ଧା ଆୟୋଗ ଏହାର ଉତ୍ତର ମାଗିଛନ୍ତି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଜୁନ୍ 12 ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଟି-20 ଆନ୍ତର୍ଜାତୀୟ ମ୍ୟାଚକୁ ଏକ ମାସରୁ କମ୍ ସମୟ ଥିବା ବେଳେ ଏହି ଖବର ଫ୍ୟାନ୍ସଙ୍କ ମନରେ ଏବେ ଆଲୋଡନ ସୃଷ୍ଟି କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି (ସୋମବାର) ଡିସିପି ପିନାକ ମିଶ୍ର ଆଗାମୀ ମ୍ୟାଚ୍ ପାଇଁ ଷ୍ଟାଡିୟମ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଯଦି ସବୁ ଠିକ୍ ହୁଏ, ତେବେ ଅଢେଇ ବର୍ଷର ବ୍ୟବଧାନ ପରେ ବାରବାଟୀ ଏକ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Barabati T20: OHRC Notice To OCA Over Lack Of Fire Safety At Stadium
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X