ବାରବାଟୀ ଟି-20: ଆଜି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି
ଆଜି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ଦୁଇ ଟିମକୁ ସ୍ୱାଗତ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ହୋଟେଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
କଟକ: ଆଜି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ଦୁଇ ଟିମକୁ ସ୍ୱାଗତ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ହୋଟେଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖେଳାଳିମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ଶଂଖନାଦ ସହ ଘୋଡାନାଚରେ ସେମାନଙ୍କୁ ସ୍ୱାଗତ କରାଯିବ । ପରେ ଖେଳାଳିମାନଙ୍କୁ ଦୁଇଟି ବସରେ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ହୋଟେଲ ମେ' ଫେୟାରକୁ ନିଆଯିବ । ଆଜି ଦିନ ଗୋଟାଏରେ ଦୁଇ ଦଳର ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।

ଖେଳାଳିଙ୍କ ସୁରକ୍ଷା ଲାଗି ହୋଟେଲରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ କେବଳ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କ୍ରିକେଟରମାନେ ପ୍ରାକ୍ଟିସ ପାଇଁ କଟକ ଯିବାକୁ ଥିବାରୁ ସେମାନଙ୍କ ଯାତାୟତ ଲାଗି ସ୍ୱତନ୍ତ୍ର ଓ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ହୋଟେଲରେ ପହଞ୍ଚିବା ପରେ ଖେଳାଳିମାନେ ଆଜି ପୂରା ଦିନ ବିଶ୍ରାମ ନେବେ । ଆସନ୍ତାକାଲି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମ୍ ଯାଇ ଅଭ୍ୟାସ କରିବେ । ଦକ୍ଷିଣ ଆଫ୍ରିକାର ଖେଳାଳି ଗୋଟାଏରୁ ୪ଟା ପର୍ଯ୍ୟନ୍ତ ଏବଂ ଭାରତୀୟ ଖେଳାଳି ୫ଟାରୁ ୮ ପର୍ଯ୍ୟନ୍ତ ଅଭ୍ୟାସ କରିବା ପରେ ହୋଟେଲକୁ ଫେରିବେ । ୧୨ ତାରିଖ ଅପରାହ୍ଣ ୩ଟାରେ ଖେଳାଳିମାନେ ବାରବାଟୀ ଅଭିମୁଖେ ବାହାରିବେ । ମ୍ୟାଚ୍ ଶେଷ ହେବା ପରେ ୧୨ ତାରିଖ ଅପରାହ୍ଣ ୪ଟା ୧୫ରେ ଖେଳାଳିମାନେ ଭୁବନେଶ୍ୱରରୁ ଭାଇଜାଗ୍ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛ ।
ସେପଟେ ବାରବାଟୀ ଷ୍ଟାଡିୟମରେ ଉଦ୍ଘାଟିତ ହୋଇଛି ନୂଆ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା। ୨୦ ବର୍ଷର ପୁରୁଣା ଲାଇଟକୁ ପରିବର୍ତ୍ତନ କରାଯାଇ ନୂଆ LED ଲାଇଟ୍ ଲଗାଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍। ଏଥିପାଇଁ ଗତକାଲି ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।












Click it and Unblock the Notifications