Get Updates
Get notified of breaking news, exclusive insights, and must-see stories!

ଆଜି ସୁପର ସଣ୍ଡେରେ ବାରବାଟୀ ବିଗ୍ ଫାଇଟ୍, ସିରିଜକୁ କମବ୍ୟାକ ଲକ୍ଷ୍ୟରେ ପନ୍ତ ବାହିନୀ

ଦୀର୍ଘ ଅଢେଇ ବର୍ଷ ପରେ ବାରବାଟୀରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ । ସେଥିରେ ପନ୍ତ ବାହିନୀର ଭାଗ୍ୟ ପରୀକ୍ଷା । ଭାରତ ବନାମ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସରିଜରେ 1-0ରେ ପଛୁଆ ଥିବା ଘରୋଇ ଦଳ ଆଜି ବାରବାଟୀରେ ତାର ଭାଗ୍ୟ ପରୀକ୍ଷା କରିବ ।

କଟକ: ଦୀର୍ଘ ଅଢେଇ ବର୍ଷ ପରେ ବାରବାଟୀରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ । ସେଥିରେ ପନ୍ତ ବାହିନୀର ଭାଗ୍ୟ ପରୀକ୍ଷା । ଭାରତ ବନାମ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସରିଜରେ 1-0ରେ ପଛୁଆ ଥିବା ଘରୋଇ ଦଳ ଆଜି ବାରବାଟୀରେ ତାର ଭାଗ୍ୟ ପରୀକ୍ଷା କରିବ । ଏଥିପାଇଁ ଗତକାଲି ଜୋରଦାର ଅଭ୍ୟାସ କରିଛନ୍ତି ଉଭୟ ଦଳ । ଦୁଇ ଦଳ ଦୀର୍ଘ ୭ ବର୍ଷ ପରେ ବାରବାଟୀରେ ମୁହାମୁହିଁ ହେବାକୁ ଯାଉଛନ୍ତି । ସେପଟେ ବାରବାଟୀ ବ୍ୟାଟଲକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

ମ୍ୟାଚ ପୂର୍ବରୁ ଶନିବାର ଉଭୟ ଦଳର ଖେଳାଳି ଜୋରଦାର ପ୍ରାକ୍ଟିସ୍ କରିଥିଲେ । ପ୍ରାକ୍ଟିସ୍ ବେଳେ ବି ଷ୍ଟାଡିଅମରେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ନାହଁ ନଥିବା ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ସାଧାରଣ ଦର୍ଶକଙ୍କ ପାଇଁ ୬ ନମ୍ବର ଗ୍ୟାଲେରି ଖୋଲା ରହିଥିବା ବେଳେ , ହଜାର ହଜାର ଦର୍ଶକ ସେଠାରେ ଖେଳାଳିଙ୍କ ପ୍ରାକ୍ଟିସ୍ ଦେଖିଥିଲେ । ଦର୍ଶକମାନେ ବି ଖେଳାଳିଙ୍କୁ ବେଶ ଉତ୍ସାହିତ କରୁଥିଲେ । ପ୍ରାକ୍ଟିସ୍ ବେଳେ ଏତେ ଦର୍ଶକଙ୍କ ଷ୍ଟାଡିୟମରେ ଉପସ୍ଥିତିକୁ ନେଇ ଏହା ମ୍ୟାଚର ଭ୍ରମ ସୃଷ୍ଟି କରିଥିଲା । ଏହାର ଭିଡିଓ ଫଟୋକୁ ବିସିସିଆଇ ତାର ଟ୍ବିଟରରେ ସେୟାର କରି ' ମ୍ୟାଚ୍ ଡେ ଫିଲସ୍ ଅନ୍ ଏ ନନ୍ ମ୍ୟାଚ୍ ଡେ' ବୋଲି ଲେଖିଥିଲା ।

Barabati T20, IND vs SA

ଗତକାଲି ବାରବାଟୀରେ ଅଭ୍ୟାସ କରିବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କୁମାର ମଧ୍ୟ ଏହି କଥା କହିଥିଲେ। ସେ କହିଥିଲେ ଯେ ପ୍ରଥମ ମ୍ୟାଚ୍‌ରେ ଦଳ ଭଲ ବୋଲିଂ କରି ନଥିବାରୁ ହାରିଲା। ଏଥର ବ୍ୟାଟିଂ ସହ ଭଲ ବୋଲିଂ କରି ଦଳ ବିଜୟ ଧାରାକୁ ଫେରିବ ଓ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବ।

ସେହିପରି ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ୱେନ୍ ପର୍ଣ୍ଣେଲ୍ ପ୍ରାକ୍ଟିସ ବେଳେ କହିଥିଲେ ଯେ, ଭାରତ ଏକ ଭଲ ଦଳ। ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତ ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ । ଏହି ମ୍ୟାଚରେ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଦକ୍ଷିଣ ଆଫ୍ରିକା ଟିମ୍ ଅପରିବର୍ତ୍ତିତ ରହିବା ନେଇ ସେ ସୂଚନା ଦେଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବେଲ ବଜାଇ ଶୁଭାରମ୍ଭ କରିବେ । ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।

Barabati T20, IND vs SA

ଦର୍ଶକଙ୍କ ଉପରେ କଟକଣା

ମ୍ୟାଚ ପାଇଁ ଦିନ ୩ଟାରୁ ଷ୍ଟାଡିୟମରେ ପ୍ରବେଶ କରିପାରିବେ ଦର୍ଶକ । ଷ୍ଟାଡିୟମ୍ ଭିତରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସାଙ୍ଗରେ କେବଳ ମୋବାଇଲ୍‌, ଚଷମା, ଟିକେଟ୍ ଓ ମାସ୍କ ନେଇପାରିବେ। ପାଣି ବୋତଲ, ହେଲମେଟ୍, ଖୁଚୁରା ପଇସା,ଖାଇବା ପ୍ୟାକେଟ୍ ବ୍ୟାଗ୍, ଲାଠି, ଲାଇଟର ଓ ଦିଆସିଲି ବକ୍ସ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପୁଣି ଟିକେଟ୍‌ରେ ଉଲ୍ଲେଖ ନମ୍ବର ଅନୁଯାୟୀ ନିଜ ନିଜ ଗେଟ୍ ଦେଇ ଭିତରକୁ ଯିବେ ଦର୍ଶକ।

ସୁରକ୍ଷା ବ୍ୟବସ୍ଥା

ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଜଣ ଇନ୍ସପେକ୍ଟର ଓ ୨୭୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ରାଙ୍କର ଅଧିକାରୀଙ୍କ ଉପରେ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ରହିଛି। ଏଥିସହ ୧୧୩ ଜଣ ଟ୍ରାଫିକ ପୁଲିସ, ୪୩ ଜଣ ମହିଳା କନଷ୍ଟେବଲ୍ ଓ ୧୭୦ ଜଣ ହୋମଗାର୍ଡ ମଧ୍ୟ ରହିବେ। ମ୍ୟାଚ୍ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଟକ ଡିସିପି କହିଛନ୍ତି। ଗାଡ଼ି ପାର୍କିଂ ପାଇଁ ବାଲିଯାତ୍ରା ପଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Barabati T20, IND vs SA

୨୦୧୫ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ

ଅନ୍ତିମ ଥର ୭ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ଦଳ ସହ ୨୦୧୫ ଅକ୍ଟୋବର ୫ ତାରିଖରେ ଭାରତ ମ୍ୟାଚ ଖେଳିଥିଲା । ଏହି ମ୍ୟାଚ୍ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳାଯାଇଥିଲା । ଦଳ ମାତ୍ର ୯୨ ରନରେ ଅଲଆଉଟ୍ ହୋଇଯିବା ପରେ ପ୍ରଶଂସକ ଖେଳାଳିଙ୍କ ଉପରକୁ ବୋତଲ ବର୍ଷା କରିଥିଲେ । ଖେଳ ଢେର ସମୟ ଅଟକିରହିବା ପରେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ଜିତିଥିଲା । ଦକ୍ଷିଣ ଆଫ୍ରିକା ଏଠାରେ ଗୋଟିଏ ଟି-୨୦ ଖେଳି ବିଜୟୀ ହୋଇଥିବାରୁ ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିବ ।

ପାଣିପାଗ

ଆଜି ବର୍ଷାର ପୂର୍ବାନୁମାନ ନ ଥିବା ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ମେଘୁଆ ପରିବେଶ ଓ ପିଚରେ ଥିବା ଘାସକୁ ନଜରରେ ରଖିଲେ ଏଠାରେ ଦିଲ୍ଲୀ ଭଳି ବଡ଼ ସ୍କୋର ହେବ ନାହିଁ ବୋଲି ଜଣାପଡୁଛି । ସ୍ଲୋ ପିଚ୍ କାରଣରୁ ବୋଲରଙ୍କୁ ବି ସହାୟତା ମିଳିବ, ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ପେସ୍ ବୋଲରଙ୍କୁ ମଧ୍ୟ ଆଶ୍ୱସ୍ତ କରିଛି ବାରବାଟୀର ଘାସୁଆ ପିଚ୍ । ତାପମାତ୍ରା ୩୭ ଡିଗ୍ରି ଓ ଆର୍ଦ୍ରତା ୬୪% ପ୍ରତିଶତ ରହିବ ବୋଲି ଆକଳନ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+