ବାରବାଟୀ ଟି-20: ଛେନାପୋଡ, କାକେରା, କାନିକା ଖାଇବେ ଖେଳାଳୀ
ବାରବାଟୀ ଟି-20 ପାଇଁ ସଝେଇ ହୋଇଛି କଟକର ଐତିହାସିକ ଷ୍ଟାଡିୟମ । ସେପଟେ ପ୍ରସ୍ତୁତ ହେଲାଣି ରାଜଧାନୀୟର ପଞ୍ଚତାରକା ହୋଟେଲ । ଉଭୟ ଦେଶର ଖେଳାଳିଙ୍କୁ ଓଡିଆ ଡିସ୍ ର ଟେଷ୍ଟ ଦେବା ପାଇଁ ଲାଗି ପଡିଲେଣି ସେଫ୍ ମାନେ ।
ଭୁବନେଶ୍ୱର: ବାରବାଟୀ ଟି-20 ପାଇଁ ସଝେଇ ହୋଇଛି କଟକର ଐତିହାସିକ ଷ୍ଟାଡିୟମ । ସେପଟେ ପ୍ରସ୍ତୁତ ହେଲାଣି ରାଜଧାନୀୟର ପଞ୍ଚତାରକା ହୋଟେଲ । ଉଭୟ ଦେଶର ଖେଳାଳିଙ୍କୁ ଓଡିଆ ଡିସ୍ ର ଟେଷ୍ଟ ଦେବା ପାଇଁ ଲାଗି ପଡିଲେଣି ସେଫ୍ ମାନେ । ସେପଟେ ଆତିଥ୍ୟ ପାଇଁ ମଧ୍ୟ ପ୍ରସ୍ତୁତ ହୋଟେଲ କର୍ମଚାରୀ ।

ମିଳିଖିବା ସୂଚନା ଅନୁଯାଇ, ଖେଳାଳିମାନେ ଭୁବନେଶ୍ୱର ମେ' ଫେୟାର ହୋଟେଲରେ ରହିବେ। ଭଳକି ଭଳି ପୃଷ୍ଟିକର ଖାଦ୍ୟ ଖାଇବେ। ଖେଳାଳିଙ୍କ ରହିବା ପାଇଁ ହୋଟେଲରେ ୧୦୦ଟି ରୁମର ବ୍ୟବସ୍ଥା ହୋଇଛି । ହୋଟେଲକୁ ଏଣ୍ଟ୍ରି ସମୟରେ ଶଙ୍ଖ ଧ୍ୱନି ଓ ଘୋଡା ନାଚ ଜରିଆରେ ସ୍ୱାଗତ ସମ୍ବର୍ଧନା ପାଇଁ ହୋଇଛି ବ୍ୟବସ୍ଥା। ଏଥିସହ ସବୁ ବର୍ଷ ପରି ହୋଟେଲ ପକ୍ଷରୁ ଫୁଲ ଛିଞ୍ଚି ଉତରିୟ ଦେଇ ଚନ୍ଦନ ଦୀପରେ କୋଭିଡ କଟକଣାରେ ସ୍ୱାଗତ କରାଯିବ।

ଏଥିସହ ଖାଇବା ପାଇଁ ଛେନାପୋଡ, କାକେରା ପିଠା ସହ କାନିକା ଓ ରସଗୋଲାର ବ୍ୟବସ୍ଥା କରିଛନ୍ତି ହୋଟେଲ କତୃପକ୍ଷ। ଏଥିସହ ଇଣ୍ଡିଆନ, କଣ୍ଟେନେଣ୍ଟାଲ, ଚାଇନିଜ ସହ ତାଙ୍କ ମନ ପସନ୍ଦ ମୁତାବକ ଖାଦ୍ୟ ପାଇ ବ୍ୟବସ୍ଥା କରିଛୁ। ଏଥିସହ ପ୍ରୋଟିନ ଖାଦ୍ୟ ଉପରେ ଗୁରୁତ୍ବ ଦିଆଯାଇଛି। ତେବେ ହୋଟେଲ ଭିତରେ ମନୋରଞ୍ଜନ ପାଇଁ ସ୍ପା, ଟେବୁଲ ଟେନିସ ସୁଇମିଂ ଭଳି ସୁବିଧା ସୁଯୋଗ ରହିଛି ।

ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନଙ୍କ ସୁରକ୍ଷା ପାଇଁ ୨୧ ପ୍ଲାଟୁନ ଫୋର୍ସର ବ୍ୟବସ୍ଥା ହୋଇଛି । ଖେଳାଳି ଆସିବା, ରହଣି, ନେଟ ପ୍ରାକ୍ଟିସ ନିମନ୍ତେ ଯାତାୟାତ ବେଳେ ସୁରକ୍ଷାକୁ କଡ଼ାକଡ଼ି କରାଯିବ।












Click it and Unblock the Notifications