Get Updates
Get notified of breaking news, exclusive insights, and must-see stories!

ବାରବାଟୀ ଟି-20: ମ୍ୟାଚ ଦେଖିବା ପାଇଁ ଓଡିଶା ଆସିଲେ ବିସିସିଆଇ ବସ୍

ଆଜି ବାରବାଟୀରେ ହେବ ବିଗ୍ ଫାଇଟ । ଏହି ଘମାଘୋଟ୍ ଲଢେଇ ଦେଖିବା ପାଇଁ ପହଞ୍ଚିଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । ଅପରାହ୍ନ ପ୍ରାୟ 3ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ଗାଙ୍ଗୁଲି।

ଭୁବନେଶ୍ବର: ଆଜି ବାରବାଟୀରେ ହେବ ବିଗ୍ ଫାଇଟ । ଏହି ଘମାଘୋଟ୍ ଲଢେଇ ଦେଖିବା ପାଇଁ ପହଞ୍ଚିଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । ଅପରାହ୍ନ ପ୍ରାୟ 3ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ଗାଙ୍ଗୁଲି। ସଂଧ୍ୟା ୫ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଙ୍ଗୁଲି । ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଦେଖିବେ ।

Sourav Ganguly

ଭାରତ ବନାମ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସରିଜରେ 1-0ରେ ପଛୁଆ ଥିବା ଘରୋଇ ଦଳ ଆଜି ବାରବାଟୀରେ ତାର ଭାଗ୍ୟ ପରୀକ୍ଷା କରିବ । ଏଥିପାଇଁ ଗତକାଲି ଜୋରଦାର ଅଭ୍ୟାସ କରିଛନ୍ତି ଉଭୟ ଦଳ । ଦୁଇ ଦଳ ଦୀର୍ଘ ୭ ବର୍ଷ ପରେ ବାରବାଟୀରେ ମୁହାମୁହିଁ ହେବାକୁ ଯାଉଛନ୍ତି । ସେପଟେ ବାରବାଟୀ ବ୍ୟାଟଲକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

ମ୍ୟାଚ ପୂର୍ବରୁ ଶନିବାର ଉଭୟ ଦଳର ଖେଳାଳି ଜୋରଦାର ପ୍ରାକ୍ଟିସ୍ କରିଥିଲେ । ପ୍ରାକ୍ଟିସ୍ ବେଳେ ବି ଷ୍ଟାଡିଅମରେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ନାହଁ ନଥିବା ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ସାଧାରଣ ଦର୍ଶକଙ୍କ ପାଇଁ ୬ ନମ୍ବର ଗ୍ୟାଲେରି ଖୋଲା ରହିଥିବା ବେଳେ , ହଜାର ହଜାର ଦର୍ଶକ ସେଠାରେ ଖେଳାଳିଙ୍କ ପ୍ରାକ୍ଟିସ୍ ଦେଖିଥିଲେ । ଦର୍ଶକମାନେ ବି ଖେଳାଳିଙ୍କୁ ବେଶ ଉତ୍ସାହିତ କରୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+