ବାରବାଟୀ ଟି-20: ବେଲ୍ ବଜାଇବେ ମ୍ୟାଚର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ !
ବେଲ ବଜାଇ ମ୍ୟାଚର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ସିରିଜର 2ୟ ମ୍ୟାଚ । ଏନେଇ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ । ତେବେ ବେଲ ବଜାଇ ମ୍ୟାଚର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ସୂଚନାଥାଉ କି, ଓସିଏ ସମ୍ପାଦକ ଓ ସଭାପତି ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ବେଲ୍ ବଜାଇବା ପାଇଁ ଅନୁରୋଧ କରିଛନ୍ତି । ସେହିପରି ମ୍ୟାଚ ସମୟରେ ଉପସ୍ଥିତ ରହିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ଓସିଏ । ତେବେ ମୁଖ୍ୟମନ୍ତ୍ରୀ ଏଥିପାଇଁ ରାଜି ହୋଇଥିବା ଓସିଏ ସମ୍ପାଦକ ସୂଚନା ଦେଇଛନ୍ତି ।
ତେବେ ମ୍ୟାଚ୍ ପାଇଁ ଉଭୟ ଦଳ ଜୁନ 10 ରେ ଭୁବନେଶ୍ୱରରେ ପହଞ୍ଚିବେ । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ ପୂର୍ବରୁ ରାଜଧାନୀରେ ସୁରକ୍ଷାକୁ ଆହୁରି ବଢାଇ ଦିଆଯିବ। ବିମାନ ବନ୍ଦର, ହୋଟେଲ ଏବଂ ହୋଟେଲ-ଷ୍ଟାଡିୟମ ମାର୍ଗରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ଭୁବନେଶ୍ୱରରେ ମୋଟ 21 ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ ବୋଲି ସେ କହିଛନ୍ତି।
ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ। ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ୍ ଟିକେଟ ବିକ୍ରି ହେବ । ଏହି ମ୍ୟାଚକୁ ନେଇ ଖେଳ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଲାଗି ରହିଛି। ଟିକେଟ କିଣିବାକୁ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି ।












Click it and Unblock the Notifications