ବାରବାଟୀ ଟି-20: ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କିଣିଲେ ପ୍ରଥମ ଟିକେଟ୍
ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମାସ ୧୨ ତାରିଖରେ ଖେଳାଯିବାକୁ ଥିବା ଟି- ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ କିଣିଛନ୍ତି ।
ଭୁବନେଶ୍ୱର: ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମାସ ୧୨ ତାରିଖରେ ଖେଳାଯିବାକୁ ଥିବା ଟି- ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ କିଣିଛନ୍ତି । ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି ।

ନବୀନ ଟିକେଟ କିଣି ଟଙ୍କା ଦେଇଛନ୍ତି । ଆସନ୍ତା ଜୁନ ୧୨ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଅନୁଷ୍ଠିତ ହେବ । ଏଥିପାଇଁ ନବୀନ ପ୍ରଥମ ଟିକେଟ କିଣିଛନ୍ତି ।
I am rooting for #TeamIndia for the upcoming #INDvsSA series. Hope fans from all over the world get to see an exciting match at #BarabatiStadium, #Odisha. Looking forward to see you all in #Cuttack. #T20#MenInBlue#TeamIndia#BleedBlue pic.twitter.com/siKRnh0HYk
— Naveen Patnaik (@Naveen_Odisha) June 6, 2022
ସେହିଭଳି ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ମ୍ୟାଚର ସମସ୍ତ ପ୍ରସ୍ତୁତି ବାବଦରେ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ ।












Click it and Unblock the Notifications