Get Updates
Get notified of breaking news, exclusive insights, and must-see stories!

୫ ବର୍ଷ ପରେ ପୁଣି କମ୍ପିବ ବାରବାଟୀ, ଏହି ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବ ଦିନିକିଆ

କଟକ: କମ୍ପିବ ବାରବାଟୀ । ଲାଇଭ୍ ମ୍ୟାଚ୍ ଦେଖିବାର ମଜା ନେବେ କ୍ରିକେଟପ୍ରେମୀ । ଦୀର୍ଘ ୫ ବର୍ଶ ପରେ ପୁଣି କଟକ ବାରବାଚୀରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ ରେ ମୁହାଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ ।

ଆସନ୍ତାବର୍ଷ ଫେବୃଆରୀ ୯ ତାରିଖରେ ଏହି ଡେ ନାଇଟ୍ ୱାନ୍ ଡେ ମ୍ୟାଚ୍ ଖେଳାଯିବ । ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ଘୋଷଣା କରିଥିବା ଫିକ୍ସରରୁ ଏହା ସ୍ପଷ୍ଟ ହୋଇଛି ।

Barabati Stadium

୨୨ ଡିସେମ୍ବର ୨୦୧୯ରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପରଠାରୁ ଏଠାରେ ଆଉ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନାହିଁ । ବାରବାଟୀରେ ଭାରତୀୟ ଟିମ୍ ର ମ୍ୟାଚ୍ ଥିବାରୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ଭାରତ ଏଠାରେ ୧୦ଟି ମ୍ୟାଚ ଖେଳି ୮ଟିରେ ବିଜୟ ହାସଲ କରିଛି ।
୨୦୨୫ରେ ଭାରତ ଗସ୍ତରେ ଇଂଲଣ୍ଡ ଆସିବ। ଏହି ଗସ୍ତକାଳରେ ଭାରତ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ। ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ କଟକରେ ଏବଂ ତୃତୀୟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ ।

ତେବେ ବାରବାଟୀକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ନୂତନ ଭାବେ ତିଆରି ପାଇଁ ପ୍ଲାନ ପ୍ରସ୍ତୁତ ହୋଇସାରିଛି । ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ବାରବାଟୀ ସ୍ପୋର୍ଟସ କମ୍ପ୍ଲେକ୍ସ । ଏହା ସହ ଦର୍ଶକ କ୍ଷମତା ମଧ୍ୟ ୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି ହେବ । ବିସିସିଆଇର ଗ୍ରୀନ୍ ସିଗନାଲ ପରେ ଓସିଏ ପକ୍ଷରୁ ଏନେଇ DPR ପ୍ରସ୍ତୁତ ହୋଇଛି । ଆସନ୍ତା ୨୭ ତାରିଖରେ ବିସିସିଆଇ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟାଡିୟମର ଶୁଭ ଦିଆଯିବ ବୋଲି ସୂଚନା ଦେଇଥିଲେ OCA ସଂପାଦକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+