Barabati Stadium: ବାରବାଟୀରେ ପ୍ରାଟିସ କଲା ଟିମ୍ ଇଣ୍ଡିଆ, ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ପ୍ରବଳ ଭିଡ଼

ବାରବାଟୀରେ ପହଞ୍ଚିଲା ଟିମ ଇଣ୍ଡିଆ । ଟିମ ଇଣ୍ଡିଆର ନେଟ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ । ଆସନ୍ତାକାଲି ବାରବାଟୀ ବ୍ୟାଟଲ । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଫ୍ୟାନଙ୍କ ଭିଡ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ପାଇଁ ସଜାଗ ରହିଛି କମିଶନରେଟ ପୋଲିସ ।

ନେଟ ପ୍ରାକ୍ଟିସ ଦୁଇ ଘଣ୍ଟା ଧରି ଚାଲିବ । ଆସନ୍ତାକାଲିର ହାଇଭୋଲ୍ଟେଜ ମ୍ୟାଚ ଦେଖିବା ପାଇଁ ଟିକେଟ ଖଣ୍ଡିଏ ନପାଇ ନିରାଶ ହୋଇଛନ୍ତି ଅନେକ କ୍ରିକେଟ ପ୍ରେମୀ । ତେଣୁ ଏହି ଦୁଇ ଘଣ୍ଟିଆ ଅଭ୍ୟାସକୁ ଦେଖିବାକୁ ଚାହିଁ ରହିଛନ୍ତି ଦର୍ଶକ । ନିଜ ପ୍ରିୟ ଖେଳାଳିଙ୍କ ଝଲକ ପାଇବା ପାଇଁ ବ୍ୟଗ୍ର ହୋଇ ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ । କେବଳ ଷ୍ଟାଡିୟମ ଭିତରେ ନୁହେଁ ଷ୍ଟାଡିୟମ ବାହାରେ ମଧ୍ୟ ଦେଖିବାକୁ ମିଳୁଛି କ୍ରିକେଟ ଫିଭର ।

Barabati Stadium

ଆସନ୍ତାକାଲିର ମ୍ୟାଚ୍‌କୁ ହାଇସ୍କୋରିଂ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନେଇଛି ଓସିଏ । ପ୍ରଥମ ଥର ପାଇଁ କଳାହାଣ୍ଡିରୁ ଆସିଥିବା କଳାମାଟିକୁ ପିଚରେ ବ୍ୟବହାର କରାଯାଇଛି । ଏହା ସହିତ ମୁମ୍ବାଇରୁ ଆସିଥିବା ନାଲିମାଟିରେ ବି ତିଆରି କରାଯାଇଛି ଆଉ ଏକ ପିଚ୍ । ଅଷ୍ଟ୍ରେଲିଆରୁ ସାର ବି ଆସିଥିଲା । ସେହିପରି ପ୍ରଥମ ଥର ପାଇଁ ଲିଜେଣ୍ଡାରୀ ବକ୍ସ କରାଯାଇଛି । ଯେଉଁଠି ବସିବେ ରାଜ୍ୟକୁ ଗୌରାବନ୍ବିତ କରିଥିବା ବ୍ୟକ୍ତିବିଶେଷ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+