Barabati Stadium Odi IND vs ENG: ବାରବାଟୀ ଷ୍ଟାଡିୟମର ଦିନିକିଆ ଇତିହାସ: ଇଂଲଣ୍ଡ ବନାମ ଭାରତ ରେକର୍ଡ

ବାରବାଟୀ ମହାଲଢେଇ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଉ ହାତରେ ମାତ୍ର ଗୋଟିଏ ଦିନ । ଭାରତ ବନାମ ଇଂଲଣ୍ଡ ଏକଦିବସିୟ ରୋମାଞ୍ଚକର ଲଢେଇକୁ ଉପଭୋଗ କରିବାକୁ ପ୍ରସ୍ତୁତ ଓଡ଼ିଶାବାସୀ ।

ବାରବାଟୀ ଷ୍ଟାଡିୟମର ଦିନିକିଆ ଇତିହାସ:

ବାରବାଟୀରେ 21ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଭାରତ 19 ଟି ମ୍ୟାଚ ଖେଳିଛି । 12ଟା ଜିତିଛି । 7ଟି ହାରିଛି । 2017ରେ ଭାରତ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ ସ୍କୋର କରିଥିଲେ । 381 ରନ ସ୍କୋର କରିଥିଲା ଭାରତ 6ଟି ଓ୍ୱିକେଟ ବିନିମୟରେ । ସବୁଠୁ କମ ସ୍କୋର କରିଥିଲା ଦକ୍ଷିଣ ଆଫ୍ରିକା 1993ରେ ଭାରତ ବିପକ୍ଷରେ । ମାତ୍ର 93 ରନ ସ୍କୋର କରିଥିଲା ଦକ୍ଷିଣ ଆଫ୍ରିକା । ବାରବାଟୀ ଷ୍ଟାଡିୟମ ପ୍ରଥମ ଇନିଂସ ବ୍ୟାଟିଂ ଆଭରେଜ 249 ରନ୍ । ପ୍ରଥମ ବ୍ୟାଟିଂ କରି ଟିମ୍ ଜିତିଛି 7ଟି ମ୍ୟାଚ (36.84%) । ରନର ପିଛା କରି ଟିମ୍ ଜିତିଛି 12ଟି ମ୍ୟାଚ (63.16%) । ଏହି ଷ୍ଟାଡିୟମରେ ପେସର ନେଇଛନ୍ତି 62.28% ଓ୍ବିକେଟ । ସ୍ପିନର ନେଇଛନ୍ତି 37.72% ଓ୍ବିକେଟ ।

Barabati Stadium Odi

ବାରବାଟୀରେ କେତେ ଦର୍ଶକ ବସିବା କ୍ଷମତା ରହିଛି ?

ବାରବାଟୀରେ ଷ୍ଟାଡିୟମର ଦର୍ଶକ ବସିବା କ୍ଷମତା ମୋଟ ୪୫ ହଜାର । ସେଥିମଧ୍ୟରୁ 21 ହଜାର ଟିକେଟ ପାସ ଆକାରରେ ବଣ୍ଟନ କରାଯିବ।ପାଖାପାଖି ୨୪ ହଜାର ଟିକେଟ ବିକ୍ରି ପାଇଁ ଉବଲବ୍ଧ ହୋଇଥିଲା । ସେଥିମଧ୍ୟରୁ ୪ ହଜାର ଅନଲାଇନରେ ବିକ୍ରି ହୋଇ ଥିଲା। ଓସିଏ ସିହିତ ଅନୁବନ୍ଧିତ ସଂଗଠନ ଗୁଡ଼ିକୁ ୮ ହଜାର ବିକ୍ରି ହୋଇ ଥିଲା। କାଉଣ୍ଟର ପ୍ରାୟ ୧୨ ହଜାର ଟିକେଟ ବିକ୍ରି ହୋଇଥିଲା । କିନ୍ତୁ ମାତ୍ର ୨୪ ହଜାର ଟିକେଟ ସାଧାରଣ ଦର୍ଶକଙ୍କ ପାଇଁ ଉପଲବ୍ଧ କରି ୨୧ ହଜାର ଟିକେଟ ପାସ ଆକାରରେ ବଣ୍ଟନ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

ବାରବାଟୀ ଦିନିକିଆ ଇଂଲଣ୍ଡ ବନାମ ଭାରତ ରେକର୍ଡ-

ଏହାବ୍ୟତୀତ ଯଦି ବାରବାଟୀ ରେକର୍ଡ ଉପରେ ନଜର ପକାଇବା ତେବେ ରେକର୍ଡ କହୁଛି ବାରବାଟୀରେ ଏଯାବତ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଭାରତ ୩ ଟି ବିଜୟ ହାସଲ କରିଥିଲା ବେଳେ ଭ୍ରମଣକାରୀ ଦଳ ଇଂଲଣ୍ଡ ୨ ଟି ବିଜୟ ହାସଲ କରିଛି ।

ରେକର୍ଡ ଉପରେ ଯଦି ନଜର ପକାଇବା ତେବେ ୧୯୮୨ ଓ ୧୯୮୪ ମସିହାରେ ଖେଳାଜିଥିବା ପ୍ରଥମ ଦୁଇଟି ମୁକାବିଲାକୁ ପ୍ରଥମେ ମ୍ୟାଚକୁ ୫ ୱିକେଟରେ ଜିତିଥିଲା ବେଳେ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚକୁ ୧ ରନରେ ଜିତିଥିଲା । ଏହାପରେ ଦୀର୍ଘ ୧୮ ବର୍ଷରେ ଅର୍ଥାତ ୨୦୦୨ ମସିହାରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ୧୬ ରନରେ ଭାରତକୁ ପରାଜୟର ରାସ୍ତା ଦେଖାଇଥିଲା ଇଂଲଣ୍ଡ ।

ଏହାପରେ ୨୦୦୮ ଓ ୨୦୧୭ ମସିହାରେ ବାରବାଟୀରେ ଖେଳାଯାଇଥିବା ଦୁଇଟି ମ୍ୟାଚକୁ କ୍ରମାଗତ ଭାବରେ ୬ ୱକେଟ ଓ ୧୫ ରନ ରେ ଜିତିନେଇଥିଲା ଟିମ ଇଣ୍ଡିଆ । ବାରବାଟୀରେ ରେକର୍ଡ ଇଣ୍ଡିଆ ପକ୍ଷରେ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+