ଏବର୍ଷ ବାରବାଟୀକୁ ମିଳିଲାନି ଗୋଟିଏ ବି ମ୍ୟାଚ୍, ନିରାଶ ଓଡ଼ିଆ କ୍ରିକେଟ୍ ପ୍ରେମୀ...
ଭୁବନେଶ୍ୱର: ଘୋଷଣା ହୋଇଛି ଚଳିତ ୨୦୨୩-୨୪ ଘରୋଇ ସିଜିନ୍ ପାଇଁ ଭାରତୀୟ ଦଳର ଖେଳସୂଚୀ । ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ଦଲ ଭାରତ ଆସିବେ । ମୋହାଲୀ, ଇନ୍ଦୋର, ରାଜକୋଟ, ହାଇଦ୍ରାବାଦ, ଭାଇଜାଗ, ରାଜକୋଟ, ରାଞ୍ଚି ଓ ଧର୍ମଶାଳା ଭଳି ଭେନ୍ୟୁରେ ଏହି ମ୍ୟାଚ୍ ଗୁଡିକ ଖେଳାଯିବ ।
ମାତ୍ର ଘରୋଇ ସିଜିନର ଗୋଟିଏ ହେଲେ ଅନ୍ତର୍ଜାତୀୟ ମ୍ୟାଚ୍ କଟକର ବାରବାଟୀକୁ ମିଳିଲା ନାହିଁ। ଭାରତରେ ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଖେଳା ଯାଉଥିବା ବେଳେ ବାରବାଟୀ ମ୍ୟାଚ୍ ଆୟୋଜନରୁ ବଞ୍ଚିତ ହୋଇଥିଲା । କୁହାଯାଉଥିଲା ଯେ ଭାରତ ଆଗାମୀ ଦିନରେ ଖେଳିବାକୁ ଥିବା ଦ୍ୱିପାକ୍ଷିକ ସିରିଜର କିଛି ମ୍ୟାଚ୍ ବାରବାଟୀ ଆୟୋଜନ କରିବାକୁ ସୁଯୋଗ ପାଇବ । କିନ୍ତୁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ କିମ୍ବା ଇଂଲଣ୍ଡର ଲମ୍ବା ଭାରତୀୟ ଟୁରରେ ମଧ୍ୟ କଟକକୁ ନିରାଶ ହେବାକୁ ପଡ଼ିଛି ।

ବିସିସିଆଇ ଆଜି ୨୦୨୩-୨୪ ଘରୋଇ ସିଜିନର ମ୍ୟାଚ୍ ତାରିଖ ଓ ଭେନ୍ୟୁ ଗୁଡ଼ିକର ନାଁ ଘୋଷଣା କରିଛି । ଏହି ଘରୋଇ ସିଜିନ ବିଶ୍ୱକପ ପୂର୍ବରୁ ଆରମ୍ଭ ହେବ। ବିଶ୍ୱକପ ଅକ୍ଟୋବର ୫ରେ ଆରମ୍ଭ ହେଉଥିବା ବେଳେ ଅଷ୍ଟ୍ରେଲିଆ ଏହା ପୂର୍ବରୁ ଭାରତ ସହ ୩ଟିକିଆ ଦିନିକିଆ ସିରିଜ ଖେଳିବ। ମୋହାଲୀ, ଇନ୍ଦୋର ଓ ରାଜକୋଟରେ ଏହି ମ୍ୟାଚ୍ ଗୁଡିକ ଖେଳାଯିବ ।
ଉଲ୍ଲେଖଥାଉ କି, ଗତବର୍ଷ ଜୁନ୍ ୧୨ ତାରିଖରେ ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଥିବା ଟି-୨୦ ମ୍ୟାଚର ଦ୍ବିତୀୟ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଥିଲା ।
ଘରୋଇ ଋତୁ ଖେଳସୂଚୀ:
ଭାରତ ବନାମ ଅଷ୍ଟ୍ରେଲିଆ
ପ୍ରଥମ ଦିନିକିଆ-ମୋହାଲୀ-ସେପ୍ଟମ୍ବର ୨୨- ଅପରାହ୍ନ ୧ଟା ୩୦ରୁ
ଦ୍ୱିତୀୟ ଦିନିକିଆ-ଇନ୍ଦୋର-ସେପ୍ଟମ୍ବର ୨୪-ଅପରାହ୍ନ ୧ଟା ୩୦ର
ତୃତୀୟ ଦିନିକିଆ-ରାଜକୋଟ-ସେପ୍ଟମ୍ବର ୨୭-ଅପରାହ୍ନ ୧ଟା ୩୦ର
ଟି-୨୦ ସିରିଜ୍
ପ୍ରଥମ ଟି-୨୦: ଭାଇଜାଗ-ନଭେମ୍ବର ୨୩- ସନ୍ଧ୍ୟା ୭ଟାରୁ
ଦ୍ୱିତୀୟ ଟି-୨୦: ତ୍ରିଭେନ୍ଦ୍ରମ-ନଭେମ୍ବର ୨୬-ସନ୍ଧ୍ୟା ୭ଟାରୁ
ତୃତୀୟ ଟି-୨୦: ଗୌହାଟୀ-ନଭେମ୍ବର ୨୮-ସନ୍ଧ୍ୟା ୭ଟାରୁ
ଚତୁର୍ଥ ଟି-୨୦: ନାଗପୁର-ଡିସେମ୍ବର ୧-ସନ୍ଧ୍ୟା ୭ଟାରୁ
ପଞ୍ଚମ ଟି-୨୦: ହାଇଦ୍ରାବାଦ-ଡିସେମ୍ବର ୩-ସନ୍ଧ୍ୟା ୭ଟାରୁ
ଭାରତ ବନାମ ଆଫଗାନିସ୍ତାନ
ପ୍ରଥମ ଟି୨୦: ମୋହାଲୀ - ଜାନୁୟାରୀ ୧୧
ଦ୍ୱିତୀୟ ଟି୨୦: ଇନ୍ଦୋର -ଜାନୁୟାରୀ ୧୪
ତୃତୀୟ ଟି୨୦: ବାଙ୍ଗାଲୋର -ଜାନୁୟାରୀ ୧୭
ଭାରତ ବନାମ ଇଂଲଣ୍ଡ
ପ୍ରଥମ ଟେଷ୍ଟ: ହାଇଦ୍ରାବାଦ- ଜାନୁୟାରୀ ୨୫ରୁ ୨୯
ଦ୍ୱିତୀୟ ଟେଷ୍ଟ: ଭାଇଜାଗ-ଫେବୃୟାରୀ ୨ରୁ ୦୬
ତୃତୀୟ ଟେଷ୍ଟ: ରାଜକୋଟ-ଫେବୃୟାରୀ ୧୫ରୁ ୧୯
ଚତୁର୍ଥ ଟେଷ୍ଟ: ରାଞ୍ଚି-ଫେବୃୟାରୀ ୨୩ରୁ ୨୭
ପଞ୍ଚମ ଟେଷ୍ଟ: ଧର୍ମଶାଳା-ମାର୍ଚ୍ଚ ୭ରୁ ୧୧












Click it and Unblock the Notifications