Barabati ODI Match: କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ? ୧୦ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ
ବାରବାଟୀରେ ODI ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍ ବନ୍ଦ ହେବା ପ୍ରସଙ୍ଗ । କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ OCAକୁ ସୋ କଜ୍ ନୋଟିସ୍ । କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ଉତ୍ତର ରଖିବାକୁ ନିର୍ଦ୍ଦେଶ । ଘଟଣା ପାଇଁ କିଏ ଦାୟୀ ୧୦ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ।
ମ୍ୟାଚ୍ର ୬.୧ ଓଭର ପରେ ଏହି ସମସ୍ୟା ଦେଖା ଦେଇଥିଲା। ଫ୍ଲଡ୍ ଲାଇଟ୍ ସମସ୍ୟା ପାଇଁ ବିରକ୍ତି ପ୍ରକାଶ କଲେ ରୋହିତ। ବିସ୍ଫୋରକ ବ୍ୟାଟିଂ କରୁଥିଲା ବେଳେ ହଠାତ ବ୍ରେକ୍କୁ ନେଇ ସେ ନିରାଶ ପ୍ରକାଶ କରିଥିଲେ। ସେ ମୁଣ୍ଡ ହଲାଇ ନିରାଶ ପ୍ରକଟ କରି ଫ୍ୟାଭିଲିଅନ ଫେରିଥିଲେ। ପ୍ରାୟ ୧୫/୨୦ ମିନିଟ୍ ଧରି ଖେଳ ବନ୍ଦ ରହିଥିଲା। ଏହା ପରେ ଫ୍ଲଡ୍ ଲାଇଟ୍ ଜଳିଥିଲା ଓ ପୁଣି ମ୍ୟାଚ୍ ଆରମ୍ଭ ହୋଇଥିଲା।
୫ ବର୍ଷର ବ୍ୟବଧାନ ପରେ କଟକ ବାରବାଟୀରେ ଏହି ଦିନିକିଆ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଭଳି ତ୍ରୁଟି ସମସ୍ତଙ୍କୁ ନିରାଶ କରିଛି। ଏଭଳି ସ୍ଥିତି କାହିଁକି ଉପୁଜିଲା, ସେ ନେଇ ଖବର ଲେଖାଯିବା ବେଳକୁ ଓସିଏ ପକ୍ଷରୁ କିଛି ସ୍ପଷ୍ଟୀକରଣ ଦିଆଯାଇ ନଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି।

ଆଜି ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୦୪ ରନ୍ କରିଛି। ଭାରତକୁ ବିଜୟ ପାଇଁ ୩୦୫ ରନ୍ କରିବାକୁ ଥିବା ବେଳେ ଖବର ଲେଖାଯିବା ବେଳକୁ ଦଳ କୌଣସି ୱିକେଟ୍ ନହରାଇ ୧୫.୨ ଓଭରରେ ୧୧୯ ରନ୍ ସଂଗ୍ରହ କରିଛି। ରୋହିତ ୬୬ ଓ ଗିଲ୍ ୫୧ ରନ୍ କରି ଖେଳୁଛନ୍ତି।
ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯାଉଥିବା ବେଳେ ଦେଖା ଦେଇଥିଲା ବଡ଼ ତ୍ରୁଟି। କିଛି ସମୟ ପାଇଁ ଦେଖାଦେଇଥିଲା ଫ୍ଲଡ ଲାଇଟ୍ ସମସ୍ୟା। କ୍ଲବ ଟାଓ୍ୱାର ପାଖରୁ ଲାଇଟ୍ ପଳାଇଥିଲା। ଦୁଇ ଓପ୍ନର ଖେଳି ନ ପାରି ପ୍ୟାଭିଲିଅନ ଫେରିଥିଲେ। କିଛି ସମୟ ପାଇଁ ଖେଳ ବନ୍ଦ ରହିଥିଲା। ଫଳରେ ଦର୍ଶକ ନିରାଶ ହୋଇଥିଲେ।












Click it and Unblock the Notifications