IND vs BAN: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ବାଂଲାଦେଶ ଦଳ
ଚମ୍ପିଆନ୍ସ ଟ୍ରଫିରେ ଆଜି ବାଂଲାଦେଶକୁ ଭେଟିବ ଭାରତ । ବାଂଲାଦେଶ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବ।
ଦୁବାଇର ପିଚ୍ କିପରି?
ଦୁବାଇର ପିଚ୍ ବହୁତ ଶୁଷ୍କ ଏବଂ ସମତଳ ଦେଖାଯାଉଛି । ଏଠାରେ ଉଚ୍ଚ ସ୍କୋର ଆଶା କରାଯାଇପାରେ। କାକର ପଡ଼ିବା ଯୋଗୁଁ ରାତିରେ ବ୍ୟାଟିଂ କରିବା ସହଜ ହେବ।
ଅର୍ଶଦୀପ ଏବଂ ବରୁଣ ଚକ୍ରବର୍ତ୍ତୀ ଦଳରୁ ବଡ
ରୋହିତ ଶର୍ମା କହିଛନ୍ତି ଯେ ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଅର୍ଶଦୀପ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଇଛି। ଏହି ଦୁଇଜଣଙ୍କ ସ୍ଥାନରେ ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଦଳରେ ସାମିଲ କରାଯାଇଛି।

ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶର ଏହି ନିଷ୍ପତ୍ତି ସଠିକ୍ ଯାଇନାହିଁ। ଦଳକୁ ପ୍ରାରମ୍ଭକୁ ଝଟ୍କା ଲାଗିଛି। ଭାରତ ବିପକ୍ଷରେ ବାଂଲାଦେଶର ଇନିଂସ ଆରମ୍ଭ ହୋଇଛି। ବାଂଲାଦେଶ ପକ୍ଷରୁ ସୌମ୍ୟ ସରକାର ଏବଂ ତାନଜିଦ ହାସନ ଇନିଂସ ଓପନ କରିବାକୁ ଆସିଥିଲେ।
ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଥମ ଓଭରରେ ହିଁ ଓପନର ସୌମ୍ୟ ସରକାରଙ୍କୁ ଆଉଟ କରି ବାଂଲାଦେଶକୁ ଏକ ଝଟକା ଦେଇଛନ୍ତି। ସୌମ୍ୟ ସରକାର ଶାମିଙ୍କ ପ୍ରଥମ ଓଭରର ଶେଷ ବଲରେ ଉଇକେଟକିପର କେଏଲ ରାହୁଲଙ୍କ ଦ୍ୱାରା କ୍ୟାଚ ହୋଇଥିଲେ। ସୌମ୍ୟା ଖାତା ମଧ୍ୟ ଖୋଲିପାରି ନ ଥିଲେ। ବାଂଲାଦେଶ ଅଧିନାୟକ ନାଜମୁଲ ହୁସେନ ଶାନ୍ତୋଙ୍କୁ ଆଉଟ କରି ହର୍ଷିତ ରାଣା ବାଂଲାଦେଶକୁ ଦ୍ୱିତୀୟ ଝଟକା ଦେଇଥିଲେ। ମେହେଦି ହାସନ ମିରାଜଙ୍କୁ ଆଉଟ କରି ଦ୍ରୁତ ବୋଲର ମହମ୍ମଦ ଶାମି ବାଂଲାଦେଶକୁ ତୃତୀୟ ଝଟକା ଦେଇଥିଲେ। ପରେ ଅକ୍ଷର ପଟେଲ ତଞ୍ଜିଦ୍ ହସନ ଏବଂ ମୁଶାଫିକର ରହିମଙ୍କୁ ଆଉଟ୍ କରି ଦଳକୁ ପଞ୍ଚମ ସଫଳତା ଦେଇଛନ୍ତି। ବର୍ତ୍ତମାନ ବାଂଲାଦେଶ ୯.୩ ବଲ୍ରେ ୩୭ ରନ୍ରେ ୫ ଉଇକେଟ୍ ହରାଇଛି।
ଟିମ୍ ଇଣ୍ଡିଆର ପ୍ଲେଇଂ ଏକାଦଶ
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, ମହମ୍ମଦ ଶାମି, କୁଲଦୀପ ଯାଦବ।
ବାଂଲାଦେଶ ଖେଳାଳୀ ଏକାଦଶ
ତାନଜିଦ ହାସନ, ସୌମ୍ୟ ସରକାର, ନଜମୁଲ ହୋସେନ ଶାନ୍ତୋ (ଅଧିନାୟକ), ତୌହିଦ ହୃଦୟ, ମୁସଫିକର ରହମାନ (ୱିକେଟକିପର), ମେହେଦି ହାସନ ମିରାଜ, ଜାକେର ଅଲି, ରିଶାଦ ହୋସେନ, ତାନଜିମ ହାସନ ସକିବ, ତସକିନ ଅହମ୍ମଦ, ମୁସ୍ତଫିଜୁର ରହମାନ।












Click it and Unblock the Notifications