ନିରାଶ ହେଲେ ବାଂଲାଦେଶ ଖେଳାଳି ; କୌଣସି କ୍ରିକେଟରଙ୍କୁ କିଣିଲା ନାହିଁ ଆଇପିଏଲ ଟିମ୍

ଆଇପିଏଲ ୨-୨୫ ସିଜନର ମେଗା ନିଲାମୀ ସାଉଦି ଆରବରେ ଗତ ସୋମବାର ଶେଷ ହୋଇଛି। ଦୁଇଦିନ ଧରି ଚାଲିଥିବା ଏହି ନିଲାମ କାର୍ଯ୍ୟକ୍ରମରେ ୧୦ଟି ଟିମ ୧୮୨ ଖେଳାଳିଙ୍କୁ ୬୩୯ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ କିଣିଛନ୍ତି। ହେଲେ କୌଣସି ଟିମ ବାଂଲାଦେଶର କୌଣସି ଖେଳାଳିଙ୍କୁ କିଣି ନାହାନ୍ତି। ଯାହାଫଳରେ ଚଳିତ ଆଇପିଏଲରୁ ବାଂଲାଦେଶ ବିଦା ହୋଇଥିବା କୁହାଯାଉଛି।

ipl 2025

ଚଳିତବର୍ଷ ବାଂଲାଦେଶରେ ସରକାର ପଲଟିବା ପରଠାରୁ ହିନ୍ଦୁମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରାଯାଉଛି। ଏପରି କି ହିନ୍ଦୁମାନଙ୍କୁ ବାଂଲାଦେଶ​‌ରେ ହତ୍ୟା କରାଯିବା ସହିତ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ବେଆଇନ ଭାବେ ଗିରଫ କରାଯାଉଛି। ଯାହାର ପ୍ରଭାବ ଆଇପିଏଲ ନିଲାମୀରେ ବି ଦେଖିବାକୁ ମିଳିଛି।

ଚଳିତ ନିଲାମୀରେ ୧୨ ଜଣ ବାଂଲାଦେଶୀ କ୍ରିକେଟରଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମୁସ୍ତାଫିଜୁର ରହମନ ଏବଂ ରିଶାଦ ହୁସେନଙ୍କ ନାମ ନିଲାମ ପାଇଁ ଡକାଯାଇଥିଲା। କିନ୍ତୁ କୌଣସି ଟିମ୍ ସେମାନଙ୍କୁ କିଣି ନ ଥିଲେ। ଏହାବ୍ୟତୀତ ଲିଟନ ଦାସ, ତସ୍କିନ ଅହମ୍ମଦ, ଶାକିବ ଅଲ ହସନ, ମେହଦୀ ହସନ ସିରାଜ, ଶେରିଫୁଲ ଇସଲମା ଏବଂ ତଞ୍ଜିମ ହସନ ସାକିବଙ୍କ ଭଳି ଅନ୍ୟ ୧୦ ଷ୍ଟାର ଖେଳାଳି ମଧ୍ୟ ରହିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କୌଣସି ଖେଳାଳିଙ୍କ ନାମ ନିଲାମ ପ୍ରକ୍ରିୟାରେ ଡକାଯାଇ ନ ଥିଲା।

ପାକିସ୍ତାନ ପରେ ଏବେ ବାଂଲାଦେଶ ବି ଆଇପିଏଲରୁ ବାହାର ହୋଇଯାଇଛି। ଏଭଳି ଜାରି ରହିଲେ ଆଗାମୀ ଦିନରେ ବି ବାଂଲାଦେଶୀ କ୍ରିକେଟରମାନଙ୍କ ଉପରେ ଆଇପିଏଲରୁ ବାହାରେ ରହିବାର ବିପଦ ଅଧିକ ଘନେଇବାରେ ଲାଗିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+