Get Updates
Get notified of breaking news, exclusive insights, and must-see stories!

ଭାରତ ଆସିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ଦୁଇ ଫାଳ

ବାଂଲାଦେଶ କ୍ରିକେଟ୍ ବୋର୍ଡରେ ଫାଟ । ଟି୨୦ ବିଶ୍ୱକପକୁ ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡର ଅଧିକାରୀମାନେ ଦୁଇ ଭାଗ ହୋଇଯାଇଛନ୍ତି । ଗୋଟିଏ ଗୋଷ୍ଠୀ ଭାରତ ସପକ୍ଷରେ ବାହାରିବା ସହ ଭାରତରେ ମ୍ୟାଚ୍ ଖେଳିଲେ କୌଣସି ଅସୁବିଧା ନାହିଁ ବୋଲି କହିଛି । ଅନ୍ୟ ଦିଗରେ ଆଉ ଗୋଟିଏ ଗୋଷ୍ଠୀ ଭାରତରୁ ମ୍ୟାଚ୍ ପରିବର୍ତ୍ତନ ପାଇଁ ଦାବି କରିଛି ।

Bangladesh

ରିପୋର୍ଟ ଅନୁସାରେ, ବିସିବି ଆଇସିସିକୁ ଚିଠି ଲେଖିଛି । ଏଥିରେ ବାଂଲାଦେଶୀ ଖେଳାଳିଙ୍କ ସୁରକ୍ଷା ପାଇଁ ଭାରତ ବଦଳରେ ଶ୍ରୀଲଙ୍କାରେ ମୁକାବିଲାର ଆୟୋଜନ ପାଇଁ ଦର୍ଶାଯାଇଥିଲା । ଆସନ୍ତା ଫେବ୍ରୁଆରୀ ୭ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି । ବାଂଲା ଭାରତରେ ଚାରୋଟି ମୁକାବିଲା ଖେଳିବ । ତେବେ ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବିଦା କରାଯିବା ପରେ ବିସିସିଆଇ ସହ ବିସିବିର ତିକ୍ତତା ବଢିଛି ।

ନିକଟରେ ବାଂଲାଦେଶର କ୍ରୀଡା ମନ୍ତ୍ରାଳୟର ପରାମର୍ଶଦାତା ଆସିଫ୍ ନାଜରୁଲ ଆଇସିସିକୁ ବିସିବି ଚିଠି ଲେଖିଥିବା କହିଥିଲେ । ଏଥିରେ ଭାରତରେ ବାଂଲା ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଯାଇଥିଲା ।

ବୋର୍ଡ ଦୁଇ ଫାଳ

ବୋର୍ଡର ଗୋଟିଏ ଗୋଷ୍ଠୀ ଆସିଫ୍ ନାଜରୁଲଙ୍କ ସହ ରହିଛି । ଅନ୍ୟ ଏକ ଗୋଷ୍ଠୀ ଆଇସିସି ଏବଂ ବିସିସିଆଇ ସହ ଆଲୋଚନା କରିବାକୁ ଦାବି କରିଛି । ସେହିପରି ଦେଶର ବୈଦେଶିକ ମନ୍ତ୍ରାଳୟ ମଧ୍ୟ ବାଂଲାଦେଶ ଟି୨୦ ବିଶ୍ୱକପ୍ ଖେଳିବାକୁ ଭାରତ ଯିବନି ବୋଲି ସ୍ପଷ୍ଟ କରିଛି । ତଥାପି ବୋର୍ଡର ଅନ୍ୟ କିଛି ବିଶେଷଜ୍ଞଙ୍କ ମତ ହେଲା ଯେ, ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରିବା ଦରକାର । ଭାରତ ଯଦି ଖେଳାଳିଙ୍କ ସୁରକ୍ଷାକୁ ନିଶ୍ଚିତ କରିବ ତାହାଲେ ମ୍ୟାଚ୍ ଆୟୋଜନ ନେଇ କୌଣସି ଅସୁବିଧା ନାହିଁ । ତେବେ ଆଇସିସି କଣ ନିଷ୍ପତ୍ତି ନେବ ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+