ପାକିସ୍ତାନ ବିପକ୍ଷରେ ବାଂଲାଦେଶର ଐତିହାସିକ ବିଜୟ; ପ୍ରଥମ ଥର ପାଇଁ ଟେଷ୍ଟରେ ପାକିସ୍ତାନକୁ ହରାଇଲା
ବାଂଲାଦେଶ କ୍ରିକେଟ୍ ଟିମ୍ ପାକିସ୍ତାନକୁ ହରାଇ ବଡ ରେକର୍ଡ କରିଛି। ଟେଷ୍ଟ ଇତିହାସରେ ପାକିସ୍ତାନ ବିପକ୍ଷରେ ବାଂଲାଦେଶ ଦଳର ଏହା ହେଉଛି ପ୍ରଥମ ବିଜୟ। ରାୱଲପିଣ୍ଡି ଟେଷ୍ଟର ପଞ୍ଚମ ଦିନରେ (୨୫ ଅଗଷ୍ଟ) ପାକିସ୍ତାନ ୩୦ ରନ୍ର ଟାର୍ଗେଟ ଦେଇଥିଲା, ଯାହା ବାଂଲାଦେଶ କୌଣସି ୱିକେଟ୍ ନ ହରାଇ ମ୍ୟାଚ ଜିତି ନେଇଛି।
ଏହା ପାକିସ୍ତାନ ବିପକ୍ଷରେ ବାଂଲାଦେଶର ପ୍ରଥମ ଟେଷ୍ଟ ବିଜୟ। ଏହାପୂର୍ବରୁ ଦୁଇ ଦଳ ୧୫ ଥର ଟେଷ୍ଟ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିବା ବେଳେ ସବୁ ଥର ପାକିସ୍ତାନ ଜିତୁଥିଲା କିମ୍ବା ମ୍ୟାଚ୍ ଡ୍ର ହେଉଥିଲା। ନାଟକୀୟ ଢଙ୍ଗରେ ଦଳ ପାକିସ୍ତାନକୁ ୧୦ ୱିକେଟରେ ହରାଇ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।
ଶେଷ ଦିନରେ ପାକିସ୍ତାନ ୨୩/୧ରୁ ଖେଳ ଆରମ୍ଭ କରିଥିଲା। ଲାଗୁଥିଲା ମ୍ୟାଚ୍ ଡ୍ର ରହିବ। କାରଣ ବାଂଲାଦେଶର ପ୍ରଥମ ଇନିଂସ ସ୍କୋର ଠାରୁ ପାକିସ୍ତାନ ୯୪ ରନ ପଛରେ ରହିଥିଲା। ହେଲେ ଶେଷ ଦିନରେ ବାଂଲାଦେଶର ସ୍ପିନ ଯୋଡ଼ି ମେହିଦୀ ହାସନ ମିରାଜ ଓ ଅଭିଜ୍ଞ ସାକିବ ଅଲ ହାସନ ନିଜର ଯାଦୁ ଦେଖାଇଥିଲେ।

ମିରାଜ ୪ଟି ଓ ସାକିବ ୩ଟି ୱିକେଟ ନେବାରୁ ପାକିସ୍ତାନ ୧୪୬ ରନରେ ଅଲଆଉଟ ହୋଇଯାଇଥିଲା। ନାହିଦ ରାଣା, ଶୋରିଫୁଲ ଇସଲାମ ଓ ହାସନ ମହମ୍ମଦ ମଧ୍ୟ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।
ଲଞ୍ଚ ପରେ ବାଂଲାଦେଶକୁ ୩୦ ରନର ଟାର୍ଗେଟ ମିଳିଥିଲା। ବାଂଲାଦେଶର ଦୁଇ ଓପନର ଜାକିର ହାସନ ଓ ଶଦନାମ ଇସଲାମ ବିନା କୌଣସି ବିପର୍ଯ୍ୟୟ ଘଟାଇ ନିଜ ଦେଶକୁ ଐତିହାସିକ ବିଜୟ ଭେଟି ଦେଇଛନ୍ତି।
ଲଞ୍ଚ ପରେ ବାଂଲାଦେଶକୁ ୩୦ ରନର ଟାର୍ଗେଟ ମିଳିଥିଲା। ବାଂଲାଦେଶର ଦୁଇ ଓପନର ଜାକିର ହାସନ ଓ ଶଦନାମ ଇସଲାମ ବିନା କୌଣସି ବିପର୍ଯ୍ୟୟ ଘଟାଇ ନିଜ ଦେଶକୁ ଐତିହାସିକ ବିଜୟ ଭେଟି ଦେଇଛନ୍ତି।
ଆଜି ହେଉଛି ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କ ୨୬ତମ ଜନ୍ମ ଦିନ। ସେ ଜନ୍ମ ଦିନରେ ବାଂଲାଦେଶର ପ୍ରଥମ କ୍ୟାପ୍ଟେନ ଭାବେ ପାକିସ୍ତାନକୁ କୌଣସି ଟେଷ୍ଟ ମ୍ୟାଚ୍ରେ ହରାଇବାର ରେକର୍ଡର ଅଧିକାରୀ ହୋଇଛନ୍ତି।
ମ୍ୟାଚ କଥା ବିଚାରକୁ ନେଲେ ପ୍ରଥମ ଇନିଂସରେ ପାକିସ୍ତାନର ଦବଦବା ଦେଖାଇଥିଲା। ମହମ୍ମଦ ରିଜୱାନଙ୍କ ଅପରାଜିତ ୧୭୧ ଓ ସୌଦ ସକୀଲଙ୍କ ୧୪୧ ରନ ବଳରେ ପାକିସ୍ତାନ ୬ ୱିକେଟ ହରାଇ ୪୪୮ ରନ କରିବା ପରେ ପାଳି ଘୋଷଣା କରିଥିଲା। ଏହାର ଦୃଢ଼ ଜବାବ ବାଂଲାଦେଶ ଦେଇଥିଲା।
ଶଦମାନ ଇସଲାମଙ୍କ ୯୩, ମୌମିନୁଲଙ୍କ ୫୦, ମୁସ୍ତଫିକର ରହିମଙ୍କ ୧୯୧, ଲିଟନ ଦାସଙ୍କ ୫୬ ଓ ମେହିଦ ହାସନ ମିରାଜଙ୍କ ୭୭ ରନ ବଳରେ ବାଂଲାଦେଶ ପ୍ରଥମ ଇନିଂସରେ ୫୬୫ ରନ କରି ଅଲଆଉଟ ହୋଇଯାଇଥିଲା।
ବାଂଲାଦେଶକୁ ଗୁରୁତ୍ୱପୂର୍ଣ୍ଣ ୧୧୭ ରନ ଲିଡ ମିଳି ଯାଇଥିଲା। ପାକିସ୍ତାନ ୪ର୍ଥ ଦିନରେ ବେଶ କିଛି ସମୟ ବ୍ୟାଟିଂ କରିବା ସହ ଗୋଟିଏ ୱିକେଟ ହରାଇ ୨୩ ରନ କରି ନେଇଥିଲା। ଦଳ ୯୪ ରନ ପଛରେ ଥିବା ବେଳେ ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। \
ବାଂଲାଦେଶ ସ୍ପିନର ଜବାବ ପାକିସ୍ତାନ ବ୍ୟାଟର ଦେଇ ପାରି ନଥିଲେ। ଶେଷରେ ପୂରା ଟିମ ୧୪୬ ରନରେ ଅଲଆଉଟ ହୋଇଯିବାରୁ ବାଂଲାଦେଶକୁ ଐତିହାସିକ ବିଜୟ ପାଇଁ ମାତ୍ର ୩୦ ରନର ଟାର୍ଗେଟ ମିଳିଥିଲା। ଏହାକୁ ଦଳ ବିନା କୌଣସି ୱିକେଟ ହରାଇ ହାସଲ କରିନେଇଛି।












Click it and Unblock the Notifications