BAN vs AFG, ଏସିଆ କପ୍ 2023: ଗର୍ଜିଲେ ବାଲାଂ ବ୍ୟାଟର, ଆଫଗାନ ଟିମ୍ ଆଗରେ 335 ରନ ବିଜୟ ଲକ୍ଷ୍ୟ..
BAN vs AFG, Asia Cup 2023: ଲାହୋରର ଗଦାଫି ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପର ତତୁର୍ଥ ମ୍ୟାଚ (ବାଂଲାଦେଶ ବନାମ ଆଫଗାନିସ୍ତାନ) ରେ ବାଂଲା ବ୍ୟାଟର୍ ଦମଦାର ପ୍ରଦର୍ଶନ କରିଛନ୍ତି । ଦଳ ପାଇଁ ଆଜିର ଏହି କର ବା ମର ମ୍ୟାଚରେ ବିପକ୍ଷ ଆଫଗାନିସ୍ତାନ ଆଗରେ 335 ରନର ବିଶାଳ ଲକ୍ଷ୍ୟ ରଖିଛି ବାଂଲାଦେଶ ।
ବାଂଲାଦେଶ ପାଇଁ ମେହଦି ହାସନ ମିର୍ଜା 112 ଓ ନଜମୁଲ ହୁସେନ ସାଣ୍ଟୋ 104 ରନର ଶତକୀୟ ଇନିଂସ ଖେଳିଛନ୍ତି । ନିର୍ଦ୍ଧାରିତ 50 ଓଭରରେ 5 ଓ୍ଵିକେଟ୍ ହରାଇ 334 ରନ କରିଛି । ପ୍ରଥମ ମ୍ୟାଚ ହାରିଥିବା ବାଂଲାଦେଶ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ଦଳର ବ୍ୟାଟ୍ସମ୍ୟାନ ମାନେ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ବଡ଼ ସ୍କୋର ଛିଡ଼ା କରିଛନ୍ତି ।

ମିର୍ଜା ଓ ସାଣ୍ଟୋ ତୃତୀୟ ଓ୍ଵିକେଟ୍ ପାଇଁ ଦ୍ଵିଶତକ ଭାଗିଦାରୀ ଯୋଡ଼ି ଦଳକୁ ଏହି ସ୍କୋରରେ ପହଞ୍ଚାଇଛନ୍ତି । ଅଧିନାୟକ ସାକିବ ଅଲ ହସନ 32 ରନ କରି ଅପରାଜିତ ଅଛନ୍ତି । ଆଫଗାନିସ୍ତାନର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ବାଂଲାଦେଶର 5 ୱିକେଟ୍ ମଧ୍ୟରୁ 3 ୱିକେଟ୍ ରନ ଆଉଟ୍ ରୂପେ ହୋଇଥିଲେ ।
ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ମହମ୍ମଦ ନଇମ୍ ଓ ମେହଦି ହାସନ ମିରାଜ୍ ପ୍ରଥମ ୱିକେଟ ଯୋଡ଼ିରେ 60 ରନ କରି ଏକ ଭଲ ଆରମ୍ଭ କରିଥିଲେ । ନଇମ୍ 28 ରନ କରି ଆଉଟ ହେବା ପରେ ତୌହିଦ୍ ହ୍ରିଦୟ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ।
ତେବେ ମିରାଜ ଓ ନଜମୁଲ ହୁସେନ ସାଣ୍ଟୋ ଲଢୁଆ ବ୍ୟାଟିଂ କରି ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । ଉଭୟ ବ୍ୟାଟର ଶତକ ହାସଲ କରିଥିଲେ । ମିରାଜ 112 ରନ କରି ରିଟାୟାର୍ଡ ହଟ ଓ ସାଣ୍ଟୋ ରନ ଆଉଟ ହୋଇଥିଲେ । ଏହି ଦୁଇ ବ୍ୟାଟର ପାଭିଲିୟନ ଫେରିବା ପରେ ଆସିଥିବା ମୁସ୍ତାଫିଜୁର ରହିମ ଓ ସକିବୁଲ ହସନ ମଧ୍ୟ ଉପଯୋଗୀ ଇନିଂସ ଖେଳି ଦଳୀୟ ସ୍କୋରକୁ 300 ରନ ପାର୍ କରାଇ ଥିଲେ । ତେବେ ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଇବ୍ ଓ ମୁଜିବୁର ରେହେମାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications