ଦିଲ୍ଲୀ ବିପକ୍ଷ ମ୍ୟାଚ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଝଟକା

IPL 2023, Jos Buttler: ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ତାରକା ଓପନର୍ ଜସ୍ ବଟଲର୍ ଆହତ ହୋଇଥିଲେ। ଫଳସ୍ୱରୂପ ସେ ଯସଶ୍ବୀ ଜସୱାଲଙ୍କ ସହ ଇନିଂସ ଆରମ୍ଭ କରିବାକୁ ଆସି ନଥିଲେ ।

ପରେ ଜାଣିବାକୁ ମିଳିଥିଲା ​​ଯେ କ୍ୟାଚ୍ ଧରିବା ସମୟରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । ବଟଲର ଆହତ ଆଙ୍ଗୁଠିରେ ବ୍ୟାଟିଂ ପାଇଁ ବାହାରକୁ ଆସିଥିଲେ । କିନ୍ତୁ କିଛି ବିଶେଷ କରିପାରି ନଥିଲେ । ବର୍ତ୍ତମାନ ଖବର ଆସୁଛି ଯେ, ବଟଲର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଗାମୀ ମ୍ୟାଚରୁ ବାହାରେ ରହି ପାରନ୍ତି । ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ (RR v DC) ମଧ୍ୟରେ ଆଇପିଏଲର ଏକାଦଶ ମ୍ୟାଚ୍ 8 ଏପ୍ରିଲରେ ଗୌହାଟୀରେ ଖେଳାଯିବ । ବଟଲରଙ୍କ ବାମ ହାତର ଛୋଟ ଆଙ୍ଗୁଠିରେ ଷ୍ଟିଜ୍ ପଡିଛି ।

Jos Buttler

ଆର ଅଶ୍ୱିନ୍ ପଞ୍ଜାବ କିଙ୍ଗ୍ସ ବିରୁଦ୍ଧରେ ଯସଶ୍ବୀଙ୍କ ସହ ଓପନିଂରେ କରିଥିଲେ। ଏହି ମ୍ୟାଚରେ ରାଜସ୍ଥାନ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପରାସ୍ତ ହୋଇଥିଲା । ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ୍ ଶାହରୁଖ ଖାନଙ୍କ କ୍ୟାଚ୍ ନେବା ବେଳେ ଜସ୍ ବଟଲରଙ୍କ ଛୋଟ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଜୋସ୍ ବଟଲର୍ ଜେସନ୍ ହୋଲ୍ଡରଙ୍କଠାରୁ ଏକ ସ୍ଲାଇଡିଂ କ୍ୟାଚ୍ ନେଇଥିଲେ । ଯାହା ପରେ ତାଙ୍କୁ ଯନ୍ତ୍ରଣା ଅନୁଭବ କରୁଥିବାର ଦେଖିବାକୁ ମିଳିଥିଲା । ଯେତେବେଳେ ଇନିଂସର କିଛି ବଲ ବାକି ଥିଲା । ବଟଲର ଫିଲ୍ଡ ଛାଡି ବାହାରକୁ ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+