Get Updates
Get notified of breaking news, exclusive insights, and must-see stories!

Babar Azam: ଦ୍ୱିତୀୟ ଥର ପାଇଁ ପାକିସ୍ତାନର ଅଧିନାୟକତ୍ୱ ଛାଡିଲେ ବାବର ଆଜମ

ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ। ବାବର ପାକିସ୍ତାନର ଦିନିକିଆ ଏବଂ ଟି-୨୦ର ଅଧିନାୟକ ଥିଲେ। ଏହା ପୂର୍ବରୁ ମଧ୍ୟ ସେ ଥରେ ଇସ୍ତଫା ଦେଇଥିଲେ, କିନ୍ତୁ ତାଙ୍କୁ ପୁଣି ଅଧିନାୟକ କରାଯାଇଥିଲା । ଏଥର ବାବର 'କାର୍ଯ୍ୟଭାର' ଦର୍ଶାଇ ପାକିସ୍ତାନର ଅଧିନାୟକତ୍ୱ ଛାଡିଛନ୍ତି । ଏବେ ସେ ତାଙ୍କ ବ୍ୟାଟିଂରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି ।

ବାବର ଆଜାମ ମଧ୍ୟରାତ୍ରିରେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନର ଅଧିନାୟକତ୍ୱ ଛାଡିବା ବିଷୟରେ ସୂଚନା ଦେଇଛନ୍ତି । ବାବର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଦ୍ବାରା ସେ ତାଙ୍କ ବ୍ୟାଟିଂ ଏବଂ ଖେଳ ଉପରେ ଧ୍ୟାନ ଦେଇ ପାରିବେ। ସେ କହିଛନ୍ତି ଯେ ଜଣେ ଖେଳାଳି ଭାବରେ ସେ ଦଳରେ ଅବଦାନ ଜାରି ରଖିବେ।

ତେବେ ଗତ ବର୍ଷ ଏକଦିବସୀୟ ବିଶ୍ୱକପ ପରେ ବାବର ଆଜମ ପାକିସ୍ତାନର ଅଧିନାୟକତ୍ୱ ଛାଡିଥିଲେ । କିନ୍ତୁ, ତେବେ ଚଳିତ ବର୍ଷ ଏପ୍ରିଲରେ ପିସିବି ତାଙ୍କୁ ହ୍ବାଇଟ୍ ବଲ୍ କ୍ରିକେଟରେ ଅଧିନାୟକ ଭାବରେ ରଖିବାକୁ ନିଷ୍ପତ୍ତି ନେଇଥିଲେ । ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ମଧ୍ୟ ଚଳିତ ବର୍ଷର ଟି -୨୦ ବିଶ୍ୱକପ ଖେଳିଛି । ବର୍ତ୍ତମାନ ବାବର ଆଜାମ ପାକିସ୍ତାନର ଅଧିନାୟକତ୍ୱରୁ ସମ୍ପୂର୍ଣ୍ଣ ଇସ୍ତଫା ଦେଇଛନ୍ତି ।

Babar Azam

ବୁଧବାର ଅର୍ଥାତ୍‌ ଆଜି ବାବର ପ୍ରଶଂସକଙ୍କ ସହ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଖବର ଶେୟାର କରିଛନ୍ତି । ବାବର ସୋସିଆଲ ମିଡିଆରେ ଲେଖିଛନ୍ତି, ପ୍ରିୟ ପ୍ରଶଂସକଗଣ, ମୁଁ ଆଜି ଆପଣଙ୍କ ସହ କିଛି ଖବର ବାଣ୍ଟୁଛି । ମୁଁ ପାକିସ୍ତାନ ପୁରୁଷ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି । ଏହି ଦଳର ଅଧିନାୟକ ହେବା ଏକ ଗୌରବର ବିଷୟ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ଏହି ପଦରୁ ଇସ୍ତଫା ଦେବା ଏବଂ ମୋର ଖେଳକୁ ଧ୍ୟାନ ଦେବା ପାଇଁ ସମୟ ଆସିଛି । ମୋର ପ୍ରଦର୍ଶନକୁ ପ୍ରାଥମିକତା ଦେବା ଏବେ ମୋର କାମ। ମୋର ବ୍ୟାଟିଂକୁ ଉପଭୋଗ କରିବାକୁ ଏବଂ ମୋ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି, ଯାହା ମୋତେ ଖୁସି ଦିଏ ।

ବର୍ଷେ ମଧ୍ୟରେ ଅଧିନାୟକତ୍ୱରୁ ଏହା ବାବର ଆଜମଙ୍କର ଦ୍ୱିତୀୟ ଇସ୍ତଫା। ଏହାପୂର୍ବରୁ ସେ ଦିନିକିଆ ବିଶ୍ୱକପ ୨୦୨୩ ପରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଦିନିକିଆ ବିଶ୍ୱକପ ପରେ ବାବର ନଭେମ୍ବର ୧୫, ୨୦୨୩ରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ବାବର ପାକିସ୍ତାନ ପାଇଁ ତିନୋଟି ଫର୍ମାଟର ଅଧିନାୟକ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+