ଟିମ୍ ଇଣ୍ଡିଆକୁ ଝଟକା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଆହତ ହେଲେ ଏହି ଷ୍ଟାର ବୋଲର…
ନୂଆଦିଲ୍ଲୀ: ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଗତକାଲି ବିସିସିଆଇ ସିଲେକ୍ସନ କମିଟି ଏହି ସିରିଜ୍ ପାଇଁ ଟି-୨୦ ଦଳ ମଧ୍ୟ ଘୋଷଣା କରିସାରିଛି । ଯେଉଁଥିରେ ଏକାଧିକ ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିଥିବାବେଳେ, ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାର ସମ୍ଭାଳିବେ ।
ତେବେ ଏହି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ନେଇ ଆସିଛି ବଡ ଖବର । ଦଳ ଷ୍ଟାର ବୋଲର ଏବେ ସିରିଜ୍ ପୂର୍ବରୁ ଆହତ ହେଇଛନ୍ତି । ଦଳରେ ସ୍ଥାନ ପାଇଥିବା ଆଭେଶ୍ ଖାନ୍ ଏବେ ଆହତ ହେଇଥିବା ସୂଚନା ମିଳିଛି । ଦିଲ୍ଲୀପ ଟ୍ରଫିରେ ସେଣ୍ଟ୍ରାଲ ଜୋନ୍ ତରଫରୁ ମ୍ୟାଚ୍ ଖେଳୁଥିବା ସମୟରେ ସେ ଆହତ ହେଇଛନ୍ତି ।

ଆବେଶ ଖାନ ଭାରତ ପାଇଁ ୧୫ ଟି -୨୦ ଏବଂ ୫ ଟି ଦିନିକିଆ ଖେଳିଛନ୍ତି । ସେ ଦୁଲିପ୍ ଟ୍ରଫିରେ ସେଣ୍ଟ୍ରାଲ୍ ଜୋନ୍ ପାଇଁ ଖେଳୁଛନ୍ତି । ପଶ୍ଚିମ ଜୋନ୍ ବିପକ୍ଷ ମ୍ୟାଚରେ ଆଭେଶ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଆଭେଶ୍ ଖାନଙ୍କର ଡାହାଣ କାନ୍ଧରେ ଆଘାତ ଲାଗିଛି । ଯାହାପରେ ସେ ପଡିଆ ଛାଡିବା ସହିତ ଆଉ ପଡିଆରେ ଫିଲ୍ଡିଂ କରିନାହାଁନ୍ତି । ତେବେ ଦୀର୍ଘ ଦିନ ପରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିଥିବା ଏହି ବୋଲର ଆହତ ହେବା, ତାଙ୍କ ପ୍ରଂଶସକଙ୍କୁ ନିରାଶ କରିଛି ।
ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଷାନ, ଶୁଭମନ୍ ଗିଲ, ଯଶସ୍ୱୀ ଜୟସୱାଲ୍, ତିଲକ ବର୍ମା, ସଞ୍ଜୁ ସାମସନ୍, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମରାନ୍ ମଲ୍ଲିକ, ଆଭେଶ ଖାନ୍ ଏବଂ ମୁକେଶ କୁମାର












Click it and Unblock the Notifications