ପାରା ଅଲିମ୍ପିକ୍ସରେ ଅବନୀ ଲେଖାରାଙ୍କୁ ଆଉ ଏକ ପଦକ : ସ୍ୱର୍ଣ୍ଣ ପରେ ଜିତିଲେ ବ୍ରୋଞ୍ଜ

ପାରା ଅଲିମ୍ପିକ୍ସରେ ଅବନୀ ଲେଖାରାଙ୍କୁ ଆଉ ଏକ ପଦକ । ମହିଳା ବର୍ଗର ‘୫୦ ମିଟର୍‌ ରାଇଫଲ୍‌ ୩ପି ଏସ୍‌ଏଚ୍୧’ରେ ଅବନୀ ଲେଖାରା ବ୍ରୋଞ୍ଚପଦକ ହାସଲ କରିଛନ୍ତି ।

ଟୋକିଓ: ପାରା ଅଲିମ୍ପିକ୍ସରେ ଅବନୀ ଲେଖାରାଙ୍କୁ ଆଉ ଏକ ପଦକ । ମହିଳା ବର୍ଗର '୫୦ ମିଟର୍‌ ରାଇଫଲ୍‌ ୩ପି ଏସ୍‌ଏଚ୍୧'ରେ ଅବନୀ ଲେଖାରା ବ୍ରୋଞ୍ଚପଦକ ହାସଲ କରିଛନ୍ତି । ପୂର୍ବରୁ ଅବନି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ପଦକ ସହ ଚଳିତ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୨ରେ ପହଞ୍ଚି ଯାଇଛି।

Avani Lekhara

ସେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଏବେ ବ୍ରୋଞ୍ଜ ପଦକ ଜିତି ଅବନୀ ଆଉଏକ ଇତିହାସ ରଚିଛନ୍ତି। ଅବନୀ ଭାରତର ପ୍ରଥମ ଆଥଲେଟ୍ ଭାବେ କୌଣସି ପାରାଲିମ୍ପିକ୍ସରେ ଡବଲ୍ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।

ଆଜି ଇଭେଣ୍ଟରେ ୧୯ ବର୍ଷୀୟା ଅବନୀ ୪୪୫.୯ ସ୍କୋର ସହ ତୃତୀୟ ସ୍ଥାନରେ ରହି ଏହି ପଦକ ନିଜ ନାଁରେ କରିଛନ୍ତି। ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କୁଇପିଙ୍ଗ ଝାଙ୍ଗ। ସେ ଫାଇନାଲରେ ୪୫୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜର୍ମାନୀର ନତାଶା ହିଲଟ୍ରପ୍ ୪୫୭.୧ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି।

ମ୍ୟାଚରେ ଅବନୀ ଚତୁର୍ଥ ସ୍ଥାନରେ ଥିଲେ। କିନ୍ତୁ ଏହା ପରେ ସେ ଚମତ୍କାର ପ୍ରଦର୍ଶନ କରି ୧୦.୫ ଶଟ୍ ଲଗାଇଥିଲେ, ଯାହାଦ୍ୱାରା ତାଙ୍କର ସ୍କୋର ୪୪୫.୯ ହୋଇଥିଲା। ଏହି ମାର୍କ ତାଙ୍କୁ ବ୍ରୋଞ୍ଜ ପଦକ ଜିତାଇବାରେ ସହାୟକ ହୋଇଥିଲା। ତାଙ୍କ ପଛରେ ଥିଲେ ୟୁକ୍ରେନର ଇରିନା ଶେତନିକ୍, ଯିଏ ୪୩୫.୩ ସ୍କୋର ସହ ଚତୁର୍ଥରେ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+