Get Updates
Get notified of breaking news, exclusive insights, and must-see stories!

ଭାରତ ବନାମ ଅଷ୍ଟେଲିଆ: କ୍ଲିନ୍ ସୁଇପ ପାଇଁ ଭାରତ ଆଗରେ ୩୫୩ ରନର ଟାର୍ଗେଟ

ଭାରତ ସାମ୍ନାରେ ୩୫୩ ରନର ଟାର୍ଗେଟ ରଖିଲା ଅଷ୍ଟ୍ରେଲିଆ । ଭାରତ ବନାମ ଅଷ୍ଟ୍ରେଲିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଛି । ନିର୍ଦ୍ଧାରିତ ୫୦ ଓଭରରେ ଦଳ ୭ ୱିକେଟ ହରାଇ ୩୫୨ ରନ କରିବାକୁ ସକ୍ଷମ ହୋଇଛି ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ସ ସର୍ବାଧିକ ୯୪ ରନ କରିବାକୁ ସକ୍ଷମ ହୋଇଛନ୍ତି । ସେହିପରି ସ୍ମିଥ ୭୪ ଓ ଲାବୁସନେ ୬୨ ରନ କରିଛନ୍ତି । ଡେଭିଡ ୱାର୍ଣ୍ଣର ୫୬ ରନ କରିବାକୁ ସକ୍ଷମ ହୋଇଛନ୍ତି । ଅନ୍ୟମାନଙ୍କ ଭିତରେ ଆଲେକ୍ସ କ୍ୟାରି ୧୧, ମ୍ୟାକସୱେଲ ୫, କ୍ୟାମରନ ଗ୍ରୀନ ୯ କରି ଆଉଟ୍ ହୋଇଛନ୍ତି । କମିନସ ୧୯ ଓ ଷ୍ଟାର୍କ ୦୧ ରନ କରି ଅପରାଜିତ ଥିଲେ ।

ind_vs_aus

ସେହିପରି ଭାରତ ପକ୍ଷରୁ ବୁମ୍ରା ତିନୋଟି ୱିକେଟ ନେଇଥିବା ବେଳେ କୁଲଦୀପ ଦୁଇଟି ୱିକେଟ ନେଇଥିଲେ । ସିରାଜ୍ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୮ ଓଭରରେ ଦୁଇ ବ୍ୟାଟର ୭୮ ରନ କରିଥିଲେ । ତେବେ ଓ୍ଵାର୍ଣ୍ଣରଙ୍କୁ ଆଉଟ୍ କରି ପ୍ରସିଦ୍ଧ କ୍ରିଷ୍ଣା ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଏହା ପରେ ମିଚେଲ୍ ମାର୍ଶ ଓ ଷ୍ଟିଭେନ ସ୍ମିଥ ଦମଦାର ବ୍ୟାଟିଂ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ । ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ମାର୍ଶଙ୍କୁ ଟିମର ସ୍କୋର ୨୧୫ ରନରେ ଆଉଟ୍ କରିଥିଲେ କୁଲଦୀପ ଯାଦବ । ଶେଷ ଆଡ଼କୁ ଭାରତୀୟ ବୋଲର ମାପଚୁପ ବୋଲିଂ କରିବାରୁ ଅଷ୍ଟ୍ରେଲିଆ ନିୟମିତ ଓ୍ଵିକେଟ୍ ହରାଇବା ସହ ରନ ଗତି ଧିମା ପଡ଼ିଥିଲା । ଶେଷରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୩୫୨ ରନ କରିଥିଲା ।

ଟିମ ଇଣ୍ଡିଆ ଏହି ସିରିଜରେ ୨-୦ରେ ଆଗରେ ଅଛି । ଆଜି ମ୍ୟାଚ୍ ଜିତି କ୍ଲିନ୍ ସୁଇପ କରିବାକୁ ଚେଷ୍ଟା କରିବ ଭାରତ । ସେପଟେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ପୂର୍ବରୁ ଏହି ମ୍ୟାଚ୍‌ ଜିତି ମନୋବଳ ଦୃଢ କରିବାକୁ ଚାହିଁବ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଆଜି ଖେଳା ଯାଉଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+