Get Updates
Get notified of breaking news, exclusive insights, and must-see stories!

ଅଷ୍ଟ୍ରେଲିଆନ୍ ଓପନ 2022: ପ୍ରଥମ ବ୍ୟକ୍ତି ଭାବେ 21 ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଲେ ରାଫେଲ ନାଡାଲ

ରାଫେଲ ନାଡାଲ ଅଷ୍ଟ୍ରେଲିଆନ୍ ଓପନରେ ଏକ କଠିନ ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ ପରାସ୍ତ କରି 21 ତମ ଗ୍ରାଣ୍ଡସ୍ଲାମ ବିଜୟ ହାସଲ କରିଛନ୍ତି। ଏହା ସହିତ ନାଡାଲ ଏକ ରେକର୍ଡ ଗ୍ରାଣ୍ଡସ୍ଲାମ ଜିତିବା ପାଇଁ ଏକମାତ୍ର ଖେଳାଳୀ ହୋଇ ପାରିଛନ୍ତି ।

ମେଲବୋର୍ଣ୍ଣ: ରାଫେଲ ନାଡାଲ ଅଷ୍ଟ୍ରେଲିଆନ୍ ଓପନରେ ଏକ କଠିନ ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ ପରାସ୍ତ କରି 21 ତମ ଗ୍ରାଣ୍ଡସ୍ଲାମ ବିଜୟ ହାସଲ କରିଛନ୍ତି। ଏହା ସହିତ ନାଡାଲ ଏକ ରେକର୍ଡ ଗ୍ରାଣ୍ଡସ୍ଲାମ ଜିତିବା ପାଇଁ ଏକମାତ୍ର ଖେଳାଳୀ ହୋଇ ପାରିଛନ୍ତି । କାରଣ ତାଙ୍କ ପ୍ରତିପକ୍ଷ ରୋଜର ଫେଡେରର ଏବଂ ନୋଭାକ ଜୋକୋଭିକଙ୍କ ପାଖରେ ରହିଛି 20ଟି ଗ୍ରାଣ୍ଡସ୍ଲାମ ଟାଇଟଲ ।

Rafael Nadal

ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା । ରାଫେଲ ନାଡାଲ ଏକ ରୋମାଞ୍ଚକର ପାଞ୍ଚ ସେଟ୍ ମ୍ୟାଚରେ ଡାନିଏଲ ମେଡଭେଡେଭଙ୍କୁ 2-6,6-7,6-4,6-4,7-5 ରେ ପରାସ୍ତ କରି ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତିଛନ୍ତି । 2012 ରେ, ନୋଭାକ ଜୋକୋଭିକ୍ 5 ଘଣ୍ଟା 53 ମିନିଟରେ ପାଞ୍ଚ ସେଟରେ ନାଡାଲଙ୍କୁ ପରାସ୍ତ କରିଥିଲେ । ଏହା ପରେ ଏହା ଦ୍ୱିତୀୟ ଦୀର୍ଘତମ ଅଷ୍ଟ୍ରେଲିଅ ଓପନ୍ ଫାଇନାଲ୍ ଥିଲା ।

ଫାଇନାଲ୍ ମୁକାବିଲା ପାଇଁ ମେଦଭେଦେଭଙ୍କୁ ଫେବରିଟ୍ କୁହାଯାଉଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ସେ ନିଜର ଦମ୍ ଦେଖାଇଥିଲେ। ପ୍ରଥମ ସେଟକୁ ମେଦଭେଦେଭ ସହଜରେ ୬-୨ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟରେ ନାଡାଲ୍ ଏକ ସମୟରେ ୫-୩ରେ ଆଗୁଆ ଥିଲେ। କିନ୍ତୁ ମେଦଭେଦେଭ କମବ୍ୟାକ୍ କରି ସେଟକୁ ୫-୫କୁ ଆଣିଥିଲେ। ପରେ ସେଟଟି ଟାଇବ୍ରେକରକୁ ଯାଇଥିଲା ବେଳେ ମେଦଭେଦେଭ ଏହାକୁ ୭-୫ରେ ଜିତି ନେଇଥିଲେ।

କ୍ୟାରିୟରର ପ୍ରଥମ ଅଷ୍ଟ୍ରେଲିଆନ୍ ଟାଇଟଲ ଜିତିବାରୁ ମେଦଭେଦେଭ ମାତ୍ର ଗୋଟିଏ ସେଟ୍ ପଛରେ ଥିଲେ। ଆଉ ଲାଗୁଥିଲା ଯେପରି ସେ ସହଜରେ ନାଡାଲଙ୍କୁ ଧୂଳି ଚଟାଇ ନିଜର ଏହି ସ୍ୱପ୍ନ ସାକାର କରିନେବେ। କିନ୍ତୁ ୧୫ରୁ ଊର୍ଦ୍ଧ୍ୱ ବର୍ଷର ଟେନିସ୍ ଅଭିଜ୍ଞତା ରଖିଥିବା ନାଡାଲ୍ ସହଜରେ ହାର୍ ମାନିବାକୁ ପ୍ରସ୍ତୁତ ନଥିଲେ। ଏହି ସେଟଟି ୪-୪ରେ ବରାବର ସ୍ଥିତିରେ ଥିବା ବେଳେ ନାଡାଲ୍ ଲଗାତର ଦୁଇ ସେଟ୍ ଜିତିନେଇଥିଲେ। ତୃତୀୟ ସେଟ୍ ଭଳି ଚତୁର୍ଥ ସେଟକୁ ମଧ୍ୟ ନାଡାଲ୍ ୬-୪ରେ ଜିତିବା ସହ ମୁକାବିଲାକୁ ୨-୨ରେ ବରାବର ସ୍ଥିତିକୁ ଆଣିଥିଲେ।

ପଞ୍ଚମ ସେଟରେ ନାଡାଲ୍ ଜବରଦସ୍ତ ଖେଳ ଦେଖାଇ ୫-୩ର ଲିଡ୍ ହାସଲ କରିଥିଲେ। କିନ୍ତୁ ମେଦଭେଦେଭ ମଧ୍ୟ କମବ୍ୟାକ୍ କରିଥିଲେ ଏବଂ ଲଗାତର ଦୁଇଟି ସେଟ୍ ଜିତି ୫-୫ରେ ବରାବର କରିଥିଲେ। ଏହି ସମୟରେ ମ୍ୟାଚ୍ କାହା ସପକ୍ଷରେ ଯାଇପାରିଥାନ୍ତା। କିନ୍ତୁ ନାଡାଲ୍ ଏକାଦଶ ସେଟକୁ ଜିତି ପୁଣିଥରେ ଲିଡ୍ ହାସଲ କରିଥିଲେ। ଦ୍ୱାଦଶ ସେଟରେ ନାଡାଲ୍ ଲଗାତର ୪ ପଏଣ୍ଟ ହାସଲ କରିବା ସହ ମୁକାବିଲାକୁ ଜିତି ନେଇଥିଲେ। ଆଉ ଏଥିସହ ଟେନିସ୍ ଇତିହାସରେ ନୂଆ କାରନାମା କରି ଦେଖାଇଥିଲେ ନାଡାଲ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+