ଟସ୍ ଜିତି ପ୍ରଥମେ ବୋଲିଂ କରିବ ଅଷ୍ଟ୍ରେଲିଆ, ଭାରତର ବ୍ୟାଟିଂ

ଟସ୍ ଜିତି ପ୍ରଥମେ ବୋଲିଂ କରିବ ଅଷ୍ଟ୍ରେଲିଆ, ଭାରତର ବ୍ୟାଟିଂ ।ବିଶ୍ୱକପ୍‌ରେ ଆଜି ସବୁଠୁ ଚର୍ଚ୍ଚିତ ମୁକାବିଲା ରହିଛି । ଆୟୋଜକ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି ।

ସମଗ୍ର କ୍ରିକେଟ୍‌ ପ୍ରେମୀଙ୍କ ନଜର ଏହି ମ୍ୟାଚ୍‌ ଉପରେ ରହିଛି । ପୂର୍ବ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହୋଇଥିବା ଭାରତ ଯଥା ସମ୍ଭବ ବିଜୟ ଧାରାକୁ ଫେରିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି । ସେହିପରି ଅଷ୍ଟ୍ରେଲିଆ ବିଜୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ । ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆର ପଲା ଭାରି ରହୁଥିବା ସ୍ପଷ୍ଟ ଭାବେ ଜଣା ପଡ଼ୁଛି । କିନ୍ତୁ ଅଷ୍ଟ୍ରେଲିଆକୁ ହରାଇବାର କ୍ଷମତା ଭାରତ ନିକଟରେ ରହିଛି । ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ଭାରତକୁ ପ୍ରଥମେ ବ୍ୟାଟିଂ ବିଭାଗରେ ଉନ୍ନତି ଆଣିବାକୁ ହେବ ।

ସ୍ମୃତି ମନ୍ଧନା, ହର୍ମନପ୍ରୀତ, ଜେମିମାଙ୍କ ଭଳି ଅଭିଜ୍ଞ ବ୍ୟାଟର ଏପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି । ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟର ଏଲିସ ପେରୀ, ଆଲିସା ହିଲି, ଫୋଏବ ଲିଚଫିଲ୍ଡ, ଆନାବେଲ ସୁଦରଲାଣ୍ଡଙ୍କ ବ୍ୟାଟରୁ ମଧ୍ୟ ରନ ବାହାରି ନାହିଁ । ଆସନ୍ତାକାଲି ମନ୍ଧନା ଓ ଗାର୍ଡନରଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିପାରେ । ସେ ମନ୍ଧନାଙ୍କୁ ୯ଥର ଆଉଟ୍‌ କରିସାରିଛନ୍ତି । ସେହିପରି କ୍ରାନ୍ତି ଗୌଡ଼ ଓ ଆଲିସା ହିଲିଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିବ । ମାତ୍ର ୧୦ଟି ଦିନିକିଆ ଖେଳିଥିବା କ୍ରାନ୍ତି ଇତି ମଧ୍ୟରେ ହିଲିଙ୍କୁ ୩ଥର ଆଉଟ୍‌ କରିସାରିଛନ୍ତି । ଆସନ୍ତାକାଲି କିଛି ରେକର୍ଡ ଦେଖିବାକୁ ମିଳିପାରେ । ମନ୍ଧନା ଆଉ ୫୮ ରନ କଲେ ଦିନିକିଆରେ ୫୦୦୦ ରନ ପୂରଣ କରିବେ । ସେହିପରି ବେଥ ମୁନି ୯୩ ରନ କଲେ ୩୦୦୦ ଦିନିକିଆ ରନ୍‌ କ୍ଲବରେ ସାମିଲ ହେବେ । ଦୀପ୍ତ ଶର୍ମା ଆଉ ୩ଟି ୱିକେଟ୍‌ ନେଲେ ଦିନିକିଆରେ ୧୫୦ ୱିକେଟ୍‌ ପୂରଣ କରିବେ । ବିଶାଖାପଟ୍ଟନମ ପିଚ୍‌ ସ୍ପିନରଙ୍କୁ ବେଶ୍‌ ସହାୟତା କରୁଛି । ମାତ୍ର ଟସ୍‌ ଏଠାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ରାତ୍ରିରେ କାକର ପଡ଼ୁଥିବାରୁ ଓଦା ବଲ୍‌ରେ ରନ ସଂଗ୍ରହ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ଭାରତୀୟ ମହିଳା ଦଳ:ପ୍ରତୀକା ରାୱଲ, ସ୍ମୃତି ମନ୍ଧାନା, ହରଲିନ୍ ଦେଓଲ, ହରମନପ୍ରୀତ କୌର (ଅଧିନାୟିକା), ଜେମିମାହ ରଡ୍ରିଗ୍ସ, ଦୀପ୍ତି ଶର୍ମା, ସ୍ନେହ ରାଣା, ରିଚା ଘୋଷ, ଶ୍ରୀ ଚରଣୀ, କ୍ରାନ୍ତି ଗୌଡ, ରେଣୁକା ସିଂହ ଠାକୁର, ଅମନଜୋତ କୌର, ଉମା ଛେତ୍ରୀ, ଅରୁନ୍ଧତୀ ରେଡ୍ଡୀ, ରାଧା ଯାଦବ।

Australia wins the toss will bowl first India will bat first

ଅଷ୍ଟ୍ରେଲିଆ ମହିଳା ଦଳ
ବେଥ୍ ମୁନି, ଆଲିସା ହିଲି (ଅଧିନାୟିକା), ଆନାବେଲ ସଦରଲାଣ୍ଡ, ଆଶଲେ ଗାର୍ଡନର, ଟାହଲିଆ ମ୍ୟାକଗ୍ରାଥ, ସୋଫି ମୋଲିନକ୍ସ, କିମ୍ ଗର୍ଥ, ଆଲାନା କିଙ୍ଗ, ଡାର୍ସି ବ୍ରାଉନ୍, ଜର୍ଜିଆ ୱୋଲ୍, ଜର୍ଜିଆ ୱାରେହାମ୍, ମେଗାନ୍ ସ୍କଟ, ହେଥର ଗ୍ରାହାମ୍, ଫୋବି ଲିଚ୍ଫିଲ୍ଡ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+