IND vs AUS: ପ୍ରଥମ ପାଳିରେ ଅଷ୍ଟ୍ରେଲିଆ 338ରେ ଅଲଆଉଟ, ଜବାବରେ ଭାରତର ଭଲ ଆରମ୍ଭ
ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଘରୋଇ ଅଷ୍ଟ୍ରେଲିଆ ଦଳ ତାର ପ୍ରଥମ ପାଳିରେ 338ରନ କରି ଅଲଆଉଟ ହୋଇଛି ।
ସିଡନୀ: ଜାରି ରହିଛି ଭାରତ ବନାମ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର 3ୟ ଟେଷ୍ଟର 2ୟ ଦିନ ଖେଳ । ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଘରୋଇ ଅଷ୍ଟ୍ରେଲିଆ ଦଳ ତାର ପ୍ରଥମ ପାଳିରେ 338ରନ କରି ଅଲଆଉଟ ହୋଇଛି । ତେବେ ଅଷ୍ଟ୍ରେଲିଆର ଏହି ବିଶାଳ ପାଳିରେ ସାମିଲ ରହିଛି ଟେଷ୍ଟ ଟପ୍ପର ଷ୍ଟିଭ ସ୍ମିଥଙ୍କ ଶତକୀୟ ପାଳି । ଅନ୍ୟପଟେ ଜାବାବରେ ପ୍ରଥମ ପାଳିର ଶୁଭାରମ୍ଭ କରିଛି ଭ୍ରମଣକାରୀ ଭାରତୀୟ ଦଳ ।
ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ଭାରତୀୟ ଦଳ ପ୍ରଥମ ପାଳିରେ 25 ଓଭର ଶେଷ ସୁଦ୍ଧା ବିନା କୌଣସି ୱିକେଟ ହରାଇ 62 ରନ କରିଛି । ଦଳ ପକ୍ଷରୁ ଓପନର ରୋହିତ ଶର୍ମା 24 ଓ ଶୁଭମନ ଗିଲ 32 ରନ କରି ଅପରାଜିତ ଅଛନ୍ତି ।

ଅନ୍ୟପଟେ ଅଷ୍ଟ୍ରେଲିଆର ଏହି ପାଳିରେ ସାମିଲ ଅଛି ୱିଲ୍ ପୁକୋଭସ୍କି (62) ଏବଂ ମାର୍ନୁସ୍ ଲାବୁସାଗ୍ନେଙ୍କ (91) ରନ । ଦୁଇ ଖେଳାଳିଙ୍କ ଶକ୍ତିଶାଳୀ ଆରମ୍ଭ ପରେ ଷ୍ଟିଭ୍ ସ୍ମିଥ୍ 131 ରନ୍ ପାଲି ଖେଳି ବୋର୍ଡରେ ଯୋଡିଛନ୍ତି 338ରନ ।
ଭାରତ ପାଇଁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସର୍ବାଧିକ 4ଟି ୱିକେଟ ନେଇଥିବା ବେଳେ ଜସପ୍ରୀତ ବୁମରା ଏବଂ ଡେବ୍ୟୁାଣ୍ଟ ନବଦୀପ ସାଇନି ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇ ମ୍ୟାଚରେ ଭ୍ରମଣକାରୀ ଦଳକୁ ଦୃଢ ସ୍ଥିତରେ ରଖିଥିଲେ।
ମେଲବୋର୍ଣ୍ଣ ଟେଷ୍ଟରେ ଭାରତର ଉଲ୍ଲେଖନୀୟ 8 ୱିକେଟ୍ ପ୍ରତ୍ୟାବର୍ତ୍ତନ ପରେ ଏହି ସିରିଜ୍ 1-1ରେ ବାରବର ରହିଛି । ଆଡିଲେଡରେ ଟେଷ୍ଟରେ ଏକ ଲଜ୍ଜା ଜନକ ପରାଜୟ ପାଇଥିଲା ଭ୍ରମଣକାରୀ ଭାରତୀୟ ଦଳ ।
ସଂକ୍ଷିପ୍ତ ସ୍କୋର:
- ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: 105.4 ଓଭରରେ 338 ରନ୍ ଆଉଟ୍ (ୱିଲ୍ ପୁକୋଭସ୍କି 62, ମାର୍ନସ୍ ଲାବୁସାଗ୍ନେ 91, ଷ୍ଟିଭ୍ ସ୍ମିଥ୍ 131, ରବିନ୍ଦ୍ର ଜାଡେଜା 4/62, ଜସପ୍ରୀତ ବୁମ୍ରା 2/66)












Click it and Unblock the Notifications