For Quick Alerts
Turn On Notification  
For Daily Alerts
Oneindia App Download

India vs Australia: ଡିନର ବ୍ରେକ ପୂର୍ବର ଦୁଇ ଓପନରଙ୍କୁ ହରାଇ ସାରିଛି ଭାରତ

ପିଙ୍କ ବଲ ଟେଷ୍ଟରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ରଣନୀତି କରିଥିଲେ ଅଧିନାୟକ ବିରାଟ କୋହଲି। ଯାହା ଏବେ ବିଫଳ ହେବା ପରି ଲାଗୁଛି ।

|

ଆଡିଲେଡ: ଆରମ୍ଭ ହୋଇଛି ଭାରତ ବନାମ ଅଷ୍ଟ୍ରେଲିଆ ଐତିହାସିକ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ । ଗୁରୁବାର(ଆଜି)ଠାରୁ ଆରମ୍ଭ ହୋଇଛି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ । ଯାହାକି ଦିବାରାତ୍ରୀ(ଡେ/ନାଇଟ) ଟେଷ୍ଟ ମ୍ୟାଚ ହୋଇଛି । ତେବେ ଏହି ପିଙ୍କ ବଲ ଟେଷ୍ଟରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ରଣନୀତି କରିଥିଲେ ଅଧିନାୟକ ବିରାଟ କୋହଲି । ଯାହା ଏବେ ବିଫଳ ହେବା ପରି ଲାଗୁଛି ।

କାରଣ ପ୍ରଥମ ବ୍ରେକ (ଡିନର ବ୍ରେକ ) ପୂର୍ବରୁ ଦୁଇ ଭାରତୀୟ ଓପନର ପାଭିଲିଅନ ଫେରି ସାରିଲେଣି। ଭାରତ ପାଇଁ ଓପନିଂ ଆସିଥିବା ଯୁବ ପୃଥ୍ବୀ ଶ' ମାତ୍ର ଦୁଇଟି ବଲ ଖେଳିପାରିଛନ୍ତି । ବିନା ଖାତା ଖୋଲି ପାଭିଲିଅନ ଫେରିଛନ୍ତି ଶ' । ଯାହା ତାଙ୍କ ଆଗାମୀ କ୍ୟାରିଅରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଦଳର ଅନ୍ୟତମ ଭରସା ଯୋଗ୍ୟ ଓପନର ମୟଙ୍କ ଅଗ୍ରୱାଲ ମଧ୍ୟ ଫେଲ ମାରିଛନ୍ତି । ମୟଙ୍କ ମାତ୍ର 17 ରନ କରି ଆଉଟ ହୋଇଛନ୍ତି । 40 ବଲ ଖେଳିଥିବା ମୟଙ୍କ ଦୁଇଟି ଚୌକା ଯୋଡିଥିବା ବେଳେ କଙ୍ଗାରୁ ପେସ ଷ୍ଟାର ପ୍ୟାଟ କୁମିନ୍ସଙ୍କ ବଲରେ ବୋଲ୍ଡ ହୋଇଛନ୍ତି ।

ଏବେ ଦୁଇ ଓପନରଙ୍କ ବିଫଳତା ପରେ ପଡିଆକୁ ଆସିଛନ୍ତି ଅଧିନାୟକ ବିରାଟ କୋହଲି । ତାଙ୍କ ସାଥ ଦେଉଛନ୍ତି ତୃତୀୟ ସ୍ଥାନରେ ବ୍ୟାଟିଂ ଆସିଥିବା ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୁଜାରା । ପୂଜାରା 88 ବଲରୁ 17ରନ ଓ ବିରାଟ 22ବଲରୁ 5ରନ କରି ଅପରାଜିତ ଅଛନ୍ତି । ଅଷ୍ଟ୍ରେଲିଆ ପାଇଁ କୁମିନ୍ସଙ୍କ ବ୍ୟତିତ ମିଚେଲ ଷ୍ଟାର୍କ ପୃଥ୍ବୀ ଶ'ଙ୍କ ୱିକେଟ ନେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Australia vs India, 1st Test: Virat Kohli joins Cheteshwar Pujara after Mayank Agarwal wicket
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X