Get Updates
Get notified of breaking news, exclusive insights, and must-see stories!

India vs Australia: ଡିନର ବ୍ରେକ ପୂର୍ବର ଦୁଇ ଓପନରଙ୍କୁ ହରାଇ ସାରିଛି ଭାରତ

ପିଙ୍କ ବଲ ଟେଷ୍ଟରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ରଣନୀତି କରିଥିଲେ ଅଧିନାୟକ ବିରାଟ କୋହଲି। ଯାହା ଏବେ ବିଫଳ ହେବା ପରି ଲାଗୁଛି ।

ଆଡିଲେଡ: ଆରମ୍ଭ ହୋଇଛି ଭାରତ ବନାମ ଅଷ୍ଟ୍ରେଲିଆ ଐତିହାସିକ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ । ଗୁରୁବାର(ଆଜି)ଠାରୁ ଆରମ୍ଭ ହୋଇଛି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ । ଯାହାକି ଦିବାରାତ୍ରୀ(ଡେ/ନାଇଟ) ଟେଷ୍ଟ ମ୍ୟାଚ ହୋଇଛି । ତେବେ ଏହି ପିଙ୍କ ବଲ ଟେଷ୍ଟରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ରଣନୀତି କରିଥିଲେ ଅଧିନାୟକ ବିରାଟ କୋହଲି । ଯାହା ଏବେ ବିଫଳ ହେବା ପରି ଲାଗୁଛି ।

କାରଣ ପ୍ରଥମ ବ୍ରେକ (ଡିନର ବ୍ରେକ ) ପୂର୍ବରୁ ଦୁଇ ଭାରତୀୟ ଓପନର ପାଭିଲିଅନ ଫେରି ସାରିଲେଣି। ଭାରତ ପାଇଁ ଓପନିଂ ଆସିଥିବା ଯୁବ ପୃଥ୍ବୀ ଶ' ମାତ୍ର ଦୁଇଟି ବଲ ଖେଳିପାରିଛନ୍ତି । ବିନା ଖାତା ଖୋଲି ପାଭିଲିଅନ ଫେରିଛନ୍ତି ଶ' । ଯାହା ତାଙ୍କ ଆଗାମୀ କ୍ୟାରିଅରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଦଳର ଅନ୍ୟତମ ଭରସା ଯୋଗ୍ୟ ଓପନର ମୟଙ୍କ ଅଗ୍ରୱାଲ ମଧ୍ୟ ଫେଲ ମାରିଛନ୍ତି । ମୟଙ୍କ ମାତ୍ର 17 ରନ କରି ଆଉଟ ହୋଇଛନ୍ତି । 40 ବଲ ଖେଳିଥିବା ମୟଙ୍କ ଦୁଇଟି ଚୌକା ଯୋଡିଥିବା ବେଳେ କଙ୍ଗାରୁ ପେସ ଷ୍ଟାର ପ୍ୟାଟ କୁମିନ୍ସଙ୍କ ବଲରେ ବୋଲ୍ଡ ହୋଇଛନ୍ତି ।

ଏବେ ଦୁଇ ଓପନରଙ୍କ ବିଫଳତା ପରେ ପଡିଆକୁ ଆସିଛନ୍ତି ଅଧିନାୟକ ବିରାଟ କୋହଲି । ତାଙ୍କ ସାଥ ଦେଉଛନ୍ତି ତୃତୀୟ ସ୍ଥାନରେ ବ୍ୟାଟିଂ ଆସିଥିବା ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୁଜାରା । ପୂଜାରା 88 ବଲରୁ 17ରନ ଓ ବିରାଟ 22ବଲରୁ 5ରନ କରି ଅପରାଜିତ ଅଛନ୍ତି । ଅଷ୍ଟ୍ରେଲିଆ ପାଇଁ କୁମିନ୍ସଙ୍କ ବ୍ୟତିତ ମିଚେଲ ଷ୍ଟାର୍କ ପୃଥ୍ବୀ ଶ'ଙ୍କ ୱିକେଟ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+