India vs Australia: ପ୍ରଥମ ଦିନରେ ବିରାଟ ହେଲେ ଭରଷା, ବାକି ସମସ୍ତେ ଫେଲ
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ତାର 6ଟି ମୂଲ୍ୟବାନ ୱିକେଟ ହରାଇ ମାତ୍ର 233ରନ କରିଛି ।
ଆଡିଲେଡ୍: ଭାରତ ବନାମ ଅଷ୍ଟ୍ରେଲିଆ ଐତିହାସିକ ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଦିନର ଖେଳ ସମାପ୍ତ ହୋଇଛି । ଏହି ପିଙ୍କ ବଲ ଟେଷ୍ଟରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ରଣନୀତି କରିଥିଲେ ଅଧିନାୟକ ବିରାଟ କୋହଲି। ଯାହା ବିଫଳ ହୋଇଛି । କାରଣ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ତାର 6ଟି ମୂଲ୍ୟବାନ ୱିକେଟ ହରାଇ ମାତ୍ର 233ରନ କରିଛି । ଅଧିନାୟକଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ବି ଯୋଡି ପାରି ନାହାନ୍ତି ।

ପ୍ରଥମ ବ୍ରେକ (ଡିନର ବ୍ରେକ ) ପୂର୍ବରୁ ଦୁଇ ଭାରତୀୟ ଓପନର ପାଭିଲିଅନ ଫେରି ସାରିଥିଲେ। ଭାରତ ପାଇଁ ଓପନିଂ ଆସିଥିବା ଯୁବ ପୃଥ୍ବୀ ଶ' ମାତ୍ର ଦୁଇଟି ବଲ ଖେଳି ଖାତା ଖୋଲି ପାଭିଲିଅନ ଫେରିଥିଲେ । ସେହିପରି ଦଳର ଅନ୍ୟତମ ଭରସା ଯୋଗ୍ୟ ଓପନର ମୟଙ୍କ ଅଗ୍ରୱାଲ ମଧ୍ୟ ଫେଲ ମାରିଛନ୍ତି । ମୟଙ୍କ ମାତ୍ର 17 ରନ କରି ଆଉଟ ହୋଇଥିଲେ ।
ତୃତୀୟ ସ୍ଥାନରେ ବ୍ୟାଟିଂ ଆସିଥିବା ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୁଜାରା ଦୀର୍ଘ ସମୟ କ୍ରିଜରେ ରହିଥିଲେ ମଧ୍ୟ ଖାତାରେ ରନ ଯୋଡି ପାରି ନଥିଲେ । ପୂଜାରା 166 ବଲରୁ ମାତ୍ର 43ରନ ସଂଗ୍ରହ କରି ପାରିଛନ୍ତି । ଭାରତ ପକ୍ଷରୁ କୋହଲି ସର୍ବାଧିକ ୭୪ ରନର ଇନିଂସ୍ ଖେଳିଥିବା ବେଳେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ୨ଟି ସଫଳତା ହାସଲ କରିଛନ୍ତି।
ତେବେ ପୂଜାରାଙ୍କ ଆଉଟ୍ ପରେ ଅଜିଙ୍କ୍ୟ ରାହାଣେ ମଧ୍ୟ ଭଲ ବ୍ୟାଟିଂ କରିଥିଲେ ଏବଂ କୋହଲି ମଧ୍ୟ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟେ କୋହଲି ଓ ରାହାଣେ କ୍ରିଜରେ ସେଟ୍ ହୋଇ ଅଷ୍ଟ୍ରେଲିଆ ଉପରେ ସାମାନ୍ୟ ଚାପ ପକାଇଥିଲେ। ହେଲେ ତୃତୀୟ ସେସନର ଡ୍ରିଙ୍କସ୍ ବ୍ରେକ୍ ପରେ ରାହାଣେଙ୍କ ଭୁଲ୍ କଲ୍ ପାଇଁ କୋହଲି ରନଆଉଟର ଶିକାର ହୋଇଥିଲେ। କୋହଲିଙ୍କ ଆଉଟ୍ ହେବା ସହ ଭାରତର ବଡ଼ ସ୍କୋର ଆଶା ଧୂଳିସାତ୍ ହୋଇଯାଇଥିଲା।
କୋହଲି ୭୪ (୧୮୦ ବଲ୍, ୮ ଚୌକା) ରନର ଲଢ଼ୁଆ ଇନିଂସ୍ ଖେଳିଥିଲେ। ଏହା ପରେ ରାହାଣେଙ୍କୁ ଏଲବିଡବ୍ଲ୍ୟୁ କରି ଷ୍ଟାର୍କ ଭାରତର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ରାହାଣେ ନିଜର ୪୨ ରନର ଇନିଂସରେ ୯୨ ବଲ୍ ଖେଳି ୩ ଚୌକା ଓ ୧ ଛକା ମାରିଥିଲେ। ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହନୁମା ବିହାରୀ (୧୬) ସକାରାତ୍ମକ ବ୍ୟାଟିଂ ସହ ଭଲ ଷ୍ଟାର୍ଟ କରିଥିଲେ। କିନ୍ତୁ ସେ ଅଷ୍ଟ୍ରେଲୀୟ ପେସର୍ ଜୋଶ୍ ହେଜଲଉଡଙ୍କ ଜାଲରେ ଫସି ଏଲବିଡବ୍ଲ୍ୟୁ ହୋଇଥିଲେ। ୱିକେଟକିପର ଋଦ୍ଧିମାନ ସାହା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବେ ଭାରତ ପାଇଁ ସାହା ଭରସା। ଦୁହେଁ ଦିବସର ଶେଷ ୭ ଓଭରରେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତକୁ ଆଉ କ୍ଷତି ସହିବାକୁ ଦେଇନାହାନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍, ଲିୟନ୍ ଓ କମିନ୍ସ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications