Ind vs Aus: ସ୍ମିଥ-ଫିଞ୍ଚଙ୍କ ଶତକ, ଭାରତ ଆଗରେ ବିଶାଳ ବିଜୟ ଲକ୍ଷ୍ୟ
ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 374ରନ କରିଛି ।
ସିଡନୀ: ଦୀର୍ଘ 8 ମାସର ବ୍ୟବାଧାନ ପରେ ଆଜି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛି ଭାରତୀୟ ଦଳ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ସହ ଭାରତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛି । ମାତ୍ର ପ୍ରଥମ ମ୍ୟାଚରୁ ହିଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ଭାରତୀୟ ବୋଲର । ପେସ-ସ୍ପିନ ଉଭୟ ବିଭାଗକୁ ଖୁବ ଧୋଇଛନ୍ତି କଙ୍ଗାରୁ ବ୍ୟାଟ୍ସମ୍ୟାନ ।

ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ ହରାଇ 374ରନ କରିଛି । ଫଳରେ ଭାରତ ଆଗରେ ଠିଆ ହୋଇଛି ଏକ ବିଶାଳ ବିଜୟ ଲକ୍ଷ୍ୟ । ଘରୋଇ କଙ୍ଗାରୁ ଓପନର ଆରନ ଫିଞ୍ଚ(114) ଓ ଡେଭିଡ ୱାର୍ଣ୍ଣର(69) ଦଳକୁ ଭଲ ଆରମ୍ଭ ଦେଇଥିଲେ । ଭାରତୀୟ ବୋଲିଂ 27 ଓଭର ପର୍ଯ୍ୟନ୍ତ ଖାତାରେ କୌଣସି ୱିକେଟ ଯୋଡି ପାରି ନଥିଲେ ଭ୍ରମଣକାରୀ ବୋଲର । ଫଳରେ ପ୍ରଥମ ୱିକେଟ ଯୋଡିରେ ଘରୋଇ ଦଳର ଦୁଇ ଓପନର 156ରନ କରିଥିଲେ । ୱାର୍ଣ୍ଣରଙ୍କ ଆଉଟ ହେବା ପରେ ବ୍ୟାଟିଂ ଆସିଥିଲେ ଷ୍ଟିଭ ସ୍ମିଥ । ତେବେ ସ୍ମିଥ ଓ ଫିଞ୍ଚ ମିଶି ଦଳୟୀ ସ୍କୋର ବୋର୍ଡକୁ ଦୃତ ଗତିରେ ଆଗାକୁ ନେଲେ । ସ୍ମିଥ ମାତ୍ର 66 ବଲରୁ 105ର ଶତକୀୟ ପାଳି ଖେଳିଥିଲେ । ସେହିପରି ମଧ୍ୟକ୍ରମରେ ମାର୍କସ ଷ୍ଟୋଇନି ଖାତ ଖୋଲି ପାରି ନଥିବା ବେଳେ କିନ୍ତୁ ଆଇପିଏଲରେ ଫେଲମାରିଥିବା ଗ୍ଲେନ ମାକ୍ସୱେଲ ବିସ୍ଫୋରକ ପାଳି ଖେଳିଥିଲେ । ମାକ୍ସୱେଲ ମାତ୍ର 19ବଲରୁ 54ରନର ପାଳି ଖେଳି ଆଉଟ ହୋଇଥିଲେ । ଯେଉଁଥିରେ ସାମିଲ ଥିଲା 5ଟି ଚୌକା ଓ 3ଟି ବିସ୍ଫୋରକ ଛକା ।
ଅନ୍ୟପଟେ ପ୍ରଥମ ମ୍ୟାଚରେ ବୋଲିଂ କରୁଥିବା ସମସ୍ତ 5 ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଯାମଧ୍ୟରୁ ୟୁଜିଭେନଦ୍ର ଚହଲ ସବୁଠୁ ମହଙ୍ଗା(10ଓଭର, 1ୱିକେଟ, 89ରନ) ହୋଇଛନ୍ତି । ଅନ୍ୟପଟେ ମହମ୍ମଦ ଶାମି 3ଟି ୱିକେଟ ନେଇଥିବା ବେଳେ ବୁମରା ଓ ସାଇନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ତେବେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ପାଇଁ ଓପନ କରିବେ ଶିଖର ଧୱନ ଓ ମୟଙ୍କ ଅଗ୍ରୱାଲ ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications